ଆନ୍ନା ହାଜାରେଙ୍କ ପ୍ରତିକ୍ରିୟା: କେଜ୍ରିୱାଲଙ୍କୁ ବହୁତ ବୁଝାଇଥିଲି,ହେଲେ ମୋ କଥା ପସନ୍ଦ ହେଲାନି

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ୯ଥର ଏହି ମାମଲା ପାଇଁ ପଚରାଉଚରା କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ ପଠାଇଥିଲେ ବି ହାଜର ହୋଇ ନ ଥିଲେ କେଜ୍ରିୱାଲ । କିନ୍ତୁ ସେ ବାରମ୍ବାର ସମନକୁ ଫାଙ୍କି ଚାଲିଥିବାରୁ ଗୁରୁବାର ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ଗିରଫ ପରେ ସମାଜସେବୀ ଆନ୍ନା ହାଜାରେ ନିଜର ପ୍ରତିକ୍ରିୟା ରଖିଛନ୍ତିି ।

କେଜ୍ରିୱାଲଙ୍କ ଏପରି ଅବସ୍ଥା ଦେଖି ଦୁଃଖ ଲାଗୁନି

ଆନ୍ନା ହାଜାରେ କହିଛନ୍ତି ଯେ, କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହେବା ପରେ ମୁଁ ନୂତନ ଅବକାରୀ ନୀତି ସମ୍ପର୍କରେ ତାଙ୍କୁ ଦୁଇଥର ଚିଠି ଲେଖିବାର ଉଦ୍ଦେଶ୍ୟ ହେଉଛି ଅନ୍ୟାୟ ଦୂର କରିବା । ମଦ୍ୟପାନ ହେତୁ ଲୋକଙ୍କ ହତ୍ୟା ଜନିତ ମାମଲା ବଢୁଛି ଏବଂ ମହିଳାଙ୍କୁ ନିର୍ଯ୍ୟାତନା ଦିଆଯାଉଛି । ଏହି କାରଣରୁ ମୁଁ ମଦ ନୀତି ବନ୍ଦ କରିବା ବିଷୟରେ କହିଥିଲି, କିନ୍ତୁ ମୋ କଥା ଅରବିନ୍ଦଙ୍କ ମନକୁ ପାଇନଥିଲା । ସେ ମଦ ନୀତି ଆରମ୍ଭ କରିଥିଲେ । ମୁଁ ଦୁଃଖିତ ଯେ ସେ ମୋ କଥା ଶୁଣି ନ ଥିଲେ । ବର୍ତ୍ତମାନ ଏଥିପାଇଁ ତାଙ୍କୁ ଗିରଫ କରାଯାଇଛି । ଯେତେବେଳେ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ ଆମ ସହ ଯୋଗ ଦେଇଥିଲେ, ମୁଁ କହିଥିଲି ଯେ ସେମାନେ ଦେଶର କଲ୍ୟାଣ ପାଇଁ ସର୍ବଦା କାର୍ଯ୍ୟ କରିବା ଉଚିତ୍ । କିନ୍ତୁ କ୍ଷମତାକୁ ଆସିବା ପରେ ସେ ଏହାକୁ ଧ୍ୟାନରେ ରଖି ନ ଥିଲେ । ବର୍ତ୍ତମାନ ମୁଁ ତାଙ୍କୁ କୌଣସି ପରାମର୍ଶ ଦେବି ନାହିଁ । ଆଇନ ଏବଂ ସରକାର ଯାହା କରିବାର କଥା କରିବେ । ମୁଁ କେଜ୍ରିୱାଲଙ୍କୁ ବହୁତ ବୁଝାଇଥିଲି । ଏବେ ତାଙ୍କ ଅବସ୍ଥା ଦେଖି ଦୁଃଖ ହେଉନାହିଁ । ସେହିପରି କେଜ୍ରିୱାଲଙ୍କ ଗିରଫ କରାଯିବାକୁ ନେଇ ଅନେକ ଦଳର ନେତା ତୀବ୍ର ସମାଲୋଚନା କରିଛନ୍ତି । ଆଗକୁ ନିର୍ବାଚନ ଥିବା ବେଳେ ତା’ପୂର୍ବରୁ କେଜ୍ରିୱାଲଙ୍କୁ ଗିରଫ କରିବା ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

anna hazare reactsanna hazare reacts to kejriwals arrestArvind Kejriwal cmarvind kejriwal delhi cm
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami