ଶ୍ରଦ୍ଧାଳୁଙ୍କ ସୁନାଚେନ୍ ଲୁଟ୍ ଅଭିଯୋଗରେ ୩୦ ଅଟକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକାଧିକ ପୂଜାମଣ୍ଡପରୁ ଲୁଟ୍ ଘଟଣାରେ କମିସନରେଟ୍ ପୋଲିସ ବିଭିନ୍ନ ପୂଜା ମଣ୍ଡପରୁ ୬ ଜଣ ମହିଳାଙ୍କ ସମେତ ୩୦ରୁ ଅଧିକ ସନ୍ଦିଗ୍ଧ ଲୁଟେରାଙ୍କୁ ଉଠାଇ ନେଇ ଅଟକ ରଖିଛି । ଅଟକ ଥିବା ଅଭିଯୁକ୍ତମାନଙ୍କୁ ପୋଲିସ ପଚରାଉଚରା କରୁଛି । ଖଣ୍ଡଗିରି ଥାନା, ମଞ୍ଚେଶ୍ୱର ଥାନା, ଲକ୍ଷ୍ମୀସାଗର ଥାନା, ନୟାପଲ୍ଲୀ ଥାନା ଓ ସହିଦନଗର ଥାନାରେ ସନ୍ଦିଗ୍ଧ ଲୁଟେରାମାନେ ଅଟକ ରଖାଯାଇଛି । ଖଣ୍ଡଗିରି ଥାନାରେ ମହିଳା ଲୁଟେରା ଗ୍ୟାଙ୍ଗକୁ ଅଟକ ରଖାଯାଇଛି । ଲୁଟେରାମାନଙ୍କ ଠାରୁ ପୋଲିସ ବହୁ ଚୋରି ସାମଗ୍ରୀ ଜବତ କରିଛି ।

୩୦ ଜଣଙ୍କଠୁ ହୋଇଥିଲା ଲୁଟ୍‌

ରବିବାର ଅଷ୍ଟମୀରେ ବିଭିନ୍ନ ପୂଜା ମଣ୍ଡପ ଓ ଗହଳିର ସୁଯୋଗ ନେଇ ଲୁଟେରାମାନେ ସୁନାଚେନ୍ ସମତେ ମୋବାଇଲ ଓ ପର୍ସ ଆଦି ଲୁଟିଥିଲେ । କେବଳ ବମିଖାଲ ଦୁର୍ଗାମଣ୍ଡପରେ ଲୁଟ ଘଟଣାରେ ୮ ଜଣଙ୍କୁ କାବୁ କରିଥିଲେ ମଣ୍ଡପ କର୍ମକର୍ତ୍ତା । ଏଠାରେ ୧୫ ମିନିଟ ଭିତରେ ୧୦ ଭରିର ସୁନା ଚେନ ଲୁଟିଥିଲେ । ଅନ୍ୟ ମଣ୍ଡପରେ ମଧ୍ୟ ଶ୍ରଦ୍ଧାଳୁଙ୍କୁ ସମଦଶା ଭୋଗିବାକୁ ପଡିଥିଲା । ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ୩୦ ଜଣଙ୍କ ଠାରୁ ଚେନ୍‌, ମୋବାଇଲ, ପର୍ସ ଚୋରି ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ସନ୍ଦିଗ୍ଧଙ୍କୁ ଉଠାଇଛି ।

ବାହାର ରାଜ୍ୟରୁ ଆସିଛନ୍ତି ଲୁଟେରା

ପୋଲିସ କହିଛି ଯେ, ଲୁଟେରାମାନଙ୍କ ମଧ୍ୟରୁ ୬ ଜଣ ମହିଳା ଅଛନ୍ତି । ଏମାନେ ବାହାର ରାଜ୍ୟରୁ ଆସିଛନ୍ତି । ଯେପରି ଲୋକେ ତାଙ୍କୁ ସନ୍ଦେହ ନ କରିବେ ସେଥିପାଇଁ ସାଙ୍ଗରେ ଛୋଟ ଛୁଆ ଓ ମହିଳା ମାନଙ୍କୁ ଆଣି ଅପରେସନ କରୁଥିଲେ । ଥାନାରେ ଅଟକ ରଖାଯିବା ସହ ସେମାନଙ୍କ ନିକଟରୁ ମୋବାଇଲ ଫୋନ ଓ ନଗଦ ଟଙ୍କା ଜବତ କରାଯାଇଛି । ପୂଜା ମଣ୍ଡପରେ ମା’ମାନଙ୍କର ସୁରକ୍ଷା ପାଇଁ କଡାକଡ଼ି ବ୍ୟବସ୍ଥା କରାଯାଇଛି । ସାଦା ପୋଷାକଧାରି ପୋଲିସ ସମେତ ମହିଳା ପୁଲିସ ମୃତୟନ କରାଯାଇଛି ।

30 persons detained in loot case30 persons detained in loot case from durga puja manda in bhubaneswardurga puja mandadurga puja manda loot case
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami