୧୫୦ ବର୍ଷ ତଳେ ବୁଡ଼ିଯାଇଥିବା ଜାହଜରୁ ଉଦ୍ଧାର ହେବ ୬୬ କୋଟି ଟଙ୍କାର ସୁନା !

୧୫୦ ବର୍ଷ ପୂର୍ବେ କୋଟିକୋଟି ଟଙ୍କାର ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ସମ୍ପତି ସହିତ ବୁଡ଼ି ଯାଇଥିବା ଏସ୍ ଏସ୍ ପାସିଫିକ୍ ଜାହାଜର ଧ୍ୱଂସାବଶେଷକୁ ପ୍ରଥମ ଥର ପାଇଁ ସମୁଦ୍ର ଉପରକୁ ଅଣାଯିବ । ଜାହାଜରେ ଭର୍ତ୍ତି ହୋଇଥିବା ସୁନା ଓ ଅନ୍ୟାନ୍ୟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୮୦ ଲକ୍ଷ ଡଲାର ବା ପ୍ରାୟ ୬୬.୩୨ କୋଟି ହେବ ବୋଲି ଆକଳନ କରାଯାଇଛି । ୧୮୭୫ ମସିହାରେ ବ୍ରିଟିଶ କଲମ୍ବିଆରୁ ଆମେରିକାର ସାନ ଫ୍ରାନ୍ସିସ୍କୋ ଅଭିମୁଖେ ଯାଉଥିବା ସମୟରେ ଜାହାଜ ସମୁଦ୍ରରେ ଅଦୃଶ୍ୟ ହୋଇଯାଇଥିଲା । ଏହି ଜାହାଜରେ ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଯାଉଥିଲା । ରିପୋର୍ଟ ଅନୁଯାୟୀ,ଏସ୍ ଏସ୍ ପାସିଫିକ୍ ର ଧ୍ୱଂସାବଶେଷ ଆବିଷ୍କାର କରିଥିବା ବିଶେଷଜ୍ଞ ଜେଫ୍ ହାମେଲ ୨୦୦୨ ରେ ରକଫିସ୍ ଅଭିଯାନ କମିଟି ସହିତ ଦୁର୍ଘଟଣାଗସ୍ତ ଜାହାଜରର ସ୍ୱତ୍ୱଧିକାର ହାସଲ କରିଥିଲେ । ସିଆଟେଲର ଏକ ଅଦାଲତ କୋର୍ଟ ଏହି ଧ୍ୱଂସାବଶେଷ ଉପରେ ସେମାନଙ୍କ ଅଧିକାର ଦାବିକୁ ସ୍ୱିକୃତି ଦେଇଛନ୍ତି ।ରକ୍ସିସ୍ ଅଭିଯାନର ଅଧିକାରୀକୁ ସ୍ୱିକୃତୀ ଦେବା ସହିତ ଅଦାଲତ ଏହା୍ ମଧ୍ୟ କହିଛନ୍ତି ଯେ, ଯଦି ଏହି ଜାହାଜରେ ଯାଉଥିବା ସମ୍ପତ୍ତିର ମୁଳମାଲିକଙ୍କ ପରିବାର ସଦସ୍ୟ ଯଦି ନିଜ ପାରିବାରିକ ସମ୍ପର୍କର ପ୍ରମାଣ ଦେଇପାରନ୍ତି ତେବେ ସେମାନେ ମଧ୍ୟ ଏହା ଉପରେ ନିଜ ଦାବି ରଖିପାରିବେ । ରକଫିସର ଜେନେରାଲ ମ୍ୟାନେଜର ଇଥାନ ବେନସନ କହିଛନ୍ତି ଯେ ଗତ ବର୍ଷ ଆମେ ମୂଳ କାର୍ଗୋ ସହିତ କଥା ହୋଇଥିଲୁ । ସାତ ସପ୍ତାହ ପୂର୍ବରୁ ଆମେ ମାଲ ପରିବହନର ବୀମାଭୁକ୍ତ ଅଂଶକୁ କଭର କରିବା ପାଇଁ ଚୁକ୍ତି କରିଥିଲୁ ।

ସୁନା ପରିମାଣ ଉପରେ ବିଭିନ୍ନ ଆକଳନ

ରକଫିସ୍ ଅଭିଯାନ କମିଟି କହିଛି ଯେ ବର୍ତ୍ତମାନ ଜଣେ ବ୍ୟକ୍ତି ଏହି ସମ୍ପତ୍ତି ଉପରେ ନିଜ ଦାବି ରଖୁଛନ୍ତି । ତାଙ୍କର ସମ୍ପତ୍ତି ଉପରେ କୌଣସି ଆଇନଗତ ଦାବି ଥିବା ଆମେ ଅନୁଭବ କରୁନାହୁଁ କିନ୍ତୁ ଆମେ ତାଙ୍କ ସହ ମଧ୍ୟ ଆଲୋଚନା କରୁଛୁ । ଜାହାଜ ସହିତ ବୁଡ଼ି ଯାଇଥିବା ସୁନା ପରିମାଣ ବିଷୟରେ ଭିନ୍ନଭିନ୍ନ ଆକଳନ କରାଯାଇଛି । ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକରେ ଅନ୍ୟ ଧାତୁରୁ ନିର୍ମିତ ଅଳଙ୍କାର ଅନ୍ତର୍ଭୁକ୍ତ ରହିଛି । ଚଳିତ ବର୍ଷ ଅଣ୍ଡର ୱାଟର ଯାନ ବ୍ୟବହାର କରି ଜାହାଜ ଆବର୍ଜନା ହଟାଇବା କାର୍ଯ୍ୟ ଆରମ୍ଭ ହେବ ।

୩୦୦ ଯାତ୍ରୀ ଜଳ ସମାଧି ନେଇଥିଲେ

୧୮୭୫ ମସିହାରେ ଏହି ଜାହାଜରେ ଯାତ୍ରା କରୁଥିବା ୩୦୦ ଜଣ ବ୍ୟକ୍ତି ଜଳ ସମାଧି ନେଇଥିଲେ । ଉତ୍ତର-ପଶ୍ଚିମ ପ୍ରଶାନ୍ତ ମହାସାଗର କିଛି ଧନୀ ବ୍ୟକ୍ତି ଏବଂ ସୁନା ଖଣିରେ କାମକରୁଥିବା ବ୍ୟକ୍ତି ଜାହଜରେ ଯାତ୍ରା କରୁଥିଲେ । ବୁଡ଼ିଯିବା କାରଣରୁ ସମସ୍ତେ ମୃତ୍ୟୁବରଣ କରିଥିଲେ । ଦୁର୍ଘଟଣାଗ୍ରସ୍ତ ସ୍ଥାନରୁ କୌଣସି ମାନବ ମୃତଦେହ ମିଳି ନାହିଁ । ଅନୁସନ୍ଧାନକାରୀମାନଙ୍କ ବିଶ୍ୱାସ ଯେ, ଜଳର ଗଭୀରତା ଏବଂ ଶକ୍ତିଶାଳୀ ସ୍ରୋତରେ ଏତେ ବର୍ଷ ପରେ ମାନବଙ୍କ ମୃତଦେହ ମିଳିବା କଷ୍ଟକର ।

SS Pacific shipSS Pacific ship sank 150 years ago
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami