ଭୁବନେଶ୍ୱରରେ ନବୀନଙ୍କ ରୋଡ୍ ଶୋ’ରେ ପ୍ରବଳ ଭିଡ଼

Above Post Content

ଭୁବନେଶ୍ୱର : ବୁଧବାର ଉତ୍ତର ଭୁବନେଶ୍ୱରରେ ରୋଡ୍ ଶୋ’ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନଙ୍କ ଏହି ରୋଡ଼ ଶୋ’ରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଥିଲା । ଶଙ୍ଖଧ୍ୱନୀରେ କମ୍ପିଥିଲା ସାରା ରାଜଧାନୀ । ଭୁବନେଶ୍ୱରବାସିନ୍ଦାଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ । ସମସ୍ତଙ୍କ ମୁହଁରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଶୁଣିବାକୁ ମିଳିଥିଲା । ଭୁବନେଶ୍ୱର ଉତ୍ତର ବିଧାନସଭା ସୁଶାନ୍ତ ରାଉତ ଓ ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସମର୍ଥନରେ ନବୀନ କରିଥିଲେ ଏହି ରୋଡ୍ ଶୋ’ ।

Middle post content

ଲୋକେ କେମିତି ଅଛନ୍ତି ପଚାରିଥିଲେ ନବୀନ

After 2nd paragraph post ads

ସାଲିଆ ସାହି ହେଉ କି ରେଣ୍ଟାଲ କଲୋନି ରାସ୍ତାର ସବୁଠି ଦେଖିବାକୁ ମିଳିଥିବା ପ୍ରବଳ ଭିଡ଼ । ରୋଡ୍ ଶୋ’ ମଧ୍ୟରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସମ୍ବୋଧନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣ ମାନେ ଭଲ ଅଛନ୍ତି ତ ? ଜୁଲାଇ ମାସରୁ ଆଉ ବିଲ୍ ଆସିବ ନାହିଁ । ସମସ୍ତଙ୍କୁ ମିଳିବ ବିଏସକେୱାଇ କାର୍ଡ୍ । ଆପଣ ମାନେ ଖୁସି ତ ? ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀ ବିଜେଡିର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami