ଏମିତି ଜୀବ, ଯିଏ ଦିନରେ ୧୦ ହଜାର ଥର ଶୁଏ
ନୂଆଦିଲ୍ଲୀ: ଦୁନିଆରେ ଏମିତିି ଜୀବ ଅଛିନ୍ତି, ଯିଏ ଦିନରେ ୧୦ ହଜାର ଥର ଶୁଅନ୍ତି । ବିଶ୍ୱାସ ଲାଗୁ ନ ଥିଲେ ବି ସତ । ନିକଟରେ ବୈଜ୍ଞାନିକମାନେ ଏନେଇ ଏକ ତଥ୍ୟ ପ୍ରକାଶ କରିଛନ୍ତି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଜୀବ ହେଉଛି ଚିନ୍ସଟ୍ରାପ ପେଙ୍ଗୁଇନ୍ । ଆଣ୍ଟାର୍କଟିକା ଅଞ୍ଚଳରେ ଦେଖାଯାଉଥିବା ପେଙ୍ଗୁଇନ ଏହି ପ୍ରଜାତିର । ବୈଜ୍ଞାନିକମାନେ ଆଣ୍ଟାର୍କଟିକାର କିଙ୍ଗ୍ଜର୍ଜ ଦ୍ୱୀପରେ ଦେଖାଯାଉଥିବା ପକ୍ଷୀଙ୍କ ଉପରେ ଏକ ଗବେଷଣା କରିଥିଲେ । …