ହୋଲି ପୂର୍ବରୁ ଝଟକା, ବଢିଲା ଏଲପିଜି ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,: ସରକାରୀ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡିକ ହୋଲି ପୂର୍ବରୁ ଲୋକଙ୍କୁ ବଡ଼ ଝଟକା ଦେଇଛନ୍ତି । ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିବାକୁ କମ୍ପାନୀ ଘୋଷଣା କରିଛି । ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ଏହି ବୃଦ୍ଧି କରାଯାଇଛି, ଯାହା ମାସର ପ୍ରଥମ ଦିନରୁ ଆଜି ଅର୍ଥାତ୍ ଶୁକ୍ରବାର ଠାରୁ କାର୍ଯ୍ୟକାରୀ ହୋଇଛି ।

ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ ହୋଇନିି ପରିବର୍ତ୍ତନ

ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ (ଆଇଓସି) ଭରତ ପେଟ୍ରୋଲିୟମ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ (ଏଚପିସିଏଲ) ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ବିଭିନ୍ନ ସହରରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଆଜିଠାରୁ ୨୫.୫୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଥିବା ବେଳେ ୧୪ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

hikes lpg commercial cylinder priceslpg commercial cylinderlpg commercial cylinder prices
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami