୯୩ ବର୍ଷ ବୟସରେ ବୃଦ୍ଧଙ୍କୁ ମିଳିଲା ମତଦାନର ଅଧିକାର

ନୂଆଦିଲ୍ଲୀ: ୯୩ ବର୍ଷ ବୟସରେ ବୃଦ୍ଧଙ୍କୁ ମିଳିଲା ମତଦାନର ଅଧିକାର । ଛତିଶଗଡ କାଙ୍କେର ଜିଲ୍ଲା ଅନ୍ତର୍ଗତ ଭାନୁପ୍ରତାପପୁର ବିଧାନସଭା କ୍ଷେତ୍ରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗତକାଲି ଛତିଶଗଡ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ସିଟ ପାଇଁ ମତଦାନ ହୋଇଛିି । ଏଭଳି ସମୟରେ କାଙ୍କେର ଜିଲ୍ଲାର ଭୋସାକହ୍ନାରରେ ବସବାସ କରୁଥିବା ଶେରସିଂ ହିଡକୋ ୯୩ ବର୍ଷ ବୟସରେ ପ୍ରଥମଥର ପାଇଁ ଭୋଟ ଦେଇଛନ୍ତି ।

ଥରଟେ ବି ଦେଇ ନ ଥିଲେ ଭୋଟ

୧୮ବର୍ଷ ପୂରିଗଲେ ସମସ୍ତଙ୍କୁ ଭୋଟ ଦେବାର ଅଧିକାର ମିଳିଥାଏ । କିନ୍ତୁ ଶେରସିଂଙ୍କୁ ୯୩ ବର୍ଷ ବୟସ ହୋଇଥିଲେ ମଧ୍ୟ ଭୋଟ ଦେବାରୁ ବଞ୍ôଚତ ହୋଇଛନ୍ତି । ଏପର୍ଯ୍ୟନ୍ତ ତାଙ୍କୁ ଭୋଟ ପରିଚୟପତ୍ର ମିଳି ନ ଥିଲା । ଏହି କାରଣରୁ ତାଙ୍କର ଭୋଟ ଦେବାର ଅଧିକାର ନ ଥିଲା । ଭୋଟର ପରିଚୟପତ୍ର ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ମିଳି ନ ଥିଲା । ଏତେ ବର୍ଷ ବିତି ଯାଇଥିଲେ ହେଁ ଶେରସିଂ ଥରଟେ ହେଲେ ବି ଭୋଟ ଦେଇପାରି ନ ଥିଲେ । ଚଳିତ ବର୍ଷ ଯାଞ୍ଚ ସମୟରେ ଶେରସିଂ ହିଡକୋଙ୍କ ନାମ ମତଦାତା ସୂଚୀରେ ରହିଥିବା ଜାଣିବାକୁ ମିଳିଥିଲା । ଏହାପରେ ତୁରନ୍ତ ଶେରସିଂ ହିଡକୋଙ୍କ ଭୋଟ ଦେବାରେ ହେଉଥିବା ତ୍ରୁଟିର ସମାଧାନ କରାଯାଇଥିଲା । ବିଭାଗୀୟ ଅଧିକାରୀମାନେ ଶେରସିଂ ହିଡକୋଙ୍କ ନାମ ମତଦାତା ସୂଚୀରେ ଯୋଡି ତାଙ୍କର ଭୋଟର ପରିଚୟପତ୍ର ପ୍ରସ୍ତୁତ କରିଥିଲେ । ଶେଷରେ ୯୩ବର୍ଷ ବୟସରେ ଭୋଟ ଦେବାର ଅଧିକାର ପାଇଥିଲେ ଶେରସିଂ । ଭୋଟର ଆଇକାର୍ଡ ପ୍ରସ୍ତୁତ ହେବା ପରେ ଆଜି ପ୍ରଥମଥର ପାଇଁ ନିଜର ମତଦାନ କରି ବୃଦ୍ଧ କହିଛନ୍ତି, ‘ଯାହା ହେଉ ଜୀବନ କାଳ ଭିତରେ ଭୋଟ ଦେବାର ଅଧିକାର ପାଇଲି ।’

93 year old her singh voted for the first timeChhatishgara electionChhatishgara election news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami