କତାର ଜାତୀୟ ଦିବସରେ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ମୃତ୍ୟୁଦଣ୍ଡ କୋହଳ ହେବ କି ?

କତାରରେ ଗୁଇନ୍ଦାଗିରି ଅଭିଯୋଗରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କ ଭାଗ୍ୟ ସୂତାଖିଅରେ ଝୁଲୁଛି । ଭାରତ ସରକାର ସେମାନଙ୍କ ସୁରକ୍ଷା ପାଇଁ ସବୁ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି । ଏଭଳି ପରିସ୍ଥିତିରେ ଆଶାର ଗୋଟିଏ କିରଣ ଏବେ ଦେଖିବାକୁ ମିଳିଛି । ଆସନ୍ତା ଡିସେମ୍ବର ୧୮ ତାରିଖ ହେଉଛି କତାର ଜାତୀୟ ଦିବସ । ଏହି ଦିନରେ କତାର ମୃତ୍ୟୁଦଣ୍ଡରେ ଦଣ୍ଡିତ ଭାରତୀୟଙ୍କୁ କ୍ଷମାଦାନ କରିପାରେ ବୋଲି ଆଶା କରାଯାଉଛି ।

ଜାତୀୟ ଦିବସରେ ଅପରାଧୀଙ୍କୁ କ୍ଷମା ପାଇଁ ମିଳିଥାଏ ଅନୁମତି

ବାସ୍ତବରେ, କତାର କୋର୍ଟ ଦ୍ୱାରା ଦଣ୍ଡିତ ହୋଇଥିବା ଏହି ଆଠ ଜଣ ଭାରତୀୟଙ୍କ ଜୀବନ ପାଇଁ ଡିସେମ୍ବର ୧୮ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୧୮ ଡିସେମ୍ବର ହେଉଛି କତାରର ଜାତୀୟ ଦିବସ । ଏହି ଦିନ କତାରର ଶାସକ,ଯାହାଙ୍କୁ ‘ଅମିର’ବୋଲି କୁହାଯାଏ ସେ ବନ୍ଦୀମାଙ୍କୁ କ୍ଷମାଦାନ କରିଥାନ୍ତି । ଏଭଳି ପରିସ୍ଥିତିରେ ଏହି ୮ ଜଣ ଭାରତୀୟଙ୍କ ଆଶା ୧୮ ଡିସେମ୍ବର ଉପରେ ରହିଛି । କାରଣ କତାରର ନିୟମ ଅନୁସାରେ ଏହା କତାର ଅମିରଙ୍କୁ ଜାତୀୟ ଦିବସ’ (ଡିସେମ୍ବର ୧୮) ରେ ଅପରାଧୀଙ୍କୁ କ୍ଷମା କରିବାକୁ ଅନୁମତି ଦେଇଥାଏ । ଅଧିକନ୍ତୁ, ଆଶା କରାଯାଉଛି ଯେ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ବି ଆମୀରଙ୍କୁ କ୍ଷମାଦାନ କରିବାକୁ ଭାରତ ସରକାର ମନାଇ ପାରନ୍ତି ବୋଲି ମଧ୍ୟ ବିଶ୍ୱାସ କରାଯାଉଛି ।

ଗୁପ୍ତଚର ମାମଲାରେ ହୋଇଥିଲେ ଗିରଫ

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୬ ରେ, କତାର କୋର୍ଟ ବେସରକାରୀ ସୁରକ୍ଷା କମ୍ପାନୀ ଅଲ ଦହରା ସହିତ କାମ କରୁଥିବା ଆଠ ଜଣ ଭାରତୀୟ ନୌସେନା କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ଭାରତ ଏହି ନିଷ୍ପତ୍ତିକୁ ‘ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ’ ବୋଲି ବର୍ଣ୍ଣନା କରିଥିଲା । ଏହି ପ୍ରସଙ୍ଗରେ ସମସ୍ତ ଆଇନଗତ ବିକଳ୍ପ ଅନୁସନ୍ଧାନ ବିଷୟରେ ଆଲୋଚନା କରିଥିଲା । ଗୁପ୍ତଚର ମାମଲାରେ ଏହି ଆଠ ଜଣ କର୍ମଚାରୀଙ୍କୁ ଗତ ବର୍ଷ ଅଗଷ୍ଟରେ ଗିରଫ କରାଯାଇଥିଲା । ତେବେ କାତାର କର୍ତ୍ତୃପକ୍ଷ କିମ୍ବା ନୂଆଦିଲ୍ଲୀ ତାଙ୍କ ବିରୋଧରେ ଅଭିଯୋଗକୁ ସାର୍ବଜନୀନ କରିନାହାଁନ୍ତି । କେଉଁ ଆଧାରରେ ଏହି ଆଠ ଜଣ ଭାରତୀୟଙ୍କୁ କାତାରରେ ମୃତ୍ୟୁଦଣ୍ଡ ଦିଆଯାଇଛି ତାହା ମଧ୍ୟ ପ୍ରକାଶ କରାଯାଇ ନାହିଁ । ତେବେ ଉପଲବ୍ଧ ଏକମାତ୍ର ସୂଚନା ହେଉଛି ଯେ ସେ ଇସ୍ରାଏଲ ପାଇଁ ଗୁପ୍ତଚର ଅଭିଯୋଗ କରିଛନ୍ତି । ।

former Indian Navy officersQatar National Dayqatar newsWill the death sentence of 8 former Indian Navy officers
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami