୯୧ତମ ବର୍ଷ ପୂରଣ କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆଇଏଏଫ୍ ଏହାର ମୂଲ୍ୟବୋଧକୁ ଭଲ ଭାବରେ ପ୍ରତିଫଳିତ କରିବା ପାଇଁ ଆଜି ପ୍ରୟାଗରାଜରେ ବାର୍ଷିକ ବାୟୁସେନା ଦିବସ ପରେଡରେ ନିଜର ନୂତନ ପତାକା ଉନ୍ମୋଚନ କରିବ । ଏକ ବର୍ଷ ପୂର୍ବରୁ ଭାରତୀୟ ନୌସେନା ନିଜର ଔପନିବେଶ ଅତୀତକୁ ଛାଡି ପତାକା ପରିବର୍ତ୍ତନ କରିଥିଲା । ଏବେ ପୁଣି ଥରେ ଦୀର୍ଘ ୧ ବର୍ଷ ପରେ ଭାରତୀୟ ବାୟୁସେନା ଏକ ନୂଆ ପତାକାକୁ ଆପଣାଇବାକୁ ନିଷ୍ପତ୍ତି ନେଇଛି ।

ଏ ନେଇ ପ୍ରତିରକ୍ଷା ବିଭାଗର ଜନସମ୍ପର୍କ ଅଧିକାରୀ ଗ୍ରୃପ୍ କ୍ୟାପଟେନ ସମୀର ଗଙ୍ଗାଖେଡକର କହିଛନ୍ତି ଯେ, ଆଜି ବାୟୁସେନା ଦିବସ ଅବସରରେ ବାୟୁସେନା ମୁଖ୍ୟ ବି ଆର୍ ଚୌଧୁରୀ ନୂତନ ବାୟୁସେନା ପତାକା ଉନ୍ମୋଚନ କରିବେ । ୨୦୨୩ ଅକ୍ଟୋବର ୮ ତାରିଖ ତାରିଖ ଭାରତୀୟ ବାୟୁସେନା ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଭାବେ ଯୋଡିହେବ । ଚଳିତ ବର୍ଷ ବାୟୁସେନା ଏହାର ପ୍ରତିଷ୍ଠା ହେବାର ୯୧ତମ ବର୍ଷ ପୂରଣ କରୁଛି । ଯାହାକୁ ସ୍ମରଣ କରିବା ପାଇଁ ଆଜି ସଙ୍ଗମ ଅଞ୍ଚଳରେ ଏକ ଏୟାର ସୋ ଆୟୋଜନ କରାଯାଇଛି । ଯେଉଁଥିରେ ଚିନୁକ୍‌, ଚେତକ, ଜଗୁଆର, ଅପାଚେ, ରାଫେଲ ସମେତ ବହୁ ବିମାନ ନିଜର କଳାକୌଶଳ ପ୍ରଦର୍ଶନ କରାଯାଇଛି । ନୂତନ ପତାକାର ଉପରେ ଦକ୍ଷିଣ କୋଣରେ ଭାରତୀୟ ବାୟୁସେନା ପ୍ରତୀକ ରହିବ । ୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ବାୟୁସେନା ଆନୁଷ୍ଠାନିକ ଭାବରେ ପ୍ରତିଷ୍ଠିତ ହୋଇଥିଲା ।

air force chief to unveil new iaf ensign in prayagraj todayIAF flag changeIAF new flag
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami