ଗୋଟିଏ ମଣିଷଖିଆ ବାଘର କାହାଣୀ ଯିଏ ୪ଶହରୁ ଅଧିକ ଲୋକଙ୍କୁ ମାରିଥିଲା,ସେନା ବି ମାରିଥିଲା ଫେଲ

ବିହାରରେ ମଣିଷଖିଆ ବାଘ ଟି-୧୦୫ ଶିକାରୀ ଗୁଳିରେ ଟଳି ପଡ଼ିଛି । ଏହି ବାଘ ଓ ତା’ ବାପା ମଧ୍ୟରେ ଜଙ୍ଗଲ ଉପରେ ଚାଲିଥିବା ଅଧିକାର ଯୁଦ୍ଧ ପାଇଁ ପାଲଟି ଯାଇଥିଲା ମଣିଷଖିଆ । ବାପା ବାଘ ଟି-୫ ଡରରେ ଟି-୧୦୫ ଜଙ୍ଗଲ ଭିତରକୁ ଯାଇ ପାରୁନଥିଲା । ଜଙ୍ଗଲ ସୀମା ବାହାରେ ରହୁଥିଲା । ଆଉ ଶିକାର ନପାଇ ପାଲଟିଯାଇଥିଲା ମଣିଷଖିଆ ୫ଶହ ଜଙ୍ଗଲ ଅଧିକାରୀ ବିହାରର ଚମ୍ପାରଣରେ ଏହି ବାଘକୁ ଖୋଜୁଥିଲେ । ଶେଷରେ ଶନିବାର ଦିନ ତା’ର ଅନ୍ତ ଘଟିଛି ୨ ହଜାରୁ କିଛି ଶହ ଅଧିକ ବାଘ ଭାରତରେ ଅଛନ୍ତି । ବ୍ୟାଘ୍ର ସଂରକ୍ଷଣ ପାଇଁ ସରକାର ଢେର ଉଦ୍ୟମ କରୁଛନ୍ତି । ଏହାରି ଭିତରେ ଗୋଟିଏ ବାଘକୁ ସରକାରୀ ଆଦେଶରେ ହତ୍ୟା କରିବା ନିଷ୍ପତି କେଉଁ ପରିସ୍ଥିତିରେ ନିଆଯାଇଥିବ ତା’ ସହଜରେ ଅନୁମେୟ । ଭାରତରେ ବାଘ ଆତଙ୍କ କିଛି ନୂଆ ନୁହେଁ । ଆସନ୍ତୁ ଆଜି ଜାଣିବା ଏମିତି ଗୋଟିଏ ବାଘୁଣୀ ବାବଦରେ ଯିଏ ଦିନେ ୪ଶହରୁ ଅଧିକ ଲୋକଙ୍କୁ ମାରିଥିଲା ଚମ୍ପାବତର ବାଘୁଣୀ ନାମରେ ପରିଚିତ ସେହି ମଣିଷଖିଆ ବାଘୁଣୀର ନାଁ ଗିନିଜ୍ ବୁକ୍ ଅଫ୍ ରେକର୍ଡସରେ ମଧ୍ୟ ରହିଛି । କାରଣ ତା’ ଭଳି ଅନ୍ୟକୌଣସି ପଶୁ ଏତେ ସଂଖ୍ୟକ ମଣିଷ ମାରିନାହାନ୍ତି ।

ଚମ୍ପାବତର ବାଘୁଣୀ

ତା’ର ଆତଙ୍କ ବିଂଶ ଶତାବ୍ଦୀର ଆରମ୍ଭରୁ ଆରମ୍ଭ ହୋଇଥିଲା । ଆତଙ୍କ ଏମିତି ଥିଲା ଯେ, ତାକୁ ଗୋଟିଏ ନାଁ ମଧ୍ୟ ମିଳିଥିଲାଚମ୍ପାବତର ରାକ୍ଷସୀଚମ୍ପାବତର ରାକ୍ଷସୀର ଅନେକ ନାମ ଥିଲା ନେପାଳରୁ ଭାରତର କୁମାୟୁଁ ପର୍ଯ୍ୟନ୍ତ ସେ ଥିଲା ଆତଙ୍କର ପର୍ଯ୍ୟାୟ ଜଙ୍ଗଲରେ ମହିଳା ଓ ଶିଶୁ ଥିଲେ ତା’ର ଟାର୍ଗେଟ୍ । ତାକୁ ଯିଏ ଦେଖୁଥିଲା ସେ ଜୀବିତ ରହୁନଥିଲାଚମ୍ପାବତର ରାକ୍ଷସୀ ନେଇଥିଲା ୪୩୬ ଜୀବନ । ପୁରା ବିଶ୍ୱରେ ଏତେ ସଂଖ୍ୟାରେ କୌଣସି ପଶୁ ମଣିଷଙ୍କୁ ମାରିବାର ରେକର୍ଡ ନାହିଁ

କୁହାଯାଏ ଯେ, ଥରେ ଚମ୍ପାବତର ବାଘୁଣୀକୁ କିଏ ଗୁଳି କରିଥିଲା ଗୁଳି ମାଡରେ ତା’ର ମୁହଁର ଡାହାଣ ପଟର ଥୋଡି ଭାଙ୍ଗି ଯାଇଥିଲାଚମ୍ପାବତର ବାଘୁଣୀ ବଂଚି ଯାଇଥିଲା କିନ୍ତୁ ଜନ୍ମ ନେଇଥିଲା ଚମ୍ପାବତର ରାକ୍ଷସୀ । ଯେଉଁ ମଣିଷର ଗୁଳିରେ ତା’ର ଥୋଡି ଭାଙ୍ଗିଥିଲା ସେଇ ମଣିଷକୁ ସେ ଶିକାର କରିବା ଆରମ୍ଭ କରିଥିଲା । ପ୍ରଥମେ ପ୍ରଥମେ ଲାଗିଲା ଯେ, ଗୋଟିଏ ନୁହେଁ ଏକରୁ ଅଧିକ ମଣିଷଖିଆ ବାଘ ମାତିଛନ୍ତି । କିନ୍ତୁ ପରେ ଜଣା ପଡି଼ଲା ଏସବୁ ହତ୍ୟା ପଛରେ ଅଛି ଗୋଟିଏ ବାଘୁଣୀ ନେପାଳରେ ଚମ୍ପାବତର ରାକ୍ଷସୀର ଆତଙ୍କ ଚରମରେ ଥିଲା୨ଶହରୁ ଅଧିକ ଲୋକଙ୍କୁ ନେପାଳରେ ଏହି ବାଘୁଣୀ ମାରିଥିଲାନେପାଳ ରାଜା ଏହି ଆତଙ୍କର ଅନ୍ତ ପାଇଁ ସେନା ମୁତୟନ କଲେ । କିନ୍ତୁ ବାଘୁଣୀ ମଣିଷ ଶିକାର କରି କରି ଚାଲାକ ହୋଇଯାଇଥିଲା । ସେନା ମଧ୍ୟ ତାକୁ ମାରି ପାରିଲା ନାହିଁ । ହଁ,ସେନା କିନ୍ତୁ ତାକୁ ନେପାଳ ଜଙ୍ଗଲରୁ ବାହାର କରିବାରେ ସକ୍ଷମ ହୋଇଥିଲା ଚମ୍ପାବତର ରାକ୍ଷସୀ ନେପାଳ ଜଙ୍ଗଲରୁ ବାହାରି ଭାରତ ସୀମା ଭିତରେ ପହଂଚିଲା

କୁମାୟୁଁ ଆସିଲା ମଣିଷଖିଆ ବାଘୁଣୀ

ନେପାଳର ଜଙ୍ଗଲରୁ ବାହାରି ଆସି ସେହି ମଣିଷଖିଆ ବାଘୁଣୀ ଭାରତର କୁମାୟୁଁ ଜଙ୍ଗଲରେ ପହଂଚିଥିଲାକୁମାୟୁଁରେ ପହଂଚିବା ବେଳକୁ ବାଘୁଣୀ ଅଧିକ ନିଡ଼ର ହୋଇ ସାରିଥିଲା । ସେ ଆଉ ରାତିରେ ଶିକାର କରୁନଥିଲା । ସେ ଦିନରେ ବି ଆକ୍ରମଣ କରୁଥିଲା । ନିର୍ଭିକ ଭାବରେ ସେ କୁମାୟୁଁର ଜଙ୍ଗଲ ଭିତରେ ଘୁରି ବୁଲୁଥିଲା । କୁମାୟୁଁରେ ତା’ର ଆତଙ୍କ ବଢିବା ସହିତ ଖୋଜା ପଡିଥିଲେ ସେ ସମୟର ବଡ଼ ଜଙ୍ଗଲ ସଂରକ୍ଷକ ତଥା ଶିକାରୀ ଜିମ୍ କର୍ବେଟ୍ ବ୍ରିଟିଶ ପ୍ରଶସାନର ଅନୁରୋଧରେ କର୍ବେଟ୍ ଚମ୍ପାବତର ରାକ୍ଷସୀକୁ ଶିକାର କରିବା ପାଇଁ ବାହାରିଥିଲେ । ଆଗରୁ ଅନେକ ମଣିଷଖିଆ ବାଘ ମାରିଥିବା ଜିମ୍ କର୍ବେଟଙ୍କର କୁମାୟୁଁ ଅଂଚଳରେ ଅଲଗା ପରିଚୟ ଥିଲା । ଦିନେ ସେଇ ବାଘୁଣୀ ଗୋଟିଏ ଶିଶୁକୁ ମାରିଥିଲା । ସେହି ଶିଶୁର ମାଂସ ଖଣ୍ଡ ଓ ରକ୍ତର ଅନୁସରଣ କରି ଜିମ୍ କର୍ବେଟ୍ ଚମ୍ପାବତର ରାକ୍ଷସୀ ପାଖରେ ପହଂଚିଥିଲେ କାର୍ବେଟଙ୍କ ଅବ୍ୟର୍ଥ ଗୁଳିର ଶିକାର ହୋଇଥିଲା ବାଘୁଣୀ । ଆଉ ତା’ ସହିତ ଏହି ବାଘୁଣୀ ଆତଙ୍କର ଅନ୍ତ ହୋଇଥିଲା ୧୯୧୧ ମସିହାରେ ୪୩୬ ଜଣଙ୍କୁ ମାରି ଖାଇଥିବା ବାଘୁଣୀ ସବୁଦିନ ପାଇଁ ନିରବ ହୋଇଯାଇଥିଲା ବାଘୁଣୀକୁ ମାରିବା ପରେ କୁମାୟୁଁର ଲୋକ ଜିମ୍ କାର୍ବେଟଙ୍କୁ ହ୍ୱାଇଟ୍ ସେଣ୍ଟ୍ ବା ଧବଳ ସାଧୁ ବୋଲି ସମ୍ବୋଧନ କରିବା ଆରମ୍ଭ କରିଥିଲେ ।

champawat nepalchampawat newschampawat news todaychampawat tigerchampawat tiger newschampawat tiger reactionchampawat tiger real photochampawat tiger storychampawat to nepalnepali tiger story
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami