୧୬ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଲେ ସେଫ୍ କୁନାଲ କପୁର

ନୂଆଦିଲ୍ଲୀ: ବିବାହର ୧୬ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଲେ ସେଲିବ୍ରିଟି ସେଫ୍ କୁନାଲ କପୁର । ୨୦୦୮ରେ ସେ ଏକତା କପୁରଙ୍କୁ ବିବାହ କରିଥିଲେ । ବିବାହର ୪ ବର୍ଷ ପରେ ଦୁହେଁ ପୁତ୍ର ସନ୍ତାନର ପିତାମାତା ହୋଇଥିଲେ । ହେଲେ ସେମାନଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିବାରେ ଲାଗିଥିଲା । ଏପରିକି ଏକତା ତାଙ୍କ ମା’ବାପାଙ୍କୁ ଅସମ୍ମାନ କରୁଥିବା କୁନାଲ ଅଭିଯୋଗ ଆଣିଥିଲେ ।

କୁନାଲଙ୍କ ଛୋଟ ବେଳୁ ରୋଷେଇ ପ୍ରତି ସଉକ

ପାରିବାରିକ କୋର୍ଟରେ ଛାଡ଼ପତ୍ର ଆବେଦନ ଖାରଜ ହୋଇଥିଲା । ଏହାପରେ ସେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସେଠାରେ ଶୁଣାଣି କରାଯାଇ କ୍ରୁରତା ଆଧାରରେ ତାଙ୍କୁ ପତ୍ନୀଙ୍କଠାରୁ ଛାଡ଼ପତ୍ର ମିଳିଛି । ଏକତାଙ୍କ ବ୍ୟବହାର କୁନାଲଙ୍କ ପ୍ରତି ସହାନୁଭୂତିପୂର୍ଣ୍ଣ ନ ଥିଲା । ଏପରିକି ମିଛ ଅଭିଯୋଗରେ ତାଙ୍କର ବ୍ୟକ୍ତିଗତ ଛବି ଖରାପ କରିବାକୁ ଚେଷ୍ଟା କରାଯାଉଛି ବୋଲି କୋର୍ଟ କହିଛନ୍ତି । ଦିଲ୍ଲୀର ବାସିନ୍ଦା କୁନାଲ ପିଲାଟି ଦିନରୁ ରୋଷେଇ କରିବାର ସଉକ ଥିଲା । ଏହି କାରଣରୁ ସେ ସେଫ୍ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଦେଶବିଦେଶରେ ତାଙ୍କର ଲୋକପ୍ରିୟତା ଢେର ଅଧିକ । ସେ ଜଣେ ସେଲିବ୍ରିଟି ଜଜ୍ ହୋଇଥିବା ବେଳେ ମାଷ୍ଟରସେଫ୍ ଇଣ୍ଡିଆର ଜଜ୍ ଭାବେ ଜଣାଯାଉଛି । ଇନଷ୍ଟାଗ୍ରାମରେ ତାଙ୍କର ୩ ମିଲିୟନ ଫଲୋୟର୍ସ ଅଛନ୍ତି ।

Chef Kunal Kapoor separated from his wifemaster Chef Kunal Kapoor
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami