ଏପ୍ରିଲ୍ ପହିଲାରୁ ମହଙ୍ଗା ହେବ ୮୦୦ ପ୍ରକାର ଔଷଧ
ନୂଆଦିଲ୍ଲୀ: ଦେଶର ରୋଗୀଙ୍କ ଉପରେ ମହଙ୍ଗା ମାଡ଼ ହେବାକୁ ଯାଉଛି । ଜୀବନ ରକ୍ଷାକାରୀ ୮୦୦ ଔଷଧର ଦର ବୃଦ୍ଧି ହେବାକୁ ଯାଉଛି । ଆସନ୍ତା ଏପ୍ରିଲ୍ ମାସରୁ ଏସବୁ ଔଷଧର ଦର ବୃଦ୍ଧି ହେବାକୁ ଯାଉଛି । ମୂଲ୍ୟ ବୃଦ୍ଧି ହେବାକୁ ଥିବା ଔଷଧଗୁଡ଼ିକରେ ଯନ୍ତ୍ରଣାଦାୟକ, ଆଣ୍ଟିବାୟୋଟିକ୍ ଏବଂ ସଂକ୍ରମଣ ବିରୋଧୀ ଔଷଧ ଅନ୍ତର୍ଭୁକ୍ତ । ଏକ ରିପୋର୍ଟ ଅନୁଯାୟୀ, ପାଇକାରୀ ମୂଲ୍ୟ ସୂଚୀ (ଡବ୍ଲ୍ୟୁପିଇ)ରେ ପରିବର୍ତ୍ତନ ପରେ ସରକାର ଜାତୀୟ ଜରୁରୀ ଔଷଧ ତାଲିକା …