ଚୀନରେ ବଡ଼ ଧରଣର ଭୂକମ୍ପ; ୧୧୧ ମୃତ
ବେଜିିଂ: ଚୀନର ଗାନ୍ସୁ-କିଙ୍ଗ୍ହାଇର ସୀମାବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ ଧରଣର ଭୂକମ୍ପ ହୋଇଯାଇଛି । ଭୂକମ୍ପ ପ୍ରଭାବରେ ବଡ଼ବଡ଼ କୋଠା ଭୁଶୁଡ଼ି ପଡ଼ିଛି । ଫଳରେ ୧୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩୦ରୁ ଅଧିକ ଆହତ ହୋଇଛନ୍ତି । ଭୂକମ୍ପଟି ୬.୧ ତୀବ୍ରତା ବିଶିଷ୍ଟ ବୋଲି ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର କହିଥିବା ବେଳେ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହା ୬.୨ ତୀବ୍ରତାର ବୋଲି ସୂଚନା ରହିଛି । ଶୀତରେ ଥରୁଛନ୍ତି ଲୋକେ ଘଟଣାସ୍ଥଳରେ …