ଅଯୋଧ୍ୟାରେ ପ୍ରବଳ ଭିଡ଼,ଦଳାଚକଟା
ଅଯୋଧ୍ୟା: ଗତକାଲି ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ଆଜିଠାରୁ ମନ୍ଦିରର ଦ୍ୱାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି । କିନ୍ତୁ ରାମଲଲାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ଭୋର ୩ଟାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚିଥିଲେ । ଧୀରେ ଧୀରେ ଭିଡ଼ ବଢିବାରେ ଲାଗିଲା । ପରେ ସ୍ଥିତି ଅଣାୟତ୍ତ ହୋଇପଡିଲା । ସମସ୍ତେ ଦର୍ଶନ କରିବାକୁ ଉଦ୍ୟମ କରୁଥିବାରୁ ସ୍ଥିତିକୁ …