‘ମ୍ୟାଚ୍ ଫିକ୍ସିଂ’ ମନ୍ତବ୍ୟ ନେଇ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ନୂଆଦିଲ୍ଲୀ: ‘ମ୍ୟାଚ୍ ଫିକ୍ସିଂ’ ବୟାନକୁ ନେଇ ଅଡୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ଏପରି ବୟାନକୁ ନେଇ ବିଜେପି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି । ରାହୁଲଙ୍କ ଏଭଳି ମନ୍ତବ୍ୟ ବିରୋଧରେ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେପି ଦାବି କରିଛି । କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନ ଅଧିକାରୀମାନଙ୍କୁ ଭେଟି ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

ଇଣ୍ଡିଆ’ ମେଣ୍ଟର ରାଲିରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ରାହୁଲ

ଇସି ଅଧିକାରୀଙ୍କୁ ଭେଟିବା ପରେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ, ଦିଲ୍ଲୀରେ ଏକ ସାଧାରଣ ସଭାରେ ପୂର୍ବତନ କଂଗ୍ରେସ ସଭାପତିଙ୍କ ମନ୍ତବ୍ୟ ଅତ୍ୟନ୍ତ ଆପତ୍ତିଜନକ ଥିଲା । କାରଣ ଏହା କେବଳ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନୁହେଁ ବରଂ ନିର୍ବାଚନରେ ଏହାର ଗୁରୁତର ପ୍ରଭାବ ମଧ୍ୟ ପଡ଼ିପାରେ । ଆମେ ରାହୁଲ ଗାନ୍ଧୀ, ଅନ୍ୟ କଂଗ୍ରେସ ନେତା ଓ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛୁ । ରାମଲୀଳା ମଇଦାନରେ ରବିବାର ‘ଇଣ୍ଡିଆ’ ମେଣ୍ଟର ରାଲିରେ ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ଲୋକସଭା ନିର୍ବାଚନରେ ‘ମ୍ୟାଚ୍ ଫିକ୍ସିଂ’ କରିବାକୁ ଚେଷ୍ଟା କରୁଛନ୍ତି । ଯାହା ଫଳରେ ବିପୁଳ ବ୍ୟବଧାନରେ ନିର୍ବାଚନ ଜିତି ସମ୍ବିଧାନକୁ ଉଛେଦ କରାଯାଇ ପାରିବ । ସମ୍ବିଧାନ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏହି ନିର୍ବାଚନ ଶେଷ ସୁଯୋଗ । ତେଣୁ ଏପରି ‘ମ୍ୟାଚ୍ ଫିକ୍ସିଂ’କୁ ରୋକିବାକୁ ରାହୁଲ ଗାନ୍ଧୀ ଲୋକଙ୍କୁ ଆହ୍ୱାନ କରିଥିଲେ ।

bjp action against rahul gandhicongress leader rahul gandhimatch fixing remarksrahul gandhi
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami