କାଶ୍ମୀର ପରେ ଜୁନାଗଡ ଉପରେ ଦାବି ରଖିଲା ପାକିସ୍ତାନ, ଫେରାର ନବାବ କହିଲେ ଜୁନାଗଡକୁ ଦିଅ ସ୍ୱାଧିନତା

ପଞ୍ଜାବ ଓ କାଶ୍ମୀର ପରେ ଏବେ ପାକିସ୍ତାନ ଗୁଜୁରାଟର ଜୁନାଗଡ ଉପରେ ନଜର ପକାଇଛି । ପାକିସ୍ତାନର କୁଖ୍ୟାତ ଆଇଏସଆଇ ଓ ଜୁନାଗଡର ତଥାକଥିତ ନବାବ ମହମ୍ମଦ ଜାହାଙ୍ଗୀର ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜୁନାଗଡ ପାଇଁ ସ୍ୱାଧିନତାର ଦୂତ ବନନ୍ତୁ ବୋଲି ଅନୁରୋଧ କରିଛନ୍ତି । ଜାହାଙ୍ଗୀର ଚାହାନ୍ତି ଯେ, କାଶ୍ମୀରକୁ ପ୍ରସଙ୍ଗକୁ ଯେମିତି ଇମ୍ରାନ ଅନ୍ତର୍ଜାତୀୟ ମଂଚରେ ରଖୁଛନ୍ତି ସେମିତି ଜୁନାଗଡକୁ ମଧ୍ୟ ରଖନ୍ତୁ ।

ରେଡିଓ ପାକିସ୍ତାନ ଅନୁସାରେ ଜାହାଙ୍ଗିର ଏକ ବୟାନ ଜାରି କରି କହିଛନ୍ତି ଯେ, ଭାରତ ଓ ପାକିସ୍ତାନକୁ ଜୁନାଗଡକୁ ନେଇ ଆଲୋଚନା କରିବା ଆବଶ୍ୟକ । ପାକିସ୍ତାନ ସରକାର ଜୁନାଗଡ ପ୍ରସଙ୍ଗକୁ ମଧ୍ୟ ସେତିକି ଜୋରରେ ଉଠାଇବା ଆବଶ୍ୟକ ଯେମିତି କାଶ୍ମୀର ପ୍ରସଙ୍ଗ ଉଠାଉଛନ୍ତି ।

ଜୁନାଗଡକୁ ନିଜ ନକ୍ସାରେ ଦେଖାଇ ସାରିଛି ପାକିସ୍ତାନ

ନବାବ କହିଛନ୍ତି ଯେ, ଜୁନାଗଡ ପାକିସ୍ତାନର । ଏହି ଜୁନାଗଡ ରାଜ୍ୟ କେବଳ ମାତ୍ର ଗୋଟିଏ ସ୍ଲୋଗାନ ନୁହେଁ ଅଧିକନ୍ତୁ ଏହା ଆମ ପୂର୍ବଜ ମହମ୍ମଦ ଅଲ୍ଲି ଜିନ୍ନା ଓ ଜୁନାଗଡ ନବାବ ଥିବା ନବାବ ମହାବତ ଖାନ ଦେଖିଥିବା ସ୍ୱପ୍ନ । ସେ କହିଛନ୍ତି ଯେ, ଏବେ ଜୁନାଗଡ ଉପରେ ଭାରତର କବଜାକୁ ନେଇ ସ୍ୱର ଉତ୍ତୋଳନ କରିବାର ସମୟ ଆସିଛି । ଏହି ଜବରଦଖଲ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ । ଏହା ପୂର୍ବରୁ ପାକିସ୍ତାନ ନିଜର ନୂଆ ରାଜନୈତିକ ନକ୍ସା ଜାରି କରି ସେଥିରେ ଜୁନାଗଡକୁ ନିଜ ଅଂଚଳ ଭାବେ ଦେଖାଇଥିଲା । ଯାହାକୁ ଭାରତ ବିରୋଧ କରିଥିଲା ।

ଏହି ନକ୍ସାରେ ପାକିସ୍ତାନ କାଶ୍ମୀର, ସିୟାଚିନ ଉପରେ ନିଜ ଦାବି ରଖିଥିଲା । ତେବେ ଜୁନାଗଡ ଉପରେ ପାକିସ୍ତାନର ଦାବି ସବୁଠାରୁ ଆଶ୍ଚର୍ଯ୍ୟଜନକ ଥିଲା । ୧୯୪୮ ମସିହାରେ ହୋଇଥିବା ଜନମତ ସଂଗ୍ରହରେ ଜୁନାଗଡ ବାସିନ୍ଦା ଭାରତରେ ରହିବାକୁ ଭୋଟ କରିଥିଲେ । ଏହା ସତ୍ୱେ ବି ପାକିସ୍ତାନ ଏହା ଉପରେ ନିଜ ଦାବି ରଖୁଛି ।

ସାର କ୍ରିକ୍ ଉପରେ ବି ରଖୁଛି ଦାବି

ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରୈଶି ସେ ସମୟରେ କହିଥିଲେ ଯେ, ସାର କ୍ରିକ୍ ଭାରତର ନୁହେଁ ପାକିସ୍ତାନର । ପାକିସ୍ତାନର ଦାବି ଯେ, ତା’ର ସୀମା ପୂର୍ବ ପଟକୁ ରହିଛି । ଅନ୍ୟପକ୍ଷରେ ଭାରତର କହିବା ହେଉଛି ପାକ୍ ସୀମା ପଶ୍ଚିମ ପଟକୁ ରହିଛି । ପାକିସ୍ତାନର ଅଭିଯୋଗ ଯେ, ଭାରତ ପାକିସ୍ତାନର ଶତାଧିକ କିଲୋମିଟର EEZ ଉପରେ କବଜା କରିବାକୁ ଚାହୁଁଛି । ଗତ ୭୦ ବର୍ଷ ଧରି ସାର କ୍ରିକକୁ ନେଇ ବିବାଦ ଲାଗି ରହିଛି । କଚ୍ଚର ଲବଣ ଦଳୁଆ ଅଂଚଳରେ ସରକ୍ରିକ୍ ହେଉଛି ୯୬ କିମିର ଅଂଚଳ ।

ଜୁନାଗଡକୁ ନେଇ ପାକିସ୍ତାନୀ ଚିନ୍ତା ପୁରୁଣା

୧୯୪୭ରେ ଭାରତ ସ୍ୱାଧିନତା ପାଇଥିଲେ ମଧ୍ୟ କାଶ୍ମୀର ଓ ହାଇଦ୍ରାବାଦ ଭଳି ଗୁଜରାଟର ଜୁନାଗଡ ନବାବ ଭାରତରେ ସାମିଲ ହେବାକୁ ମନା କରିଦେଇଥିଲେ । ସେ ପାକିସ୍ତାନରେ ନିଜ ରାଜ୍ୟର ବିଲୟ କରିବାକୁ ଇଛା ପ୍ରକଟ କରିଥିଲେତେବେ ୯୦ ପ୍ରତିଶତ ହିନ୍ଦୁ ବହୁଳ ଜୁନାଗଡର ବାସିନ୍ଦା ଏହାକୁ ବିରୋଧ କରି ବିଦ୍ରୋହ କରିଥିଲେ । ଫଳରେ ନବାବ ଓ ତାଙ୍କ ପରିବାର ପାକିସ୍ତାନର କରାଚିକୁ ପଳାୟନ କରିଥିଲେ । ଏହାପରେ ଜୁନାଗଡରେ ହୋଇଥିବା ଜନମତ ସଂଗ୍ରହରେ ୯୯ ପ୍ରତିଶତ ମତ ଭାରତ ସପକ୍ଷରେ ପଡିଥିଲା । କିନ୍ତୁ ପାକିସ୍ତାନ ଏହାକୁ ଗ୍ରହଣ କରିବାକୁ ରାଜି ହୋଇନଥିଲା ।

Gujarat junagadhIndia and pakistan on junagadhjunagadhjunagarhkashmir issueMuhammad Ali JinnahNawab Of Junagarh Muhammad Jahangir Khanpakistan foreign affairs ministerpakistan political mappunjab and kashmirradio pakistansaarc india pakistanshah mohammad qureshiSir Creeksir creek lineକାଶ୍ମୀରକୁ ପ୍ରସଙ୍ଗଗୁଜୁରାଟର ଜୁନାଗଡଜୁନାଗଡର ତଥାକଥିତ ନବାବ ମହମ୍ମଦ ଜାହାଙ୍ଗୀରପାକିସ୍ତାନ ନିଜର ନୂଆ ରାଜନୈତିକ ନକ୍ସାପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରୈସିଭାରତ ଓ ପାକିସ୍ତାନକୁ ଜୁନାଗଡକୁ ନେଇ ଆଲୋଚନାମହମ୍ମଦ ଅଲ୍ଲି ଜିନ୍ନାରେଡିଓ ପାକିସ୍ତାନ ଅନୁସାରେଶାହ ମହମ୍ମଦ କୁରୈଶିସାର କ୍ରିକକୁ ନେଇ ବିବାଦ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami