ଭଉଣୀକୁ ଗୁଳି କରି ଥାନାରେ ଆତ୍ମସମର୍ପଣ କଲେ ଭାଇ
କେନ୍ଦୁଝର: କୁହାଯାଏ ସବୁ ସମ୍ପର୍କ ତୁଳନାରେ ଭାଇ ଓ ଭଉଣୀ ସମ୍ପର୍କ ଖୁବ ଉଚ୍ଚରେ । ସେ ସମ୍ପର୍କ ଭିତରେ କଳି ଝଗଡା ଅଛି ସତ; କିନ୍ତୁ ଏହା ସାମୟିକ । ସେଇଥିପାଇଁ ତ ଆମ ସମାଜରେ ରହି ଆସିଛି ରକ୍ଷା ବନ୍ଧନ ପର୍ବ । ହେଲେ ସାମାନ୍ୟ ବଚସାରୁ ଭାଇ ନିଜ ଭଉଣୀକୁ ଗୁଳି କରି ହତ୍ୟା କରିପାରେ ଏମିତି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝରରେ । କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ସୋମଗିରି ଗ୍ରାମର …