ୟଙ୍ଗ ଇଣ୍ଡିଆ-ଏଜେଏଲର ୭୫୧ କୋଟି ଟଙ୍କାର ସମ୍ପତ୍ତି ଜବତ

Above Post Content

ନୂଆଦିଲ୍ଲୀ: ରାହୁଲ୍ ଓ ସୋନିଆ ଗାନ୍ଧୀଙ୍କୁ ଇଡି ଝଟକା । ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ଇଡି କମ୍ପାନୀ ସହ ଜଡ଼ିତ ୭୫୧.୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଦିଲ୍ଲୀରେ ଥିବା ନ୍ୟାଶନାଲ ହେରାଲ୍ଡ ଘର, ଲକ୍ଷ୍ନୌରେ ଥିବା ନେହେରୁ ଭବନ ଓ ମୁମ୍ବାଇର ଥିବା ନ୍ୟାସନାଲ ହେରାଲ୍ଡ ଘର ଜବତ ହୋଇଥିବା ତାଲିକାରେ ରହିଛି । ଏଜେଏଲର ସମ୍ପତ୍ତିର ମୋଟ ମୂଲ୍ୟ ହେଉଛି ୬୬୧.୬୯ କୋଟି ଟଙ୍କା । ନ୍ୟାସନାଲ ହେରାଲ୍ଡ ଖବରକାଗଜର ପ୍ରକାଶନ ସଂସ୍ଥା ଏଜେଏଲ୍ । ଏହା ଏବେ ‘ୟଙ୍ଗ ଇଣ୍ଡିଆ’ ଅଧୀନରେ ରହିଛି । ଏଥିରେ ୟଙ୍ଗ ଇଣ୍ଡିଆର ସମ୍ପତ୍ତିର ମୂଲ୍ୟ ୯୦.୨୧ କୋଟି ଟଙ୍କା ।

Middle post content

 ଉଭୟ କଂଗ୍ରେସ ନେତାଙ୍କୁ ପଚରାଉଚରା କରି ସାରିଛି ଇଡି

After 2nd paragraph post ads

ଆୟକର ବିଭାଗର ନିର୍ଦ୍ଦେଶକ ଗଣମାଧ୍ୟମକୁ କହିଛନ୍ତି ଯେ, ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମା’ ସୋନିଆ ଗାନ୍ଧୀ ଏବଂ ଦଳର ସଭାପତି ମଲ୍ଲିକା ଅର୍ଜୁନ ଖଡ଼ଗେଙ୍କୁ ପଚରାଉଚରା କରିଛି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ । ଏହି ମାମଲାରେ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାର ଯାଇ ତାଙ୍କର ବୟାନକୁ ରେକର୍ଡ କରାଯାଇଛି । ଏନେଇ ଇଡି ଉଭୟ କଂଗ୍ରେସ ନେତାଙ୍କୁ ପଚରାଉଚରା କରି ସାରିଛନ୍ତି । ସୂଚନା ଥାଉକି, ଦିଲ୍ଲୀର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ୨୦୧୪ରେ ଏଜେଏଲ ଏବଂ ୟଙ୍ଗ ଇଣ୍ଡିଆ ବିରୋଧରେ ପିଏମଏଲଏ ଅନ୍ତର୍ଗତ ଇଡି ତଦନ୍ତ ଆରମ୍ଭ କରିଥିଲା । ଅନୁସନ୍ଧାନରୁ ଜଣାପଡିଥିଲା ଏହି ମାମଲା ସହ ଜଡିତ ଅଭିଯୁକ୍ତମାନେ ୟଙ୍ଗ ଇଣ୍ଡିଆନ ମାଧ୍ୟମରେ ଶହ ଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପାଇବା ପାଇଁ ଅପରାଧିକ ଷଡଯନ୍ତ୍ର କରିଥିଲେ । ଅଭିଯୋଗ ହୋଇଛି ଖବରକାଗଜ ପ୍ରକାଶନ ପାଇଁ ସରକାର ଭାରତର ବିଭିନ୍ନ ସହରରେ ରିହାତି ମୂଲ୍ୟରେ ଜମି ପ୍ରଦାନ କରିଥିଲେ । ତେବେ ବର୍ତ୍ତମାନ ଏହି ମାମଲାକୁ ନେଇ କଂଗ୍ରେସ ଦଳକୁ ଇଡିର ଭୟ ଘାରିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami