ଦାଉଦ୍ ରାସ୍ତାରେ ଲରେନ୍ସ ବିଷ୍ନୋଇ,7ଶହ ସୁଟରଙ୍କୁ ନେଇ ସାମ୍ରାଜ୍ଯ

ଗ୍ୟାଙ୍ଗଷ୍ଟର ଦାଉଦ୍ ଇବ୍ରାହିମ ରାସ୍ତାରେ ଚାଲିଛି ଲରେନ୍ସ ବିଷ୍ନୋଇ। ସେ 1980 ଦଶକରେ ମୁମ୍ବାଇ ଅଣ୍ଡରୱାର୍ଲଡ ଉପରେ ରାଜ୍ କରୁଥିବା ଦାଉଦ୍ ଭଳି ନିଜ ଅପରାଧିକ ସାମ୍ରାଜ୍ଯ ବିସ୍ତାର କରୁଛି ବୋଲି ଏନଆଇଏ ତଦନ୍ତରୁ ଜଣା ପଡିଛି। ଏନଆଇଏ ଲରେନ୍ସ ବିଷ୍ନୋଇ ଓ ଗୋଲ୍ଡି ବରାଡ ଗ୍ଯାଙ୍ଗର ଯାଂଚ କରୁଛି। ଏହି କ୍ରମରେ ଏନଆଇଏ ଯେଉଁ ଚାର୍ଜସିଟ୍ ଦାଖଲ କରିଛି ସେଥିରେ ଦାଉଦ୍ ଗ୍ଯାଙ୍ଗ ସହିତ ବିଷ୍ନୋଇ ଗ୍ୟାଙ୍ଗର ତୁଳନା କରାଯାଇଛି। ଏହି ଚାର୍ଜସିଟରେ ଏନଆଇଏ ବିଷ୍ନୋଇ ସହିତ କାନାଡାରେ ଲୁଚି ରହିଥିବା ଗୋଲ୍ଡି ବରାଡ ଗ୍ୟାଙ୍ଗର ଅନେକ ସତ୍ଯ ଉନ୍ମୋଚନ କରାଯାଇଛି।

ଦାଉଦ୍ ରାସ୍ତାରେ ଲରେନ୍ସ

ଏନଆଇଏ ନିଜ ଚାର୍ଜସିଟରେ କହିଛି ଯେ, ଲରେନ୍ସ ବିଷ୍ନୋଇ ଓ ତା ଗ୍ଯାଙ୍ଗ ଅଦଭୁତପୂର୍ବ ଭାବେ ଖୁବକମ ଦିନରେ ଦେଶରେ ନିଜ କାୟା ବିସ୍ତାର କରିଛି। ପ୍ରଥମେ କେବଳ ପଂଜାବରେ ସକ୍ରିୟ ଥିବା ଏହି ଗ୍ୟାଙ୍ଗ୍ ଖୁବ କମ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଉତ୍ତର ଭାରତ,ମହାରାଷ୍ଟ୍ର,ଝାଡ଼ଖଣ୍ଡ ଭଳି ରାଜ୍ୟରେ ନିଜ ନେଟୱର୍କ ପ୍ରତିଷ୍ଠା କରିବାରେ ସଫଳ ହୋଇଛିଦାଉଦ୍ ଭଳି ଲରେନ୍ସ ମଧ୍ଯ ଛୋଟମୋଟ କ୍ରାଇମରୁ ଅପରାଧ ଆରମ୍ଭ କରିଥିଲା। ପରେ ସ୍ମଗ୍ଲିଂ,ଡ୍ରଗ୍ସ,,ସୁପାରି କିଲିଂ,ଦାଦାବଟି ଆଦାୟ କରି ଯେମିତି ଦାଉଦ୍ ଦେଶର ଏକ ନମ୍ବର ମାଫିଆ ପାଲଟି ଥିଲା ଲରେନ୍ସ ମଧ୍ଯ ସେହିଭଳି ଅପରେଟ୍ କରୁଛିପୁରା ଉତ୍ତର ଭାରତର କ୍ରାଇମ୍ ୱାର୍ଲ୍ଡ ଉପରେ ବିଷ୍ନୋଇର ଏକରକମ କବଜା ହେଇ ସାରିଲାଣି।

ଲରେନ୍ସ ଗ୍ଯାଙ୍ଗରେ 7ଶହରୁ ଅଧିକ ସୁଟର

ଦାଉଦ୍ ଇବ୍ରାହିମ୍ ଗୋଟିଏ ସାକ୍ଷାତକାରରେ ଥରେ କହିଥିଲା ଯେ, ଦୁନିଆରେ କାହାର ବିଶ୍ୱାସ ଯିତିବା ସବୁଠାରୁ କଷ୍ଟକର କାମ। ଆଉ ମୁଁ ଢେର ଲୋକଙ୍କ ବିଶ୍ୱାସ ଜିତିଛି। ଗୋଟିଏ ସମୟରେ ଦାଉଦ୍ ପାଇଁ ପୁରା ଦେଶରେ 2 ହଜାରରୁ ଅଧିକ ଅପରାଧୀ କାମ କରୁଥିଲେ। ଲରେନ୍ସ ମଧ୍ଯ ଦାଉଦ୍ ଭଳି ଗୋଟିଏ ବଡ଼ ଗ୍ୟାଙ୍ଗ୍ ତିଆରି କରିବାରେ ସଫଳ ହୋଇଛିପୋଲିସ ଅନୁସାରେ ଲରେନ୍ସ ପାଇଁ ଏବେ 7ଶହ ସୁଟର କାମ କରୁଛନ୍ତି। ଏହି ସୁଟର ମାନଙ୍କ ଜରିଆରେ ଲରେନ୍ସ ଭୟର ସାମ୍ରାଜ୍ୟ ତିଆରି କରିଛି। ବିଷ୍ନୋଇ ଗ୍ଯାଙ୍ଗ ଡରାଇ ଧମକାଇ କୋଟି କୋଟି ଟଙ୍କାର ପ୍ରୋଟେକ୍ସନ ମନି ଆଦାୟ କରୁଛି। ଲରେନ୍ସ ବେକାର ଯୁବକଙ୍କୁ ଦେଶ ବାହାରେ ଭଲ କାମ ଦେବାର ଲୋଭ ଦେଖାଇ ନିଜ ଗ୍ଯାଙ୍ଗରେ ସାମିଲ କରୁଛି। ଯୁବକଙ୍କୁ ନିଜର ପସନ୍ଦର ଦେଶରେ ନାଗରିକତା ଦେବାର ଲୋଭ ଦେଖାଇ ଗ୍ୟାଙ୍ଗରେ ସାମିଲ କରାଯାଉଥିବା ଏନଆଇଏ ତା ଚାର୍ଜସିଟରେ ଦାବି କରିଛି

ଏହି ସବୁ ରାଜ୍ୟରେ ବିଷ୍ନୋଇ ଗ୍ଯାଙ୍ଗ ସକ୍ରୀୟ

ଗୋଟିଏ ସମୟରେ ବିଷ୍ନୋଇ ଗ୍ୟାଙ୍ଗ କେବଳ ପଂଜାବରେ ସକ୍ରୀୟ ଥିଲା। କିନ୍ତୁ ଏବେ ଏହା ହରିଆନା,ଦିଲ୍ଲୀ,ରାଜସ୍ଥାନରେ ସକ୍ରୀୟ ଅଛି। ଏହି ତିନି ରାଜ୍ୟର କୁଖ୍ୟାତ ଅପରାଧୀ ବିଷ୍ନୋଇ ଗ୍ୟାଙ୍ଗ ପାଇଁ କାମ କରୁଛନ୍ତି। ପୂର୍ବ ଭାରତରେ ଝାଡଖଣ୍ଡରେ ମଧ୍ଯ ବିଷ୍ନୋଇ ଗ୍ୟାଙ୍ଗ ସକ୍ରୀୟ ଅଛି। ସେହିଭଳି ମହାରାଷ୍ଟ୍ରରେ ଏହା ସକ୍ରୀୟ ରହିଛିବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ବିଷ୍ନୋଇ ନିକଟରେ ଧମକ ଦେଇଥିଲା। ଏମିତିକି ତାର ସୁଟର ସଲମାନଙ୍କ ହତ୍ୟା ପାଇଁ ମୁମ୍ବାଇ ଯାଇଥିଲେ ବୋଲି ସେ ଦାବି କରିଥିଲା।

dawood ibrahim and lawrence bishnoidawood ibrahim lawrence bishnoidawood ibrahim vs lawrence bishnoilawrence bishnoi gang today newslawrence bishnoi gangsterlawrence bishnoi latest newslawrence bishnoi newslawrence bishnoi salman khan newslawrence bishnoi update newslawrence bishnoi update todaynia report on lawrence bishnoi
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami