ବାଗେଶ୍ୱର ବାବାଙ୍କୁ ହତ୍ୟା ଧମକ: ଶରୀରରୁ ମୁଣ୍ଡ କରିଦେବୁ ଅଲଗା

ବରେଲି: ବାଗେଶ୍ୱର ବାବାଙ୍କୁ ମିଳିଛି ହତ୍ୟା ଧମକ । ବାଗେଶ୍ୱର ବାବାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରିଦେବୁ ବୋଲି ଧମକ ଦେଇଛନ୍ତି ଦୁର୍ବୃତ୍ତ । ଏନେଇ ସେ ଥାନାରେ ଏତଲା ଦେଇଛନ୍ତି । ଏହା ଜଣାପଡ଼ିବା ପରେ ହିନ୍ଦୁ ସଂଗଠନର କର୍ମୀମାନେ ଉତ୍ତ୍ୟକ୍ତ ହୋଇ ପଡ଼ିଛନ୍ତି । ଏତଲା ପାଇବା ପରେ କୋତୱାଲି ପୋଲିସ ଫୌଜ ରାଜା ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଧାରା ୫୦୫(୨) ଅନୁଯାୟୀ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ କରାଯାଉଥିବା ବେଳେ ଅଭିଯୁକ୍ତ ଗିରଫ ହେଲେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

ଫେସବୁକ୍ ମାଧ୍ୟମରେ ଦିଆଯାଇଛି ହତ୍ୟା ଧମକ

ଉତ୍ତରପ୍ରଦେଶର ବରେଲିରେ ଥିବା ବାଗେଶ୍ୱର ଧାମର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡ଼ିଛି । ଫେସବୁକ୍ ମାଧ୍ୟମରେ ଏହି ହତ୍ୟା ଧମକ ଦିଆଯାଇଛି । ଶରୀରରୁ ମୁଣ୍ଡ ଅଲଗା କରିଦିଆଯିବ ବୋଲି କୁହାଯାଇଛି । ଏହା ବିଷୟରେ ଜାଣିବା ପରେ ହିନ୍ଦୁ ସଂଗଠନର କର୍ମୀମାନେ ରାଗି ଯିବା ସହ ବରେଲିର କୋତୱାଲୀ ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି । ଏତଲାରେ ଲେଖାଯାଇଛି ଯେ, ସନାତନ ଧର୍ମ ଗୁରୁ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଫଟୋକୁ ଅଶ୍ଳୀଳ କରାଯାଇ ଏହାକୁ ସୋସିଆଲ ମିଡିଆରେ ସେୟାର କରାଯିବା ସହ ତାଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରାଯିବ ବୋଲି ଏକ ଅଡିଓ ସେଥିରେ ରହିଛି । ଏହି ଭିଡିଓ ହିନ୍ଦୁମାନଙ୍କୁ ବହୁତ ଆଘାତ ଦେଇଛି । ଏହାକୁ ନେଇ ଲୋକଙ୍କ ମନରେ ଆକ୍ରୋଶ ସୃଷ୍ଟି ହୋଇଛି । ତେଣୁ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି ।

Bageshwar BabaBageshwar Baba was threatened with death
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami