୬ ସଂସଦୀୟ କ୍ଷେତ୍ର ପାଇଁ ବିଜେଡିର ରଣନୀତି ଜୋରଦାର
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜେଡି ତା’ର ସାଂଗଠନିକ ରଣନୀତି ଜୋରଦାର କରିଛି । ପୂର୍ବରୁ ନବୀନ ନିବାସରେ ୧୧ଟି ସଂସଦୀୟ କ୍ଷେତ୍ରର ସମୀକ୍ଷା କରାଯାଇଥିଲା ବେଳେ ରବିବାର ଆଉ ୬ଟିର ସମୀକ୍ଷା କରାଯାଇଛି । ପଶ୍ଚିମ ଓଡ଼ିଶାର ଦୁଇ ସଂସଦୀୟ କ୍ଷେତ୍ର ସୁନ୍ଦରଗଡ଼ ଓ ସମ୍ବଲପୁର ସହ ଉପକୂଳ ଓଡ଼ିଶାର ଯାଜପୁର, ଜଗତସିଂହପୁର, କଟକ ଓ ଢେଙ୍କାନାଳ ଲୋକସଭା ଏବଂ ଏହା ଅଧୀନସ୍ଥ ୪୨ ବିଧାନସଭା ଆସନ ନିର୍ବାଚନମଣ୍ଡଳୀ ୱାରି ରଣନୀତି ପ୍ରସ୍ତୁତ କରାଯାଇଥିଲା । …