ମଦ ର ଏକ୍ସପାଏରୀ ଡେଟ୍ ଅଛି କି ? କିଣିଲା ବେଳେ ଏହାକୁ ଧ୍ୟାନରେ ରଖନ୍ତୁ..

ଯେତେବେଳେ ବି ଆପଣ ମଦ କିଣିଛନ୍ତି କେବେ ତା’ର ଏକ୍ସପାଏରୀ ଡେଟ୍ ଦେଖିଛନ୍ତି କି ? ସମ୍ଭବତଃ କେବେ ମଧ୍ୟ ଏକ୍ସପାଏରୀ ଡେଟ୍ ଦେଖି ଆପଣ ମଦ କିଣିନଥିବେ । କାରଣ ଆମ ମନରେ ଏହି ଧାରଣା ଘର କରିଛି ଯେ, ମଦ ଯେତେ ପୁରୁଣା ହେବ ସେତେ ଭଲ । ତେବେ କ’ଣ ମଦ ର ଏକ୍ସପାଏରୀ ଡେଟ୍ ନଥାଏ ? ଆସନ୍ତୁ ଆଜି ଏହା ଜାଣିବାକୁ ଚେଷ୍ଟା କରିବା ଯେ, ମଦ ର ଏକ୍ସପାଏରୀ ଡେଟ୍ ଅଛି କି ନାହିଁ । ଆଉ ଯଦି ଅଛି ତେବେ ଏହାକୁ କେତେ ଦିନ ପର୍ଯ୍ୟନ୍ତ ବ୍ୟବହାର କରି ହେବ ?

ଏହା ମଦ ର ପ୍ରକାର ଉପରେ ନିର୍ଭର କରିଥାଏ । ଅର୍ଥାତ ମଦର ପ୍ରକାରଭେଦ ଉପରେ ନିର୍ଭର କରିଥାଏ ଏହାର ଏକ୍ସପାଏର ହେବ କି ନାହିଁକିଛି ମଦକୁ ମାତ୍ର ବର୍ଷକ ଭିତରେ ହିଁ ବ୍ୟବହାର କରାଯାଇପାରେ । ଅର୍ଥାତ ମଦ ତିଆରି ହେବାର ବର୍ଷକ ଭିତରେ ହିଁ ପିଆ ଯାଇ ପାରିବ । କିନ୍ତୁ କିଛି ମଦ ଏମିତି ଥାଏ ଯାହା ପ୍ରସ୍ତୁତ ହେବା ପରେ ତାକୁ ନେଇ କୋଲ୍ଡ ଷ୍ଟୋରେଜରେ ରଖି ଦିଆଯାଏ ଅଧିକ ଦିନ କୋଲ୍ଡ ଷ୍ଟୋରେଜରେ ରହିବା ପରେ ହିଁ ଏହି ମଦର ସ୍ୱାଦ ଭଲ ଆସିଥାଏ ।

କେଉଁ ମଦ ର ଏକ୍ସପାଏରୀ ଡେଟ୍ ନଥାଏ ?

ଆଲକୋହୋଲ ଯାହା ସ୍ପ୍ରିଟ୍ କ୍ୟାଟେଗୋରିରେ ରହିଥାଏ ତାହାର ଏକ୍ସପାଏରୀ ଡେଟ୍ ନଥାଏସ୍ପ୍ରିଟ୍ କ୍ୟାଟେଗୋରିରେ ରମ୍, ଜିନ୍, ଭୋଡକା, ବ୍ରାଣ୍ଡି ଓ ଟକିଲା ଭଳି ମଦ ଆସିଥାନ୍ତି । ଅର୍ଥାତ ଏହି ସବୁ ମଦର କୌଣସି ଏକ୍ସପାଏରୀ ଡେଟ୍ ନଥାଏ ଏହାକୁ ବର୍ଷ ବର୍ଷ ଧରି ବ୍ୟବହାର କରାଯାଇପାରେ ।

କେଉଁ ମଦର ଥାଏ ଏକ୍ସପାଏରୀ ଡେଟ୍ ?

ୱାଇନ୍ ଓ ବିୟରର ଏକ୍ସପାଏରୀ ଡେଟ୍ ଥାଏ । ଏହି ସବୁ ଉତ୍ପାଦ ଡିଷ୍ଟିଲ୍ଡ୍ ହୋଇନଥାନ୍ତି । ତେଣୁ ୱାଇନ୍ ଓ ବିୟରର ଏକ୍ସପାଏରୀ ଡେଟ୍ ଥାଏ ଓ ଏହାକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପିଇବା ଜରୁରୀୱାଇନରେ ଜଳିୟାଂଶ ଅଧିକ ଥାଏ, ତେଣୁ ଏହାର ଖରାପ ହେବାର ଆଶଙ୍କା ଅଧିକ ରହିଥାଏ । ୱାଇନ୍ କ୍ୱାଲିଟି ମଧ୍ୟ ଏହାର ଏକ୍ସପାଏରୀ ଡେଟ୍ ଉପରେ ନିର୍ଭର କରିଥାଏ । ୱାଇନ୍ ବୋତଲ ଥରେ ଖୋଲିଦେଲେ ଏହାକୁ ଆପଣ ଅନେକ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ସତ କିନ୍ତୁ ଏହାର କ୍ୱାଲିଟି ଖରାପ ହୋଇଯିବ

ALCOHOLalcohol expiry datebrandycold storageexpiry datejinrumspirit categorytakilavodkaWINEwine and beer have expiry dateswine expiry dateଆଲକୋହୋଲଏକ୍ସପାଏରୀ ଡେଟ୍କୋଲ୍ଡ ଷ୍ଟୋରେଜଜିନ୍ଟକିଲାବ୍ରାଣ୍ଡିଭୋଡକାମଦରମ୍ୱାଇନ୍ ଓ ବିୟରର ଏକ୍ସପାଏରୀ ଡେଟ୍ ଥାଏସ୍ପ୍ରିଟ୍ କ୍ୟାଟେଗୋରି
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami