ପଟିଆଲା କୋର୍ଟ ରାୟ ବିରୋଧରେ ହାଇକୋର୍ଟ ଗଲେ ରାଘବ
ନୂଆଦିଲ୍ଲୀ: ବଡ଼ ବଙ୍ଗଳାକୁ ହାତ ଛଡ଼ା କରିବାକୁ ଚାହୁଁନାହାନ୍ତି ଆପ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା । ସେଥିପାଇଁ ହାଇକୋର୍ଟକୁ ଯାଇଛନ୍ତି । ନିକଟରେ ପଟିଆଲା ହାଉସ କୋର୍ଟ ତାଙ୍କୁ ଟାଇପ୍ ୭ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଏବେ ରାଜ୍ୟସଭା ସାଂସଦ ପଟିଆଲା ହାଉସ କୋର୍ଟର ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ପହଞ୍ଚିଛନ୍ତି । ନିମ୍ନ ଅଦାଲତର ଆଦେଶ ବାତିଲ କରିବାକୁ ଦିଲ୍ଲୀ ହାଇକୋର୍ଟରେ ରାଘବ ଚ୍ୟାଲେଞ୍ଜ କରିଛନ୍ତି । …