ଦୀପୋତ୍ସବ ୨୦୨୩ : ସଜେଇ ହୋଇଛି ଅଯୋଧ୍ୟା ନଗରୀ

ନୂଆଦିଲ୍ଲୀ : ଲକ୍ଷ ଲକ୍ଷ ଦ୍ୱୀପରେ ସଜେଇ ହୋଇଛି ପୁରା ଅଯୋଧ୍ୟା ନଗରୀ । ଯେଉଁଠି ନଜର ପଡୁଛି ସେଠି କେବଳ ଦେଖିବାକୁ ମିଳିଛି ରଙ୍ଗ ବେରଙ୍ଗର ଆଲୋକମାଳା । ଦୀପ ଏବଂ ଆତସବାଜିରେ ସାରା ସହର ଝଲସୁଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ପବିତ୍ର ଦୀପାବଳି ପୂର୍ବରୁ ରାମନଗରୀ ଅଯୋଧ୍ୟାରେ ପାଳିତ ହୋଇଯାଇଛି ଦୀପୋତ୍ସବ । ଏହି ଅବସରରେ ସାରା ସହରରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ୫୧ ନଦୀ ଘାଟରେ ଲକ୍ଷ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ ହୋଇଛି । ଚଳିତ ବର୍ଷ ୨୪ ଲକ୍ଷରୁ ଅଧିକ ଦୀପ ପ୍ରଜ୍ଜ୍ୱଳନ କରି ଅଯୋଧ୍ୟାବାସୀ ବିଶ୍ୱ ରେକର୍ଡ କରିଛନ୍ତି । ପୂର୍ବରୁ ୨୦୨୧ରେ ଏହି ଦୀପୋତ୍ସବରେ ୧୮ ଲକ୍ଷ ଏବଂ ୨୦୨୨ରେ ୨୨ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କରାଯାଇ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକର୍ଡ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ସବୁ ରେକର୍ଡକୁ ଅତିକ୍ରମ କରାଯାଇଛି । ପ୍ରାୟ ୩୦ ହଜାରରୁ ଅଧିକ ସ୍ୱେଛାସେବୀଙ୍କ ସହାୟତାରେ ୨୪ ଲକ୍ଷରୁ ଅଧିକ ଦୀପ ଜଳିଛି ।

ଲେଜର ଶୋ’ରେ ଝଲସିଲା ଅଯୋଧ୍ୟା

ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ଦୀପୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ସମେତ ରାଜ୍ୟର ସମସ୍ତ ମନ୍ତ୍ରୀ, ରାଜ୍ୟପାଳ ଏବଂ ୫୦ଟି ଦେଶର ରାଷ୍ଟ୍ରଦୂତ ଏବଂ ଅଧିକାରୀମାନେ ସାମିଲ ହୋଇଥିଲେ । ବିଭିନ୍ନ ସ୍ଥାନରେ ରାମଲାଲାଙ୍କ ପୂଜାର୍ଚ୍ଚନା ସମେତ ନୃତ୍ୟ, ସଙ୍ଗୀତ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହାବ୍ୟତୀତ ଲାଇଟ ଲେଜର ଶୋ’ରେ ମଧ୍ୟ ଅଯୋଧ୍ୟା ଆକାଶ ଝଲସିଥିଲା । ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଏନେଇ ସାରା ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

୨୦୧୭ରୁ ଆରମ୍ଭ ହୋଇଛି ଦୀପୋତ୍ସବ

୨୦୧୭ ମସିହାରୁ ଅଯୋଧ୍ୟାରେ ଦୀପୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ୨୦୧୭ ମସିହାରେ ଏକ ଲକ୍ଷ ୭୧ ହଜାର, ୨୦୧୮ରେ ୩ ଲକ୍ଷ ଏକ ହଜାର, ୨୦୧୯ରେ ୪ ଲକ୍ଷ ୪ ହଜାର, ୨୦୨୦ରେ ୫ଲକ୍ଷ ୫୧ହଜାର, ୨୦୨୧ରେ ୯ଲକ୍ଷ ୪୧ ହଜାର, ୨୦୨୨ରେ ୧୫ଲକ୍ଷ ୭୬ ହଜାର, ୨୦୨୩ରେ ୨୪ ଲକ୍ଷ ଦୀପ ଜଳାଇ ଗିନିଜ ବୁକ ଅଫ ରେକର୍ଡରେ ନିଜ ସ୍ଥାନ ବନାଇଛନ୍ତି ଉତ୍ତରପ୍ରଦେଶ ସରକାର ।

24 lakh diyas during deepotsavayodhya sets new Guinness world recordGuinness world record by lighting 24 lakh diyas
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami