ପାହାଡ଼ ଉପରେ କ୍ରିକେଟ ଖେଳିଲେ ଯୁବତୀ, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ : ପାହାଡ଼ ଉପରେ କ୍ରିକେଟ ଖେଳ । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ଏବେ ଆପଣ ଭାବୁଥିବେ ପାହାଡ଼ ଉପରେ କିଏ କ୍ରିକେଟ ଖେଳେ । କ୍ରିକେଟ ଖେଳିବାକୁ ହେଲେ ଗୋଟେ ସମତଳ ପଡ଼ିଆ ଦରକାର । ଆପଣ ଯାହା ଭାବୁଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍ । ହେଲେ ହିମାଚଳ ପ୍ରଦେଶର ପାହାଡ଼ ଉପରେ ସ୍ଥାନୀୟ ଯୁବତୀମାନେ କ୍ରିକେଟ ଖେଳୁଥିବା ନଜର ଆସିଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓକୁ ସେୟାର କରିଛନ୍ତି ପ୍ରସିଦ୍ଧ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ।

ଯୁବତୀଙ୍କ ଏପରି ଉଦ୍ୟମକୁ ପ୍ରଶଂସା

ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ । ସେ ଅନେକ ସମୟରେ ମଜାଳିଆ ଭିଡିଓ ସେୟାର କରିଥାନ୍ତି । ସେ ବର୍ତ୍ତମାନ ହିମାଚଳ ପ୍ରଦେଶର ପାହାଡରେ କ୍ରିକେଟ ଖେଳୁଥିବା ସ୍ଥାନୀୟ ଯୁବତୀଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ଭାରତ କ୍ରିକେଟକୁ ଏକ ଅନ୍ୟ ସ୍ତରକୁ ନେଇଯାଇଛି । ଏହି ଭିଡିଓରେ ସ୍ଥାନୀୟ ମହିଳାମାନେ କ୍ରିକେଟ ଖେଳୁଥିବା ନଜର ଆସିଛନ୍ତି । ବିଶେଷ କଥା ହେଉଛି ଭୂମି ସମତଳ ନ ଥିବା ପାହାଡ ଉପରେ କ୍ରିକେଟ ଖେଳାଯାଉଛି । ଯେତେବେଳେ ବ୍ୟାଟରେ ବଲ ବାଜୁଛି ବଲ ପିଚ ତଳକୁ ଖସି ରାସ୍ତାକୁ ଆସି ପଡୁଛି । ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେବା ସହ ଯୁବତୀଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

cricket gamecricket game on hillsPlay cricket in a unique wayWomen's cricket
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami