ଗଗନାୟନ ମିଶନର ପ୍ରଥମ ଟେଷ୍ଟ ଫ୍ଲାଇଟ ସଫଳ

ନୂଆଦିଲ୍ଲୀ: ସବୁ ବାଧାବିଘ୍ନ ସତ୍ତ୍ୱେ ସଫଳ ହେଲା ଭାରତର ଗଗନାୟନ ମିଶନ । ଇସ୍ରୋ ଗଗନାୟନ ମିଶନର ପ୍ରଥମ ଟେଷ୍ଟ ଫ୍ଲାଇଟ କ୍ରୁ ମଡ୍ୟୁଲର ସଫଳତାର ସହ ଲଞ୍ଚ କରି ଇତିହାସ ସୃଷ୍ଟି କରିଛି । ପ୍ରଥମେ ଇ୍ରସୋ ସକାଳ ୮ଟା ୪୫ରେ ଏହାର ଟ୍ରାଏଲ କରିଥିଲା । ହେଲେ ପରୀକ୍ଷଣ ୫ ସେକେଣ୍ଡ ପୂର୍ବରୁ ଏହାକୁ ସ୍ଥଗିତ ରଖା ଯାଇଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁ ପରୀକ୍ଷଣକୁ ସ୍ଥଗିତ ରଖାଯାଇଥିଲା । ଯାନ୍ତ୍ରିକ ତ୍ରୁଟିକୁ ସଜାଡିବା ପରେ ସକାଳ ୧୦ଟାରେ ଏହାର ସଫଳ ଉତ୍‌କ୍ଷେପଣ କରାଯାଇଛି । ଏଥିସହିତ ଇସ୍ରୋ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ।

ସମୁଦ୍ରରେ ଲାଣ୍ଡିଂ କଲା କ୍ରୁ କ୍ୟାପ୍ସୁଲ

ଇସ୍ରୋ ଚିଫ ଏସ ସୋମନାଥ କହିଛନ୍ତି, ଉତକ୍ଷେପଣ ପରେ କ୍ରୁ ଏସକେପ ସିଷ୍ଟମ ଆକ୍ଟିଭ ହୋଇଥିଲା । ଏହା କ୍ରୁ ମଡ୍ୟୁଲରକୁ ରକେଟରୁ ଅଲଗା କରିଥିଲା । ଏହା ପରେ କ୍ରୁ ମଡ୍ୟୁଲର ପାରାଶୁଟ ଖୋଲି ଯାଇଥିଲା । ପରେ ଏହା ସମୁଦ୍ରକୁ ଯାଇ ଲ୍ୟାଣ୍ଡ କରିଥିଲା । ଏହା ସହିତ ଜଡିତ ସମସ୍ତ ତଥ୍ୟ ଆମର ହସ୍ତଗତ ହୋଇଛି । ବର୍ତ୍ତମାନ ସୁଦ୍ଧା ଯେତିକି ହୋଇଛି ସବୁ ଠିକଠାକ ଚାଲିଛି ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ । ପୂର୍ବରୁ ସକାଳ ୮ଟାରେ ଗଗନାୟାନ ଉତକ୍ଷେପଣ ହେବାକୁ ଥିଲା । ଏହାପରେ ଏହାର ସମୟ ପରିବର୍ତ୍ତନ କରାଯାଇ ୮.୩୦ରେ ଉତକ୍ଷେପଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଠିକ୍ ସମୟରେ ଇଞ୍ଜିନ୍ ଇଗ୍ନିସନ ହୋଇ ପାରି ନ ଥିଲା । ଏଣୁ ୫ ସେକେଣ୍ଡ ପୂର୍ବରୁ ଉତ୍‌କ୍ଷେପଣକୁ ସ୍ଥଗିତ ରଖାଯାଇଥିବା ଇସ୍ରୋ ମୁଖ୍ୟ ସୂଚନା ଦେଇଥିଲେ ।

gaganyaan in space earth low orbitgaganyaan missiongaganyaan mission live updates isro first test flight of gaganyaan in space earth low orbit
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami