ମୋବାଇଲରେ ଆସିଛି କି ଏମର୍ଜେନ୍ସି ଆଲର୍ଟ ?

ଭୁବନେଶ୍ୱର: ସକାଳୁ ସକାଳୁ ମୋବାଇଲକୁ ଆସିଛି ଭାରତ ସରକାରଙ୍କ ମେସେଜ । ଏହା ପୁଣି ଏମର୍ଜେନ୍ସି ଆଲର୍ଟ । ହଠାତ ଏଭଳି ମେସେଜ ଉପଭୋକ୍ତାଙ୍କୁ ଚିନ୍ତାରେ ପକାଇଛି । କାହିଁକି ଏମିତି ମେସେଜ ଆସିଛି ବୋଲି ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ । ହଠାତ ସାଇରନ ଶବ୍ଦ ପରି ରିଂ ହେଉଛି ମୋବାଇଲ । ସେ ଶବ୍ଦ ପ୍ରକୃତରେ ଭୟ କରିବା ପରି ।

କିଏ-କାହିଁକି ପଠାଉଛି ଏଭଳି ମେସେଜ, ଜାଣନ୍ତୁ

ତେବେ ଭୟ କରିବାର କିଛି ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି ଏହି ଏମର୍ଜେନ୍ସ ଆଲର୍ଟ । ଏଥିରେ ଉଲ୍ଲେଖ ରହିଛି ଏହା ଏକ ସାମ୍ପଲ ଟେଷ୍ଟିଂ ମେସେଜ । ବ୍ରଡ କାଷ୍ଟିଂ ସିଷ୍ଟମ ଦ୍ୱାରା ସମସ୍ତ ଉପଭୋକ୍ତାଙ୍କ ପାଖକୁ ପଠାଯାଉଛି । ଭାରତ ସରକାରଙ୍କ ଟେଲିକମ ବିଭାଗ ପକ୍ଷରୁ ଏହି ମେସେଜ ପଠାଯାଉଛି । ଏହି ମେସେଜକୁ ଅଣଦେଖା କରିବା ପାଇଁ ମଧ୍ୟ ମେସେଜରେ କୁହାଯାଇଛି । ଏହି ମେସେଜ ଇଂରାଜୀ ଓ ଓଡ଼ିଆ ଭାଷାରେ ପଠାଯାଇଛି । ତେବେ ଏପରି ଏକ ମେସେଜ ଆସିବ ବୋଲି ଗତକାଲିଠାରୁ ଭାରତୀୟ ଟେଲିକମ ବିଭାଗ ପକ୍ଷରୁ ସୂଚାଇ ଦିଆ ଯାଇଥିଲା ।

ମେସେଜ୍ ନେଇ ଆଗରୁ ଦିଆଯାଇଥିଲା ସୂଚନା

ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ବୋଲି ଉଲ୍ଲେଖ ଥାଇ ଗତକାଲି ଅପରାହ୍ନରେ ଏହି ମେସେଜ ଆସିଥିଲା । ଏଥିରେ ‘ଜରୁରୀକାଳୀନ ପରିସ୍ଥିତି ବିଷୟରେ ଆପଣ ନିଜ ମୋବାଇଲରେ ଏକ ମେସେଜ ଗ୍ରହଣ କରିପାରନ୍ତି’ ବୋଲି ଉଲ୍ଲେଖ ଥିଲା । ତେବେ ଏଥିପାଇଁ କେହି ଭୟଭୀତ ହେବା ଦରକାର ନାହିଁ, ଏହା କୌଣସି ଜରୁରୀକାଳୀନ ପରିସ୍ଥିତି ବିଷୟରରେ ସୂଚନା ନୁହେଁ । ଯୋଜନାବଦ୍ଧ ପରୀକ୍ଷାର ଏକ ଅଂଶ ଭାବେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସହଯୋଗରେ ଭାରତ ସରକାରଙ୍କ ଟେଲିକମ ବିଭାଗ ଦ୍ୱାରା ପଠାଯାଉଛି ବୋଲି ଗତକାଲି ଅପରାହ୍ନରେ ଆସିଥିବା ଏକ ମେସେଜରେ ଉଲ୍ଲେଖ ଥିଲା ।

୬ ଥର କରାଗଲାଣି ପରୀକ୍ଷା

ଯାହା ବି ହେଉ, ଏହା କେନ୍ଦ୍ର ସରକାରଙ୍କର ଏକ ପରୀକ୍ଷାମୂଳକ ପଦକ୍ଷେପ । ଆଗକୁ ଏହି ବ୍ୟବସ୍ଥାରେ ବାର୍ତ୍ତା ସମ୍ପର୍କୀୟ ସୂଚନା ତଥା ଅନ୍ୟାନ୍ୟ ଜରୁରୀକାଳୀନ ସୂଚନା ଲୋକଙ୍କ ପାଖକୁ ପଠାଯିବ । ଟେଲିକମ୍ ଅପରେଟରଙ୍କ ଜରିଆରେ ଏହି ସତର୍କ ସୂଚନା ଦିଆଯାଉଛି । ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା । ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି ।

dont scared if you received an emer gency alert on your phone todayemer gency alertemer gency alert on your phone today
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami