ଦେଶରେ ଲାଗୁହେଲା ଆଣ୍ଟି ପେପର ଲିକ୍‌ ଆଇନ୍ ; ୧୦ ବର୍ଷ ଜେଲଦଣ୍ଡ ସହିତ ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା

Above Post Content

ନୂଆଦିଲ୍ଲୀ : ପରୀକ୍ଷା ପେପର ଲିକ୍ କଲେ ଆଉ ମିଳିବନି ତ୍ରାହି । ପେପର ଲିକ୍ ମାଫିଆଙ୍କ ଉପରେ କଠୋର ହେଲେ କେନ୍ଦ୍ର ସରକାର । ପରୀକ୍ଷା ପେପର ଏବଂ ପରୀକ୍ଷଣରେ ବ୍ୟାପକ ଅନିୟମିତତା ରୋକିବା ପାଇଁ କେନ୍ଦ୍ର ସରକାର ଦେଶରେ ପେପର ଆଣ୍ଟି ଲିକ୍ ଆଇନ ଲାଗୁ କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ସରକାର ଏହାର ବିଜ୍ଞପ୍ତି ଜାରି କରିଛନ୍ତି । ଚଳିତ ବର୍ଷ ଫେବୃଆରୀରେ ସରକାର ଏହି ଆଇନ ପ୍ରଣୟନ କରିଥିଲେ । ଏହାର ଉଦ୍ଦେଶ୍ୟ ହେଉଛି ସରକାରୀ ନିଯୁକ୍ତି ପରୀକ୍ଷାରେ ପ୍ରତାରଣା ଯାଞ୍ଚ କରିବା । ଏହି ନିୟମ ଅନୁଯାୟୀ, ପରୀକ୍ଷା ପେପର ଲିକ୍ କିମ୍ବା ଉତ୍ତର ସିଟ୍ ଟ୍ୟାମ୍ପରିଂ ପାଇଁ ସର୍ବନିମ୍ନ ୩ ବର୍ଷ ଏବଂ ସର୍ବାଧିକ ୧୦ ବର୍ଷ ଜେଲଦଣ୍ଡ ରହିଛିଏହାକୁ ୧୦ଲକ୍ଷ ଟଙ୍କା ଜୋରିମାନା ଏବଂ ୫ ବର୍ଷ ଜେଲ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ

Middle post content

ଏହି ଆଇନକୁ ସର୍ବସାଧାରଣ ପରୀକ୍ଷା ଅଧିନିୟମ ୨୦୨୪ ଅର୍ଥାତ୍ ପବ୍ଲିକ୍ ଏଗ୍‌ଜାମିନେସନ୍‌ (ଅନ୍ୟାୟ ଅର୍ଥର ନିରାକରଣ) ଆଇନ୍‌ ୨୦୨୪ ନାମରେ ନାମିତ କରାଯାଇଛି । ଫେବୃଆରୀ ୨୦୨୪ ରେ ସଂସଦ ଦ୍ୱାରା ଏହି ଆଇନ ପାରିତ ହୋଇଥିଲା। ଏହି ଆଇନ କାର୍ଯ୍ୟକାରୀ ହେବା ପରେ ତିନି ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନ ଏବଂ ପେପର୍‌ ଲିକରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ୧୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି। UPSC, SSC, ରେଳବାଇ, ବ୍ୟାଙ୍କିଙ୍ଗ୍ ନିଯୁକ୍ତି ପରୀକ୍ଷା ଏବଂ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା ପରିଚାଳିତ ସମସ୍ତ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ଏହି ଆଇନ୍‌ରେ ଅନ୍ତର୍ଭୁକ୍ତ ହେବ।

After 2nd paragraph post ads

ସର୍ବସାଧାରଣ ପରୀକ୍ଷା ଅଧିନିୟମ ୨୦୨୪ରେ କୁହାଯାଇଛି ଯେ, ପ୍ରଶ୍ନପତ୍ର ଲିକ୍ କିମ୍ବା ଉତ୍ତର କପି ଲିକ୍’, କୌଣସି ସାର୍ବଜନୀନ ପରୀକ୍ଷାରେ ପ୍ରାର୍ଥୀଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସହାୟତା କରିବା, ଏବଂ କୌଣସି ବ୍ୟକ୍ତି, ଗୋଷ୍ଠୀ କିମ୍ବା ଅନୁଷ୍ଠାନ ଦ୍ୱାରା କମ୍ପ୍ୟୁଟର ନେଟୱାର୍କ କିମ୍ବା କମ୍ପ୍ୟୁଟର ସଂସାଧନ ଅଥବା କମ୍ପ୍ୟୁଟର ସିଷ୍ଟମ ସହିତ ଟାମ୍ପରିଂ କରିବା ଅପରାଧ।
NET ଓ NEET ପରୀକ୍ଷାରେ ହେରଫେର ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ପୂରା ଦେଶରେ ଜୋରଦାର ବିରୋଧ ଜାରି ରହିଛି। ଏଭଳି ପରିସ୍ଥିତିରେ NTA CSIR-UGC-NET ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିଛି। ଏହି ପରୀକ୍ଷା ଆସନ୍ତା ୨୫ରୁ ୨୭ତାରିଖ ମଧ୍ୟରେ ହେବାର ଥିଲା । ତେବେ କିଛି ଅନିବାର୍ଯ୍ୟ କାରଣ ଓ ଲଜିଷ୍ଟିକ୍ କାରଣରୁ ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ଏନଟିଏ କହିଛି।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami