କାଠ ବାଉଁଶରେ ଜୀବନ୍ୟାସ
ପାଶାଣ ଦେହରେ ନିହାଣ ଫୁଟାଇ ଜୀବନ୍ତ ପ୍ରତିମା ସୃଷ୍ଟିର ବିନ୍ଧାଣୀ ସେ ନୁହଁନ୍ତି, କିନ୍ତୁ କାଠ ବାଉଁଶରେ ଜୀବନ୍ୟାସ ଦେଉଥିବା ଜଣେ କାରିଗର । ପେସାରେ ଜଣେ ଚାଟ୍ ଦୋକାନୀ । ଯେଉଁ ହାତରେ ସୁସ୍ୱାଦୁ ଚାଟ୍ ପ୍ରସ୍ତୁତ କରି ଗ୍ରାହକଙ୍କୁ ପରଷି ଦିଅନ୍ତି । ସେହି ହାତ ଯେ ଏମିତି ସୁନ୍ଦର କଳାକୃତି ପ୍ରସ୍ତୁତି କରିପାରେ ତାହା ନ ଦେଖିଲେ ବିଶ୍ୱାସ କରିହେବନି । ସେ ହେଉଛନ୍ତି ପୁରୁଣା ଭୁବନେଶ୍ୱରର କପିଳପ୍ରସାଦପୁରର ସୁଦର୍ଶନ ସାହୁ । …