ଆଫଗାନୀ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ କ’ଣ ପାଇଁ କାବୁଲ ଛାଡିବା ପୂର୍ବରୁ ନିଜ ପତ୍ନୀ ଓ ଝିଅର ଚିତ୍ର ପୋଡି ଦେଇଥିଲେ ?
ପାକିସ୍ତାନୀ ବାୟୁ ସେନା ସାହାଯ୍ୟରେ ତାଲିବାନ ପଂଜଶୀରକୁ ନିଜ ନିୟନ୍ତ୍ରଣକୁ ନେଇଛି । ତାଲିବାନର ଏହି ଦାବିକୁ କିନ୍ତୁ ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ-ଏନଆରଏଫ୍ ଅସ୍ୱୀକାର କରୁଛି । ତେବେ ଗୋଟିଏ କଥା ସତ ଯେ, ପାକିସ୍ତାନୀ ଡ୍ରୋନ୍ ଆକ୍ରମଣରେ ଏନଆରଏଫର ଗଡ଼ ଭୁସୁଡି ପଡିଛି । ଏହାରି ଭିତରେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ତାଜିକସ୍ତାନକୁ ପଳାୟନ କରିଥିବା ଖବର ଆସିବାରେ ଲାଗିଛି । ରବିବାର ପଂଜଶୀରର ପତନ ପୂର୍ବରୁ ସାଲେହଙ୍କର ଗୋଟିଏ ଆର୍ଟିକାଲ ବ୍ରିଟିଶ ଖବର …