ମାସକ ଭିତରେ ଘର ଛାଡି ପାରନ୍ତି ସିଡିଏସ ବିପିନ ରାୱତଙ୍କ ପରିବାର, ଘରେ ଚାଲିଛି ଗରୁଡ଼ ପୁରାଣ ପାଠ

ଦିଲ୍ଲୀର କାମରାଜ୍ ରୋଡ୍ ସ୍ଥିତ ସିଡିଏସ ଭବନରେ ଗତ ୫ ଦିନ ଧରି ଗରୁଡ଼ ପୁରାଣ ପାଠ ଚାଲିଛିହେଲିକପ୍ଟର କ୍ରାଶରେ ସହିଦ ସିଡିଏସ ରାୱତତାଙ୍କ ପତ୍ନୀଙ୍କ ଆତ୍ମାର ଶାନ୍ତି ପାଇଁ ଗରୁଡ଼ ପୁରାଣ ପାଠ ଚାଲିଛିସିଡିଏସ ଭବନରେ ଏବେ ରାୱତଙ୍କ ବଡ଼ ଝିଅ,ଜ୍ୱାଇ ଓ ଶଳାଙ୍କ ପରିବାର ରହୁଛନ୍ତି ।

ମାସକ ମଧ୍ୟରେ ଛାଡିବାକୁ ପଡିପାରେ ଘର

ଜେନରାଲ ରାୱତଙ୍କ ଶଳା ୟଶବର୍ଦ୍ଧନ ସିଂହଙ୍କ ଅନୁସାରେ ରାୱତ ପରିବାରକୁ ମାସକ ମଧ୍ୟରେ ଘର ଛାଡିବାକୁ ପଡିପାରେ । ସରକାର ପରିବାରକୁ ନୂଆ ଘରକୁ ସିଫ୍ଟ କରିପାରନ୍ତି । ଜେନରାଲ ରାୱତଙ୍କ ବଡ଼ ଝିଅଙ୍କ ବିବାହ ସରିଥିବା ବେଳେ ସାନ ଝିଅ ପାଇଁ ପ୍ରସ୍ତାବ ଖୋଜା ଚାଲିଥିଲା । ସାନ ଝିଅ ଏବେ ଲ’ ପ୍ରାକ୍ଟିସ କରୁଛନ୍ତି । ବଡ଼ ଝିଅ ନିଜ ପରିବାର ସହିତ ମୁମ୍ବାଇରେ ରହୁଛନ୍ତି । ଅନ୍ତିମ ସଂସ୍କାର ସହିତ ଜଡିତ କ୍ରିୟାକର୍ମ ଡିସେମ୍ବର ୨୦ ତାରିଖରେ ସରିବ । ସେ ପର୍ଯ୍ୟନ୍ତ ପରିବାର ସିଡିଏସ ଭବନରେ ରହିବେଏବେ ସାନ ଝିଅଙ୍କୁ ବଡ଼ ଭଉଣୀ ନିଜ ସହିତ ମୁମ୍ବାଇ ନେବାକୁ ଚାହୁଁଛନ୍ତି । ଅନ୍ୟପକ୍ଷରେ ତାଙ୍କ ପିଉସୀ ତାଙ୍କୁ ନିଜ ସହିତ କିଛି ଦିନ ରଖିବାକୁ ଇଛା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ରାୱତଙ୍କ ଭଉଣୀ ଆମେରିକାରେ ରୁହନ୍ତି । ସେହିଭଳି ରାୱତଙ୍କ ସାନ ଭାଇ ସେନାରୁ ଅବସର ନେଇ ଜୟପୁରରେ ରହୁଛନ୍ତି ।

ନୋଏଡାରେ ଘର ଅଛି କିନ୍ତୁ କେବେ ଘରେ ରହି ନାହାନ୍ତି

ଜେନରାଲ ରାୱତଙ୍କର ନୋଏଡର ସେକ୍ଟର ୩୭ରେ ଗୋଟିଏ ଘର ଅଛି । କିନ୍ତୁ ସେଠାରେ ସେ କେବେ ମଧ୍ୟ ରହିନାହାନ୍ତି । କାରଣ ସେନାର ବଡ଼ ପଦବୀରେ ରହିବା କାରଣରୁ ତାଙ୍କୁ ଦିଲ୍ଲୀରେ ହିଁ ରହିବାକୁ ପଡୁଥିଲା ।

cds bhawancds bipin rawat deathcds bipin rawat familydelhi kamraj roadgaruda puranagaruda purana for bipin rawat and his wife soulhelicopter crashIAF chopper crashmartyred bipin rawat in helicopter crashଗରୁଡ଼ ପୁରାଣ ପାଠଦିଲ୍ଲୀର କାମରାଜ୍ ରୋଡ୍ସିଡିଏସ ବିପିନ ରାୱତଙ୍କ ପରିବାରସିଡିଏସ ଭବନସିଡିଏସ ରାୱତ ଓ ତାଙ୍କ ପତ୍ନୀଙ୍କ ଆତ୍ମାର ଶାନ୍ତି ପାଇଁ ଗରୁଡ଼ ପୁରାଣ ପାଠହେଲିକପ୍ଟର କ୍ରାଶରେ ସହିଦ ସିଡିଏସ ରାୱତ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami