ୟୁକ୍ରେନ୍ ଯୁଦ୍ଧକୁ ନେଇ କ’ଣ ପାଇଁ ଭାରତ ଉପରେ ଖୁସି ଅଛି ଋଷ ?

ୟୁକ୍ରେନ୍ ଯୁଦ୍ଧକୁ ନେଇ ଭାରତର ପ୍ରଶଂସାରେ ଋଷ ଗଦଗଦ । ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭାରୋଭ୍ ଭାରତର ନିରପେକ୍ଷ ଓ ଯଥାର୍ଥବାଦୀ ଆଭିମୁଖ୍ୟର ପ୍ରଶଂସା କରିଛନ୍ତି । ତାଙ୍କର ମାନିବା ହେଉଛି ଯେ,ଭାରତ ଏହି ଯୁଦ୍ଧର ସମାଧାନ ରାସ୍ତା ବାହାର କରିବା ପାଇଁ ପ୍ରକୃତରେ ଉଦ୍ୟମ କରୁଛି । ଭାରତ ଯୁଦ୍ଧ ଆରମ୍ଭ ପରଠାରୁ ହିଁ ଶାନ୍ତିର ପକ୍ଷଧର ରହି ଆସିଛି । ଋଷ ରାଷ୍ଚ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ,ଏହି ସମୟ ଯୁଦ୍ଧର ସମୟ ନୁହେଁ । ଭାରତ କ୍ରମାଗତ ଭାବେ ଦୁଇ ଦେଶର ନେତାଙ୍କ ସମ୍ପର୍କରେ ରହି ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ରାଷ୍ଚ୍ରପତି ଭ୍ଲାଦିମିର ପୁଟିନ ଓ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନେସ୍କିଙ୍କ ସହିତ ସାକ୍ଷାତ କରିବା ସହିତ ଆଲୋଚନା ମଧ୍ୟ କରିଛନ୍ତି ।

ସର୍ଗୋଇ ଲାଭାରୋଭ୍ କ’ଣ କହିଛନ୍ତି ?

ସର୍ଗେଇ ଲାଭାରୋଭ ଅନ୍ତର୍ଜାତୀଯ ସୁରକ୍ଷା ଉପରେ ଏକାଦଶତମ ସମ୍ମିଳନୀରେ କହିଛନ୍ତି ଯେ, ଆମେ ନିରପେକ୍ଷ ଓ ଯଥାର୍ଥବାଦୀ ସମାଧାନ ରାସ୍ତା ଖୋଜିବା ପାଇଁ ଭାରତ ଭଳି ଦେଶଙ୍କ ଉଦ୍ୟମକୁ ପ୍ରଶଂସା କରୁଛୁ । ବିଶେଷକରି ଭାରତ ୟୁକ୍ରେନର ଯାରିଥିବା ରକ୍ତାକ୍ତ ସଂଘର୍ଷର ସମାଧନ ପାଇଁ ଯେଉଁ ଉଦ୍ୟମ କରୁଛି ଆମେ ତାକୁ ପ୍ରଶଂସା କରୁଛୁ । ଋଷ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଏହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଯେ,ବିକାଶସୀଳ ଦୁନିଆରେ ଆମ ବନ୍ଧୁ ମାନଙ୍କ ତରଫରୁ ଆସୁଥିବା ପ୍ରସ୍ତାବ ବିକାଶର ବାସ୍ତବିକ କାରଣ ଓ ପ୍ରକୃତିର ସ୍ପଷ୍ଟ ଚିତ୍ର ଉପରେ ଆଧାରିତ ।

ଅନ୍ତର୍ଜାତୀୟ ସ୍ତରରେ ବଢୁଛି ଭାରତର ପ୍ରତିଷ୍ଠା

ୟୁକ୍ରେନ୍ ସଂକଟର ସମାଧାନ ଦିଗରେ ଭାରତ ଉଦ୍ୟମ ବାବଦରେ ଋଷ ବୈଦେଶିକ ମନ୍ତ୍ରୀଙ୍କ ଉଲ୍ଲେଖ ବିଶ୍ୱରେ ଭାରତର କ୍ରମବର୍ଦ୍ଧିର୍ଣୁ୍ ପ୍ରଭାବ ବାବଦରେ ସଂକେତ ଦେଉଛି । ଗତବର୍ଷ ପୁଟିନଙ୍କ ସହିତ ସାକ୍ଷାତ ବେଳେ ମୋଦି ଯୁଦ୍ଧରୁ ଦୁରେଇ ରହିବା ଉପରେ ଜୋର ଦେଇଥିଲେ । ଏନେଇ ସେ ଋଷ ଓ ୟୁକ୍ରେନକୁ ଯୁଦ୍ଧର ବିକଳ୍ପ ଖୋଜିବାକୁ ପରାମର୍ଶ ମଧ୍ୟ ଦେଇଥିଲେ । ଏହା ସହିତ ୟୁକ୍ରେନକୁ ମାନବୀୟ ସହାୟତା ପ୍ରଦାନ ନେଇ ଭାରତର ପ୍ରତିବଦ୍ଧତାକୁ ମଧ୍ୟ ଜାହିର କରିଥିଲେ । ଋଷ ବୈଦେଶିକ ମନ୍ତ୍ରୀଙ୍କ ବୟାନ ଆଗାମୀ ଜୀ-10 ଶିଖର ସମ୍ମିଳନୀ ପୂର୍ବରୁ ଆସିଛି ।ଏହି ଶିଖର ସମ୍ମିଳନୀରେ ଋଷ ରାଷ୍ଟ୍ରପତି ଭର୍ଚୁଆଲି ଯୋଗ ଦେବେ ।

g 10 summitindia stand on russia ukraine reactionindia stand on russia ukraine warpm modi on russia ukraine conflictpm modi on russia ukraine warrussia on india stand on ukrainerussia ukraine war update todayrussian foreign minister sergey lavrov in india on ukraine warsergey lavrov russian foreign ministerwhere does india stand on russia ukraine
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami