ଯିଏ ଆପଣଙ୍କ ସୁଖଦୁଃଖରେ ରହିବେ ତାଙ୍କୁ ଆଶୀର୍ବାଦ କରନ୍ତୁ: ପାଣ୍ଡିଆନ୍‌

Above Post Content

ଭୁବନେଶ୍ୱର: ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ । ସୁଖଦୁଃଖରେ ସବୁଦିନ ରହିବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ । ବଡ଼ମ୍ବା ନିର୍ବାଚନୀ ସଭାରେ ଏପରି କହିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ବଡ଼ମ୍ୱା ଓ ବାଙ୍କୀରେ ଜୋରଦାର ପ୍ରଚାର କରି ଏହା କହିଛନ୍ତି ପାଣ୍ଡିଆନ ।

Middle post content

ଆପଣ ବିଜୁଳି ପାଇବେ, ବିରୋଧୀ କରେଣ୍ଟ ପାଇବେ

After 2nd paragraph post ads

ପାଣ୍ଡିଆନ ଆହୁରି କହିଛନ୍ତି ଯେ, ଆସନ୍ତା ଜୁନ ୯ ତାରିଖରେ ୧୧.୩୦ରୁ ଅପରାହ୍ନ ୧ ଘଣ୍ଟା ମଧ୍ୟରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇ ଆପଣଙ୍କ ସେବା କରିବା ପାଇଁ ଦାୟିତ୍ୱ ନେବେ । ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍ ଛାଡ଼ କରି ୯୦ ପ୍ରତିଶତ ପରିବାରଙ୍କୁ ଉପକୃତ କରିବେ । ଭୋଟ ଦିନ ବିପୁଳ ସଂଖ୍ୟାରେ ଆସି ଭୋଟ ଦିଅନ୍ତୁ । ଆପଣ ବିଜୁଳି ପାଇବେ, ବିରୋଧୀ କରେଣ୍ଟ ପାଇବେ । ବିଜେପି କହୁଛି ମାଗଣା ବିଜୁଳି ଦେବ, ୪୦/୫୦ ହଜାର ଟଙ୍କା ଖର୍ଚ୍ଚ କରି ଆପଣ ସୋଲାର ପ୍ୟାନେଲ ଲଗାଇବେ । ସୂର୍ଯ୍ୟ କିରଣରୁ ବିଜୁଳି ମିଳିବ । ଦିନରେ ଲଣ୍ଠନ ଦେଖାଉଛିି ବିଜେପି । ବିରୋଧୀ ଆସିଲେ ପଚାରିବେ, କହିଥିଲେ ଦର ଦାମ୍ କମିବ, ଏଲ୍‌.ପି.ଜି. ପେଟ୍ରୋଲ, ଡିଜେଲ ଦର କମିଲା କି ? ରୋଜଗାର ଦେଲେ କି ? ଏଥିସହ ବଡ଼ମ୍ୱା ବିଧାୟକ ପ୍ରାର୍ଥୀ ଦେବୀ ବାବୁ ଓ ସାଂସଦ ପ୍ରାର୍ଥୀ ସଂତୃପ୍ତ ବାବୁଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଶକ୍ତି ଦିଅନ୍ତୁ । ସେହିପରି, ବାଙ୍କୀରେ ପ୍ରଚାର ବେଳେ ପାଣ୍ଡିଆନ ବିଜେଡି ସାଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami