ଯେଉଁ ଦଳର ନେତା ମୂର୍ଖ ସେମାନେ ହିଁ ଭୟ କରନ୍ତି

Above Post Content

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଛକାପଞ୍ଝା । ଏହାରି ଭିତରେ ହାତ ଦଳ ଉପରେ ଖୁବ୍ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ଗୁରୁବାର ରାଜସ୍ଥାନରେ କଂଗ୍ରେସ ସରକାରଙ୍କ ଉପରେ ବର୍ଷିଛନ୍ତି ସ୍ମୃତି । ଦୁର୍ନୀତି, ଆଇନ ଶୃଙ୍ଖଳା, ମହିଳାଙ୍କ ବିରୋଧରେ ଅପରାଧ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ସେ କଂଗ୍ରସକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ‘ଯାହାର ନେତା ମୂର୍ଖ, ସେମାନେ ଭୟଭୀତ ଅନୁଭବ କରନ୍ତି, ଆମେ ସିଂହ ଦଳର କର୍ମୀ …’ ।

ଏମିତି ସରକାର ଯିଏ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବ

After 2nd paragraph post ads
Middle post content

ଦେଓଲିରେ ବିଜେପି ପ୍ରାର୍ଥୀ ବିଜୟ ବଇନ୍ସଲଙ୍କ ସମର୍ଥନରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରି ଇରାନୀ  ଚାରବୁଜାସ୍ଥିତ ଦଳ ପ୍ରାର୍ଥୀ ସୁରେନ୍ଦ୍ର ସିଂ ରାଠୋରଙ୍କ ସମର୍ଥନରେ ବିଧାନସଭା ନିର୍ବାଚନକୁ ମହିଳାଙ୍କ ସମ୍ମାନ ପାଇଁ ସଂଗ୍ରାମ ବୋଲି ବର୍ଣ୍ଣନା କରିଛନ୍ତି ।ଇରାନୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ଏପରି ଏକ ସରକାରଙ୍କ ଆବଶ୍ୟକତା ରହିଛି ଯିଏ ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଥାଉ । ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧର ମୁକାବିଲା ପାଇଁ ବିଜେପି ନେତୃତ୍ୱାଧୀନ ସରକାର ଠୋସ୍ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ଯଦି ବିଜେପି କ୍ଷମତାକୁ ଆସେ ତେବେ କୃଷକମାନଙ୍କୁ ବାର୍ଷିକ ଆର୍ôଥକ ସହାୟତା ବୃଦ୍ଧି, ମହିଳାଙ୍କ ପାଇଁ ସୁଲଭ ମୂଲ୍ୟରେ ଗ୍ୟାସ ସିଲିଣ୍ଡର, ନବଜାତକ ବାଳିକାମାନଙ୍କ ପାଇଁ ବୀମା ଏବଂ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଝିଅମାନଙ୍କୁ ସ୍କୁଟି ପ୍ରଦାନ କରିବା ସହିତ ଜନସାଧାରଣଙ୍କୁ ମିଳିବା ପାଇଁ ଥିବା ଗୁରୁତ୍ୱପୂର୍ଣ୍ଣ ସୁବିଧା ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।

ଆମେ ହେଉଛୁ ସିଂହ ଦଳର କର୍ମୀ

ସୂଚନାଥାଉ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଦିନ ଏହି ସମାବେଶକୁ ସମ୍ବୋଧିତ କରିଥାନ୍ତେ କିନ୍ତୁ ତାଙ୍କ ପ୍ରସ୍ତାବିତ କାର୍ଯ୍ୟକ୍ରମ ବାତିଲ ହେବା ପରେ ଇରାନୀ ତାଙ୍କ ସ୍ଥାନରେ ରାଲିକୁ ସମ୍ବୋଧିତ କରିଛନ୍ତି । ଇରାନୀ ଆହୁରି କହିଛନ୍ତି, ବିଜେପି କର୍ମୀମାନେ ସିଂହ ଦଳର ଅଟନ୍ତି ଏବଂ ସେମାନେ ଭୟ କରନ୍ତି ନାହିଁ । ସେ ବିରୋଧିଙ୍କୁ ଟାର୍ଗେଟ୍ କରି କହିଛନ୍ତି ‘ଯେଉଁମାନଙ୍କର ନେତାମାନେ ମୂର୍ଖ, ସେମାନଙ୍କୁ ଭୟଭୀତ ହେବା ଉଚିତ୍ । ଆମେ ସିଂହ ପାର୍ଟିର କର୍ମୀ । ତୁମେ ଆମକୁ ଯେତେ ଡରାଇବାକୁ ଚେଷ୍ଟା କଲେ ମଧ୍ୟ ଆମେ ଭୟ କରିବୁ ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami