ଏକ୍ସପ୍ରେସ୍ ଟ୍ରେନରେ ରହିବନି ସାଧାରଣ ବଗି, ମହଙ୍ଗା ହେବ ରେଳ ଯାତ୍ରା

ନୂଆଦିଲ୍ଲୀ : ଏକ୍ସପ୍ରେସ୍ ଟ୍ରେନରେ ରହିବନି ସାଧାରଣ ବଗି । ଆଗକୁ ମହଙ୍ଗା ହେବ ରେଳ ଯାତ୍ରା । କାରଣ ଏଣିକି ଟ୍ରେନରେ ଜେନେରାଲ ବଗି ଓ ସ୍ଲିପର୍ କୋଚ୍ ବଦଳରେ ଲାଗିବ ଏସି କୋଚ୍ । ଆସନ୍ତା ୨ ବର୍ଷ ଭିତରେ କେତେକ ପାସେଞ୍ଜର ଟ୍ରେନ୍ ବ୍ୟତୀତ ସମସ୍ତ ଏକ୍ସପ୍ରେସ୍ ଟ୍ରେନ୍‌ରେ ଏହି ବ୍ୟବସ୍ଥା ଲାଗୁ କରିବା ନେଇ ଯୋଜନା ରହିଛି । ଟ୍ରେନରୁ ସାଧାରଣ ବଗି ହଟିଲେ ଯାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହେବେ ।

ଯାତ୍ରୀ ହେଉ ନ ଥିବା ଏକ୍ସପ୍ରେସ୍ ଟ୍ରେନରୁ ହଟିବ ସାଧାରଣ ବଗି

ଅପରପକ୍ଷେ ପ୍ଲାଟଫର୍ମ ଟିକେଟ୍ ଓ ଖାଦ୍ୟ ଦର ବୃଦ୍ଧି ରେଳ ଯାତ୍ରାକୁ ଆହୁରି ମହଙ୍ଗା କରିପକାଇଛି । ଏକ୍ସପ୍ରେସ୍ ଟ୍ରେନରେ ଜେନେରାଲ୍ ବଗି ହଟାଯାଇ କେବଳ ଏସି କୋଚ୍ ରହିବ । ଆବଶ୍ୟକ ଯାତ୍ରୀ ହେଉ ନ ଥିବା ଏକ୍ସପ୍ରେସ୍ ଟ୍ରେନରୁ ରେଳବାଇ ସାଧାରଣ ବଗି ହଟାଇଦେବ । ଏ ନେଇ ରେଳ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଏକ୍ସପ୍ରେସ୍ ଟ୍ରେନ୍‌ରୁ ସାଧାରଣ ବଗି ଓ ସ୍ଲିପର୍ କୋଚ୍ ଉଠାଇଦେବାକୁ ୨୦୨୦ରେ ବୋର୍ଡ ସରକାରଙ୍କୁ ସୁପାରିସ କରିଥିଲା । ବୋର୍ଡର ସୁପାରିସ କ୍ରମେ ରେଳବାଇ ଧୀରେ ଧୀରେ ସାଧାରଣ ବଗି ସଂଖ୍ୟା କମାଇଚାଲିଛି । ସାଧାରଣ ବଗିର ଉତ୍ପାଦନ କମାଇଦେବାକୁ ଇତିମଧ୍ୟରେ ରେଳ ଡବା କାରଖାନାଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଏସବୁର ମୁଖ୍ୟ କାରଣ ହେଉଛି ରେଳ ପରିଚାଳନା ଦାୟିତ୍ୱ କର୍ପୋରେଟ୍ ସଂସ୍ଥାକୁ ମିଳିବା । ଏହାପରଠାରୁ ଏଭଳି ପରିବର୍ତ୍ତନ କରାଯାଉଥିବା କୁହାଯାଉଛି । ଭାରତୀୟ ରେଳକୁ ଲୋକଙ୍କ ଜୀବନ ରେଖା କୁହାଯାଏ । ବର୍ତ୍ତମାନ ଜଣେ ଗରିବ ଲୋକ ଦୂର ସ୍ଥାନକୁ କମ୍ ଖର୍ଚ୍ଚ ଯିବା ଆଉ ସମ୍ଭବ ହେବନାହିଁ ।

express trainsexpress trains will not have general coachesexpress trains will not have general coaches rail travel will be expensivegeneral coaches rail travel
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami