ନିର୍ବାଚନୀ ହିଂସା, ବେନାପୋଲ ଏକ୍ସପ୍ରେସ ଟ୍ରେନରେ ନିଆଁ , ୪ ମୃତ

ଢାକା: ଜଳିଗଲା ବେନାପୋଲ ଏକ୍ସପ୍ରେସ ଟ୍ରେନ । ବାଂଲାଦେଶର ଗୋପିବାଗଠାରେ ଏହି ଟ୍ରେନ୍‌ରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଏହି ନିଆଁ ଟ୍ରେନର ୫ଟି ବଗିକୁ ବ୍ୟାପି ଯାଇଥିଲା । ଖବରପାଇ ୭ଟି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ନିଆଁ ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଖବର ଲେଖାଯିବା ପର୍ଯ୍ୟନ୍ତ କାହାରି ପରିଚୟ ମିଳିପାରି ନାହିଁ ।

ଏକ୍ସପ୍ରେସରେ ନିଆଁ ଲାଗିବା ଏକ ଯୋଜନାବନ୍ଧ ଆକ୍ରମଣ

ଏହି ଘଟଣା ପରେ ଢାକା ମେଟ୍ରୋପଲିଟାନ ପୋଲିସ(ଡିଏମପି) ଆଡିସନାଲ କମିଶନର(କ୍ରାଇମ ଆଣ୍ଡ ଅପରେଶନ୍ସ) ମାହିଦ ଉଦିନ କହିଛନ୍ତି ଯେ, ବେନାପୋଲ ଏକ୍ସପ୍ରେସରେ ନିଆଁ ଲାଗିବା ଏକ ଯୋଜନାବନ୍ଧ ଆକ୍ରମଣ । ବାଂଲାଦେଶ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୨ ଦିନ ବାକିଥିବା ବେଳେ ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ । ତେବେ ଏହି ଘଟଣାରେ ଦୋଷୀଙ୍କୁ ଚିହ୍ନଟ କରାଯାଇ ନିଶ୍ଚିତ କଠୋର ଦିଣ୍ଡ ଦିଆଯିବ ବୋଲି ସେ କହିଛନ୍ତି । ଏହାସହ ସାଧାରଣ ଜନତା, ଛୋଟ ପିଲା ଓ ମହିଳାଙ୍କ ପ୍ରତି ଏଭଳି ବ୍ୟବହାର ଅମାନବିକତା ବୋଲି ସେ କହିଛନ୍ତି ।

beanpole express trainfire in beanpole expressfire in beanpole express train 4 dead
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami