ହାଇକୋର୍ଟରୁ ଝଟ୍‌କା ମିଳିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହେବା ପରେ ସେ ଦିଲ୍ଲୀ ହାଇକୋର୍ଟରେ ଗିରଫଦାରୀ ବିରୋଧରେ ଆବେଦନ କରିଥିଲେ । ଚ୍ୟାଲେଞ୍ଜର ଗୋଟିଏ ଦିନ ପରେ ଦିଲ୍ଲୀ ହାଇକୋର୍ଟ ଏହାକୁ ଖାରଜ କରି କେଜ୍ରିୱାଲଙ୍କୁ ଏକ ବଡ଼ ଧରଣର ଝଟ୍‌କା ଦେଇଛନ୍ତି । ହାଇକୋର୍ଟରୁ ଝଟ୍‌କା ପାଇବା ପରେ କେଜ୍ରିୱାଲ୍ ଏବେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

କେଜ୍ରିୱାଲଙ୍କ ବିରୋଧରେ ଇଡି ପାଖରେ ରହିଛି ଠୋସ ପ୍ରମାଣ

ଇଡିର ଗିରଫଦାରୀକୁ ବୈଧ ଦର୍ଶାଇ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ,କେଜ୍ରିୱାଲ ଏହି ଅପରାଧରେ ଅନ୍ୟମାନଙ୍କ ସହ ମିଶି ଷଡ଼୍‌ଯନ୍ତ୍ର କରିଥିଲେ । ଅପରାଧର ଆୟ ବ୍ୟବହାର କରିଥିଲେ । ଏସଂପର୍କରେ ଇଡି ପାଖରେ ଠୋସ ପ୍ରମାଣ ମଧ୍ୟ ରହିଛି । ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନ ଖାରଜ କରିଥିବାରୁ ପୂର୍ବରୁ ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ସେ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ତିହାର ଜେଲ୍‌ରେ ରହିବେ । ଇଡି ହାଇକୋର୍ଟରେ ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ, ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ତାଙ୍କର ଅନ୍ୟ ସହଯୋଗୀମାନଙ୍କ ସହ ମିଶି ଷଡ଼୍‌ଯନ୍ତ୍ର କରିଥିଲେ । ଏହି ଅପରାଧରୁ ମିଳିଥିବା ଅର୍ଥକୁ ମଧ୍ୟ ସେ ବ୍ୟବହାର କରିବାରେ ସାମିଲ ଥିବା ନେଇ ବଳିଷ୍ଠ ପ୍ରମାଣ ହାସଲ ହୋଇଥିବାରୁ ଇଡି କେଜ୍ରିୱାଲଙ୍କୁ ମାମଲାର କିଙ୍ଗ୍‌ପିନ୍ ବୋଲି କହିଛି ।

AAP supremo arvind kejriwalarvind kejriwal delhi cmarvind kejriwal goes to supreme court
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami