ପ୍ୟାରିସରେ ପରସା ହେବ ମାଣ୍ଡିଆ
ବିଦେଶୀ ଚାଖିବେ ମାଣ୍ଡିଆ ସ୍ୱାଦ ଏବେ ବିଦେଶୀବି ଚାଖିବେ ମାଣ୍ଡିଆ ସ୍ୱାଦ। ଏହାକୁ ନିଜ ହାତରେ ତିଆରି କରି ବିଦେଶୀଙ୍କ ଥାଳିରେ ପରସିବେ ଆମ ରାଜ୍ୟର ମିଶନଶକ୍ତିର ମହିଳା।ପ୍ୟାରିସ ଯିବ ଓଡ଼ିଶା ମିଲେଟ୍ ଓ ମିଲେଟ୍ରୁ ପ୍ରସ୍ତୁତ ଖାଦ୍ୟ। ପ୍ୟାରିସ୍ରେ ପ୍ରଦର୍ଶିତ ହେବ ଓଡ଼ିଶା ମିଲେଟ୍ ଓ ସେଥିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ। ଏହାସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଦେଶ ଯାଇ ସେମାନଙ୍କ ପାରଦର୍ଶିତା ଦେଖାଇବେ। ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ମିଲେଟ୍ ମିଶନ୍ର ସଫଳତା …