ସୀମାରେ ଅନୁପ୍ରବେଶ ରୋକିବା ପାଇଁ ବିଏସଏଫର ଅଭିନବ ଉପାୟ

ନୂଆଦିଲ୍ଲୀ : ଏଥର ସୀମା ଜଗିବେ ମହୁମାଛି । ଏପରି ପଦକ୍ଷେପ ନେଇଛି ସୀମା ସୁରକ୍ଷା ବାହିନୀ । ସୀମାରେ ଅନୁପ୍ରବେଶକାରୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଏବେ ମହୁମାଛିର ସାହାଯ୍ୟ ନେବ ସୀମା ସୁରକ୍ଷା ବାହିନୀ । ଏହା କେବଳ ଅନୁପ୍ରବେଶକାରୀଙ୍କ ଉପରେ ଲଗାମ ଲଗାଇବ ନାହିଁ ବରଂ ସ୍ଥାନୀୟ ଲୋକଙ୍କୁ ରୋଜଗାର ମଧ୍ୟ ଦେବ । ସୀମାନ୍ତ ଗ୍ରାମଗୁଡିକରେ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶିତ ଜୀବନ୍ତ ଗ୍ରାମ କାର୍ଯ୍ୟକ୍ରମ ଅଧୀନରେ ପାଇଲଟ ପ୍ରକଳ୍ପ ଭାବରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହା କେବଳ ସୀମା ଅନୁପ୍ରବେଶ ଏବଂ ଚୋରା ଚାଲାଣ ବନ୍ଦ କରିବ ନାହିଁ ବରଂ ଚାଷୀଙ୍କୁ ମଧ୍ୟ ଉପକୃତ କରିବ ।

ସୀମା ଅଞ୍ଚଳରେ ବୃଦ୍ଧି ପାଉଛି ଅପରାଧୀକ କାର୍ଯ୍ୟକଳାପ

ଭାରତ-ବାଂଲାଦେଶ ସୀମା ଅଳ ଏହାର ଜୈବ ବିବିଧତା ଏବଂ ଉଭୟ ପାର୍ଶ୍ୱରେ ଘଞ୍ଚ ଜଙ୍ଗଲ ପାଇଁ ଜଣାଶୁଣା । ଯେଉଁଥି ପାଇଁ ଏହି ସୀମାରେ ଚୋରା ଚାଲାଣ ଏବଂ ଅନୁପ୍ରବେଶ ବହୁ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଗୋରୁ ଚୋରା ଚାଲାଣ ଓ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ମଧ୍ୟ ଚାଲାଣ ହେଉଛି । ଯାହା ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ପାଇଁ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରୁଛି । ଭାରତ-ବାଂଲାଦେଶ ସୀମା ଅଞ୍ଚଳରେ ବୃଦ୍ଧି ପାଉଥିବା ଅପରାଧୀକ କାର୍ଯ୍ୟକଳାପ ପାଇଁ ଏକ ଅଭିନବ ଉପାୟ ଅପଣାଇଛି ବିଏସ୍‌ଏଫ୍ ।

ମହୁଚାଷ କରି ଗ୍ରାମବାସୀ ହେବେ ଉପକୃତ

ବିଏସ୍‌ଏଫ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସୀମାରେ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ସ୍ଥାନୀୟ ଲୋକଙ୍କୁ ମହୁମାଛି ସହିତ ଯୋଡ଼ିବା ପାଇଁ ନଦିଆ ଜିଲ୍ଲାର ସୀମାନ୍ତ ଅଂଚଳରେ ବିଏସଏଫର ୩୨ ତମ ବାଟାଲିୟନ ଦ୍ୱାରା ଏହାର ପ୍ରଥମ ପ୍ରକାର ଯୋଜନା ଆରମ୍ଭ ହୋଇଛି । ଏହି ପ୍ରକଳ୍ପ ମାଧ୍ୟମରେ ବିଏସ୍‌ଏଫ୍ ସୀମାରେ ରହୁଥିବା ଗ୍ରାମବାସୀଙ୍କୁ ମହୁଚାଷ କରିବାକୁ ପ୍ରୋତ୍ସାହନ ଯୋଗାଇବ । ଏଥିରେ ବିଏସ୍‌ଏଫ୍ କେନ୍ଦ୍ର ସରକାରଙ୍କ ସହାୟତା ନେଉଛି । ସୀମାବର୍ତ୍ତୀ ଗ୍ରାମବାସୀମାନେ ମହୁଚାଷରୁ ଆୟର ସେମାନଙ୍କ ଭାଗ ମଧ୍ୟ ପାଇବେ । ଏହାଛଡ଼ା ମହୁମାଛିଙ୍କୁ ଅନୁପ୍ରବେଶକାରୀଙ୍କ ବିରୋଧରେ ଅସ୍ତ୍ର ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବ । ସୂଚନାଯୋଗ୍ୟ, ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରାୟ ୪ ହଜାର କିଲୋମିଟର ସୀମା ମଧ୍ୟରୁ ପ୍ରାୟ ୨୨୦୦ କିଲୋମିଟର ପଶ୍ଚିମବଙ୍ଗରେ ଅଛି । ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର ବିଏସ୍‌ଏଫ୍ ବତ୍ତମାନ ମହୁମାଛି ମାଧ୍ୟମରେ ଅନୁପ୍ରବେଶ ଏବଂ ଚୋରା ଚାଲାଣ ରୋକିବା ଉପରେ କାମ କରୁଛି ।

Bees will serve the countrybsf newsBSF's innovative approach to prevent border infiltration
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami