କେଜ୍ରିୱାଲ୍‌ଙ୍କୁ ଗିରଫ ପରେ ବିରୋଧ କଲେ ଆପ୍ କର୍ମୀ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗତ ସଂଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗିରଫ ହୋଇଛନ୍ତି । ଗିରଫ ପରେ ତାତିଲେ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) କର୍ମୀ । ଆମ୍ ଆଦମୀ ପାର୍ଟି (ଏଏପି) ବିଜେପି ବିରୋଧରେ ଦେଶବ୍ୟାପୀ ବିରୋଧ କରିବାକୁ କହିଛି । କେଜ୍ରିୱାଲ୍‌ଙ୍କ ଗିରଫଦାରୀକୁ ଗଣତନ୍ତ୍ରର ହତ୍ୟା ଏବଂ ଏକଛତ୍ରବାଦୀ ଶାସନର ଘୋଷଣା ବୋଲି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି । ସେ କହିଛନ୍ତି ଯେ ଯିଏ ବିଜେପିର ଏକଛତ୍ରବାଦୀ ଶାସନକୁ ବିରୋଧ କରୁଛି ସେ ଏହି ବିରୋଧରେ ଯୋଗଦେବା ଉଚିତ୍ । ଏହି ମାମଲାର ଶୁଣାଣୀ ଆଜି ଅଦାଲତରେ ହେବ ।

କେଜ୍ରିୱାଲଙ୍କ ପରିବାର ସଦସ୍ୟଙ୍କ ଫୋନ ନେଇଗଲା ଇଡ଼ି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରାଉଚରା କରିବା ପରେ ତାଙ୍କ ଘରେ ଖୋଜାଖୋଜି କରି ଗୁରୁବାର ସନ୍ଧ୍ୟାରେ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା । ପରେ ତାଙ୍କୁ ଫେଡେରାଲ ଏଜେନ୍ସିର ମୁଖ୍ୟାଳୟକୁ ନିଆଯାଇଥିଲା, ଯେଉଁଠାରେ ସେ ରାତି କଟାଇଥିଲେ । ସୁପ୍ରିମକୋର୍ଟରେ ଆଜି ଅରବିନ୍ଦ କେଜ୍ରିୱାଲଙ୍କ ଆଇନ ଦଳ ଦେଇଥିବା ଏକ ପିଟିସନର ଶୁଣାଣି ହେବାର ସମ୍ଭାବନା ରହିଛି । ଏହି ମାମଲାରେ ତାଙ୍କୁ ସୁରକ୍ଷା ଦେବାଲାଗି ଦିଲ୍ଳୀ ହାଇକୋର୍ଟ ମନା କରିଦେବା ପରେ ତାଙ୍କୁ ଗିରଫ କରାଯାଇଛି । ଘର ଭିତରେ ଇଡି ଅଧିକାରୀମାନେ ତାଙ୍କୁ ଜେରା କରୁଥିବା ବେଳେ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ତାଙ୍କ ଘର ଭିତରକୁ କାହାକୁ ଛାଡ଼ି ନଥିଲେ ସୁରକ୍ଷା କର୍ମୀ । ଏପରିକି କେଜ୍ରିୱାଲ ଓ ତାଙ୍କ ପରିବାର ସଦସ୍ୟଙ୍କ ୫ଟି ଫୋନ୍ ଜବତ କରାଯାଇଥିଲା । ଦୁଇ ଘଣ୍ଟା ଧରି ଜେରା କରିବା ପରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା ।

AAP supremo arvind kejriwalAaps protest against arvind kejriwals arrestarvind kejriwal arrestedarvind kejriwal delhi cm
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami