ଅଷ୍ଟ୍ରେଲିଆକୁ ଆକ୍ରମଣ କରିବ ଚୀନ୍ ? ଆମେରିକାର ସମରସଜ୍ଜା

ୟୁକ୍ରେନ୍ ଯୁଦ୍ଧ ଭିତରେ ଚୀନ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏବେ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି । ଅଷ୍ଟ୍ରେଲିଆ ମଧ୍ୟ ଚୀନ ସହିତ ଉତ୍ତେଜନା ବୃଦ୍ଧି ଖବରକୁ ସ୍ୱୀକାର କରିଛି । ଅଷ୍ଟ୍ରେଲିଆ ଆଶଙ୍କା କରୁଛି ଯେ, ଏହି ଉତ୍ତେଜନା ପରବର୍ତ୍ତି ପରିସ୍ଥିତିରେ ଯୁଦ୍ଧର ରୂପ ନେଇ ପାରେ । ଏହା ମଧ୍ୟରେ ଅଷ୍ଟ୍ରେଲିଆ ସହିତ ଅକ୍ସ ଡିଲ୍ କରିଥିବା ଆମେରିକା ହଜାର ହଜାର ସଂଖ୍ୟାରେ ସୈନିକ, ଭୂପୃଷ୍ଠରୁ ଆକାଶକୁ ପ୍ରକ୍ଷେପିତ ହେଉଥିବା କ୍ଷେପଣାସ୍ତ୍ର, ତୋପ, ରକେଟ୍ ଓ ଡ୍ରୋନ୍ ପଠାଇଛି । ଆମେରିକୀୟ ସୈନିକ ଅଷ୍ଟ୍ରେଲିୟ ସୈନିକଙ୍କୁ ଏହି ସବୁ ଯୁଦ୍ଧାସ୍ତ୍ର ବ୍ୟବହାରର ପ୍ରଶିକ୍ଷଣ ଦେବେ ।

ଡେଲିମେଲ୍ ରିପୋର୍ଟ ଅନୁସାରେ ଆମେରିକା ମେରିନ୍ ଫୋର୍ସର ୨୨ଶହ ସୈନିକ ଆସନ୍ତା ସେପ୍ଟେମ୍ବର ମାସରୁ ଅଷ୍ଟ୍ରେଲିଆର ଉତ୍ତରଭାଗରେ ରହିବେ । ଅଷ୍ଟ୍ରେଲିଆ ପ୍ରତିରକ୍ଷା ବିଭାଗ ଅନୁସାରେ ପ୍ରଥମ ଥର ପାଇଁ ଆମେରିକା ସ୍ଥଳସେନାର ୨୫୦ ଜଣ ଯବାନଙ୍କୁ ଅଷ୍ଟ୍ରେଲିଆରେ ମୁତୟନ କରାଯାଉଛି । ଆଗାମୀ ସମୟରେ ଚୀନ୍ ଯଦି ତାଇୱାନ୍ ଉପରେ ଆକ୍ରମଣ କରେ ତେବେ ଯବାବ ଦେବାକୁ ଏହା ଆମେରିକାର ପ୍ରସ୍ତୁତି ବୋଲି କୁହାଯାଉଛି ।

ଆମେରିକାର ଏକ ହଜାର ସୈନିକ ଅଷ୍ଟ୍ରେଲିଆରେ ପହଂଚିଲେ

ଅଷ୍ଟ୍ରେଲିଆ ପ୍ରତିରକ୍ଷାମନ୍ତ୍ରୀ ପିଟର ଡୁଟୋନ୍ ଗତବର୍ଷ ସେପ୍ଟେମ୍ବରରେ ଚେତାବନୀ ଦେଇଥିଲେ ଯେ, ଚୀନ୍ ସହିତ ସଂଘର୍ଷ ସ୍ଥିତିକୁ କମ କରି ଆକଳନ କରିବା ଠିକ୍ ହେବ ନାହିଁ । ବର୍ତ୍ତମାନ ୟୁକ୍ରେନ୍ ଉପରେ ଋଷ ଆକ୍ରମଣ ପରିପ୍ରେକ୍ଷରେ ଚୀନ୍ ତାଇୱାନ୍ ଉପରେ ଆକ୍ରମଣର ଦୁଃସାହସ କରିପାରେ । ଆମେରିକୀୟ ସୈନିକଙ୍କ ମୁତୟନ ସହିତ ଦୁଇ ଦେଶର ବାୟୁସେନା ମଧ୍ୟରେ ବି ସହଯୋଗ ବଢିଛି । ରିପୋର୍ଟ ଅନୁସାରେ ଆମେରିକାର ୧ ହଜାର ମେରାଇନ୍ ସୈନିକ ଆଗରୁ ଅଷ୍ଚ୍ରେଲିଆ ପହଂଚି ସାରିଛନ୍ତି ।

ଚୀନ୍ ଆକ୍ରମଣ ସମୟରେ ଅଷ୍ଟ୍ରେଲିୟ ସୈନିକ କେଉଁଭଳି ପ୍ରତିଆକ୍ରମଣ କରିବେ ତାହା ଏହି ମେରାଇନ୍ ଅଷ୍ଟ୍ରେଲିୟ ସୈନିକଙ୍କ ଶିଖାଇବେ । ଏଥିରେ ମାନବୀୟ ସହାୟତା,ଉଦ୍ଧାରକାର୍ଯ୍ୟ,ଆମରିକୀୟ ଦୂତାବାସକୁ ସାହାଯ୍ୟ କିମ୍ବା ସାମରିକା ଅଭିଯାନରେ ସାମିଲ ହେବା ରହିଛି । ଏହି ସୈନିକଙ୍କ ଏବେ ଡରବିନରେ ମୁତୟନ କରାଯାଇଛି । ଡର୍ବିନଠାରୁ ଦକ୍ଷୀଣ ପୂର୍ବ ଏସୀୟ ରାଷ୍ଟ୍ର ଓ ଦୁନିଆର ସବୁଠାରୁ ବ୍ୟସ୍ତତମ ସାମୁଦ୍ରିକ ମାର୍ଗ ବେସି ଦୂର ନୁହେଁ । ଏହି କାରଣରୁ ଆମେରିକୀୟ ସୈନିକଙ୍କ ମୁତୟନ ବେସ ଗୁରୁତ୍ୱ ରଖେ । ଏହି ପ୍ରଶିକ୍ଷଣ କାଳରେ ଅଷ୍ଚ୍ରେଲିଆ ଓ ଆମେରିକୀୟ ସୈନିକଙ୍କ ମଧ୍ୟରେ ଲାଇଭ୍ ଫାୟାର ଟ୍ରେନିଂ ମଧ୍ୟ ହେବ ।

Australiaaustralia war with chinaaustralia war with china 2022Chinachina australia attackchina invades taiwan newschina vs usa 2022russia ukraine wartaiwanus army in australia
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami