ସ୍କୁଲ ସିଲାବସ୍‌ରେ ସାମିଲ ହେବ ରାମ ମନ୍ଦିର ନିର୍ମାଣର ଇତିହାସ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୨୦୨୪ ଜାନୁୟାରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯିବ । ଏହାରି ମଧ୍ୟରେ ଉତ୍ତରପ୍ରଦେଶ ସରକାର ରାମ ମନ୍ଦିର ନିର୍ମାଣର ଇତିହାସ ଓ ଏହା ବିଷୟରେ ସମସ୍ତ ତଥ୍ୟ ସ୍କୁଲ ପୁସ୍ତକରେ ସାମିଲ କରିବାକୁ ଯୋଜନା କରିଛନ୍ତି । ନୂଆ ଶିକ୍ଷାନୀତି ଜରିଆରେ ଉତ୍ତରପ୍ରଦେଶ ପ୍ରାଥମିକ ସ୍କୁଲ ସିଲାବସ୍‌ରେ ରାମ ମନ୍ଦିର ନିର୍ମାଣକୁ ସାମିଲ କରାଯିବ । ଉତ୍ତରପ୍ରଦେଶ ଉଚ୍ଚଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ରଜନୀ ତିୱାରୀ ଏ ବିଷୟରେ ସୂଚନା ଦେଇଛନ୍ତି ।

ଧାର୍ମିକ ପରମ୍ପରା ବିଷୟରେ ଅବଗତ ହେବେ ପିଲା

ଉଚ୍ଚଶିକ୍ଷା ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ପିଲାଙ୍କୁ ଆମର ସଂସ୍କୃତି ବିଷୟରେ ଜ୍ଞାନ ଦେବା ଉଚିତ ବୋଲି ଜାତୀୟ ଶିକ୍ଷା ନୀତିରେ ଏହା ନିର୍ଦ୍ଦେଶ ରହିଛି । ଆଉରାମ ମନ୍ଦିର ଆମ ଭାବନା ସହ ଜଡିତ ବିଷୟ । କେବଳ ରାମ ମନ୍ଦିର କଥା ନୁହେଁ ଏହା ସହିତ ଅନ୍ୟ ଧାର୍ମିକ, ପୌରାଣିକ, ଆଧ୍ୟାତ୍ମିକ ବିଷୟକୁ ମଧ୍ୟ ପାଠ୍ୟକ୍ରମରେ ସାମିଲ କରାଯିବାକୁ ଯୋଜନା ରହିଛି । ଏହାଦ୍ୱାରା ପିଲାମାନେ ଆମ ଦେଶର ଧାର୍ମିକ ପରମ୍ପରା ବିଷୟରେ ଅବଗତ ହୋଇପାରିବେ ବୋଲି କହିଛନ୍ତି ।

Children will read the history of Ram temple constructionRam mandirram mandir construction
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami