ଡଙ୍ଗା ନୁହେଁ, ଘୋଡ଼ା ପିଠିରେ ବସି ମାଛ ଧରନ୍ତି ଲୋକେ

ବେଲଜିଅମ୍ : ସାଧାରଣତଃ ମତ୍ସ୍ୟଜୀବୀମାନେ ଡ଼ଙ୍ଗାରେ ଯାଇ ସମୁଦ୍ରରେ ମାଛ ଧରୁଥିବା ସମସ୍ତେ ଦେଖିଥିବେ । ହେଲେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଡ଼ଙ୍ଗାରେ ନୁହେଁ ଘୋଡ଼ା ପିଠିରେ ବସି ସମୁଦ୍ରରେ ମାଛ ଧରିଥାନ୍ତି ମତ୍ସ୍ୟଜୀବୀମାନେ । ଏପରି ନିଆରା ଢଙ୍ଗରେ ମାଛ ଧରିନ୍ତି ଏଠାକାର ମତ୍ସ୍ୟଜୀବୀମାନେ ।

ଧରନ୍ତି କ୍ରାଙ୍ଗନ୍ କ୍ରାଙ୍ଗନ୍ ସ୍ୱତନ୍ତ୍ର ପ୍ରଜାତିର ଚିଙ୍ଗୁଡ଼ି

ବେଲଜିଅମ୍‌ର ଡନ୍‌କର୍କର ପୂର୍ବକୁ ୨୦ କି.ମି. ଦୂର ଉପକୂଳରେ ପୂର୍ବ ଡନ୍‌କର୍କ ନାମକ ଏକ ସ୍ଥାନ ରହିଛି ଯାହା ଏପରି ନିଆରା ଶୈଳୀର ମାଛଧରା ପାଇଁ ପରିଚିତ । ସେଠାରେ ମାଛ ଧରାଳିମାନେ ପାରମ୍ପରିକ ଭାବେ ଡଙ୍ଗାରେ ସମୁଦ୍ର ଭିତରକୁ ଯାଇ ମାଛ ଧରିବା ପରିବର୍ତ୍ତେ ଘୋଡ଼ା ପିଠିରେ ବସି ମାଛ ଧରନ୍ତି । ସେମାନେ ଉତ୍ତର ସାଗରରେ ଦେଖାଯାଉଥିବା ‘କ୍ରାଙ୍ଗନ୍ କ୍ରାଙ୍ଗନ୍‌’ ନାମକ ଏକ ସ୍ୱତନ୍ତ୍ର ପ୍ରଜାତିର ଚିଙ୍ଗୁଡ଼ି ଧରିବାରେ ସିଦ୍ଧହସ୍ତ । ବେଲଜିଅମ୍‌ରେ ମଧ୍ୟ ଏହି ପ୍ରଜାତିର ଚିଙ୍ଗୁଡ଼ିରେ ପ୍ରସ୍ତୁତ ବ୍ୟଞ୍ଜନର ଅଧିକ ଚାହିଦା ରହିଛି । ପ୍ରାୟ ପାଞ୍ଚ ଶତାବ୍ଦୀ ତଳେ ଉତ୍ତର ସାଗର ଉପକୂଳରେ ଅବସ୍ଥିତ ଫ୍ରାନ୍‌ସ, ନେଦରଲ୍ୟାଣ୍ଡ୍ ଓ ଦକ୍ଷିଣ ଇଂଲଣ୍ଡରେ ଘୋଡ଼ା ପିଠିରେ ବସି ଚିଙ୍ଗୁଡ଼ି ଧରା ହେଉଥିଲା । ବିଶେଷ କରି ଗ୍ରୀଷ୍ଣ ଦିନେ ସମୁଦ୍ରରେ ବରଫ ସବୁ ତରଳିଥିବା ସମୟରେ ଏହି ପ୍ରଜାତିର ଚିଙ୍ଗୁଡ଼ି କୂଳରେ ମେଳି ମେଳି ହୋଇ ବୁଲୁଥିବା ବେଳେ ସେମାନଙ୍କୁ ଧରାଯାଇଥାଏ ।

ଏହି ଚିଙ୍ଗୁଡ଼ିର ବ୍ୟବସାୟିକ ଚାହିଦା ବେଶୀ

ମାଛ ଧରାଳିମାନେ ଘୋଡ଼ା ଉପରେ ବସି ସମୁଦ୍ର ଉପକୂଳରେ ହିଁ ଅନାୟାସରେ ଚିଙ୍ଗୁଡ଼ିଗୁଡ଼ିକୁ ଧରିଥା’ନ୍ତି । ତେବେ ଉକ୍ତ ଚିଙ୍ଗୁଡ଼ିର ବ୍ୟାବସାୟିକ ଚାହିଦା ବଢ଼ିବା ପରେ ମାଛ ଧରାଳିମାନେ ଆଉ କୂଳରେ ନିଜକୁ ସୀମିତ ନ ରଖି ଡଙ୍ଗା ସାହାଯ୍ୟରେ ସମୁଦ୍ର ଗର୍ଭକୁ ଯାଇ ପ୍ରଚୁର ପରିମାଣର ଚିଙ୍ଗୁଡ଼ି ଧରିଲେ । ବର୍ତ୍ତମାନ କେବଳ ପୂର୍ବ ଡନ୍‌କର୍କରେ ଘୋଡ଼ା ପିଠିରେ ବସି ଚିଙ୍ଗୁଡ଼ି ଧରା ଜାରି ରହିଛି । ଏବେ ଏହା ଏକ ପେସା ହୋଇ ରହିନାହିଁ, ବରଂ ଏକ ସୌଖୀନ କାର୍ଯ୍ୟ ପାଲଟିଛି । ଘୋଡ଼ା-ସବାର ଚିଙ୍ଗୁଡ଼ି ଧରାଳିମାନେ କୃଷି, ନିର୍ମାଣ ଓ ଅନ୍ୟ କାର୍ଯ୍ୟରେ ନିଜକୁ ନିୟୋଜନ କରିବା ସହ କେବଳ ଅବସର ବେଳେ ସମୁଦ୍ର ଉପକୂଳରୁ କିଛି ପରିମାଣର ଚିଙ୍ଗୁଡ଼ି ସଂଗ୍ରହ କରୁଛନ୍ତି । ଏହି ଚିଙ୍ଗୁଡ଼ିର ଚାହିଦା ବେଶୀ ଥିବାରୁ ଏହାକୁ ବିକ୍ରି କରି ଲାଭବାନ ମଧ୍ୟ ହେଉଛନ୍ତି ।

fishingfishing on horseback
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami