ତାଲିବାନ କବଜାରେ ଆଫଗାନିସ୍ତାନ, କୁଆଡେ ଦେଶର ‘ୱାର ଲର୍ଡ୍ସ’ ?

ଆଫଗାନିସ୍ତାନରେ ତାଲିବାନର ଦ୍ୱିତୀୟ ପାଳି ଆରମ୍ଭ ହୋଇ ସାରିଛି । ତାଲିବାନ ପୁଣିଥରେ ବଳପୂର୍ବକ କ୍ଷମତା ଦଖଲ କରିଛି । ଯାହା ଆଫଗାନିସ୍ତାନ ପାଇଁ କିଛି ନୂଆ ନୁହେଁ । କାରଣ ୧୯୬୦ ଦଶକରୁ ଆଫଗାନିସ୍ତାନରେ କୌଣସି ସରକାର ନିଜ ଇଛାରେ କ୍ଷମତା ଛାଡି ନାହିଁ । କେତେବେଳେ ସାମରିକ ବିଦ୍ରୋହ ତ’ କେତେବେଳେ ସୋଭିଏତ ରୁଷର ହସ୍ତକ୍ଷେପରେ ସରକାର ଯାଇଛନ୍ତି । ୧୯୯୦ ଦଶକରେ କମ୍ୟୁନିଷ୍ଟ ସରକାରର ପତନ ପରେ ମୁଜାହିଦ୍ଦିନ କ୍ଷମତାକୁ ଆସିଲେ କିନ୍ତୁ ରାଷ୍ଟ୍ରପତି କିଏ ହେବ ତାକୁ ନେଇ ଆରମ୍ଭ ହୋଇ ଯାଇଥିଲା ଗୃହଯୁଦ୍ଧ । ଏହି ଗୃହଯୁଦ୍ଧ କାଳରେ ଗୋଟିଏ ନୂଆ ଗୋଷ୍ଟି ପାକିସ୍ତାନର ମଦ୍ରାସାରୁ ବାହାରି ପୁରା ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେଇଥିଲା । ଏହି ଗୋଷ୍ଟିର ନାମ ଥିଲା ତାଲିବାନ । ୨୦୦୧ରେ ତାଲିବାନକୁ ଆମେରିକା ହଟାଇଥିଲା । ଆମେରିକା ସାହାଯ୍ୟରେ ୨୦ବର୍ଷ ଧରି ଗଣତାନ୍ତ୍ରିକ ସରକାର ଶାସନ କରିଥିଲା । କିନ୍ତୁ ରବିବାର ଦିନ ତାଲିବାନ ପୁଣି କ୍ଷମତା ଦଖଲ କରିଛି । ଏହାରି ଭିତରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ଆଫଗାନିସ୍ତାନର ସେହି ୱାର ଲର୍ଡ୍ସ ବା ସାମନ୍ତ ମାନେ କୁଆଡେ ଗଲେ ଯେଉଁମାନଙ୍କ ହାତରେ ପ୍ରକୃତ କ୍ଷମତା ଥିଲା । ଯେଉଁମାନେ ନିଜ ନିଜ ଅଂଚଳରେ ଏକ ରକମ ସ୍ୱାଧିନ ଭାବେ ଶାସନ କରୁଥିଲେ । ଆସନ୍ତୁ ଜାଣିବା ଆଫଗାନିସ୍ତାନର ସେହି ଯୁଦ୍ଧଖୋର ୱାରଲର୍ଡ୍ସ ମାନେ ଏବେ କେଉଁଠି ଅଛନ୍ତି..

କେଉଁମାନଙ୍କୁ ୱାରଲର୍ଡସ ବୋଲି କୁହାଯାଏ ?

ଆଫଗାନିସ୍ତାନରେ କେନ୍ଦ୍ରୀୟ ଶକ୍ତି ଦୁର୍ବଳ । ବିଭିନ୍ନ ଅଂଚଳରେ ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦବଦବା ରହିଥାଏ । ଏହି ଭଳି ବ୍ୟକ୍ତିଙ୍କୁ ଆମେରିକା ଆର୍ଥିକ ସାହାଯ୍ୟ ଦେଇ ତାଲିବାନ ବିରୋଧରେ ଛିଡା କରାଇଥିଲା । ଯେଉଁମାନେ ତାଲିବାନ ବିରୋଧରେ ଯୁଦ୍ଧ ଲଢୁଥିଲେ । ଆଫଗାନିସ୍ତାନରେ ସରକାରୀ ସେନା ବାଦ ଏଭଳି ୬ ଜଣ ବ୍ୟକ୍ତି ଥିଲେ ଯେଉଁମାନଙ୍କର ନିଜସ୍ୱ ସେନା ଥିଲା । ସେହି ୬ ଜଣଙ୍କ ମଧ୍ୟରୁ ଜଣେ ଇସମାଇଲ ଖାନ୍ ତାଲିବାନ ହାତରେ ପଡିଥିବା ବେଳେ ବାକି ୫ ଜଣ ନିଖୋଜ ଅଛନ୍ତି ।

ଅବଦୁର ରଶିଦ ଦୋସ୍ତମ: ୬୭ ବର୍ଷୀୟ ଅବଦୁଲ ରଶିଦ ଦୋସ୍ତମ ଆଫଗାନିସ୍ତାନର ଉପରାଷ୍ଟ୍ରପତି ଥିଲେ । ସେ ୨୦୧୪ରୁ ୨୦୨୦ ପର୍ଯ୍ୟନ୍ତ ଉପରାଷ୍ଟ୍ରପତି ଥିଲେ । ୨୦୦୧ରେ ତାଲିବାନ ଶାସନର ଅନ୍ତରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ମଜାର-ଏ-ସରିଫ ତାଙ୍କ ଗଡ଼ । ଏହି ଗଡ ପ୍ରଥମ ତାଲିବାନ ଶାସନ କାଳରେ ମଧ୍ୟ ସ୍ୱାଧିନ ଥିଲା । କିନ୍ତୁ ଏଥର ମଜାର ତାଲିବାନ ହମଲା ଆଗରେ ଅସ୍ତ୍ର ତ୍ୟାଗ କରିଛି । ଦୋସ୍ତମ ନିକଟେର କାବୁଲ ଯାଇଥିଲେ । ତାଙ୍କ ପୁଅର ମଧ୍ୟ ଅପହରଣ ହୋଇଥିଲା । ଦୋସ୍ତମ ଏବେ ଉଜବେକିସ୍ତାନରେ ଥିବା କୁହାଯାଉଛି ।

ଅତ୍ତା ମହମ୍ମଦ ନୁର: ୧୯୭୯ରେ ସୋଭିଏତ ସଂଘ ଯେତେବେଳେ ଆଫଗାନିସ୍ତାନକୁ ଆକ୍ରମଣ କରିଥିଲା ସେତେବେଳେ ନୁର ଲୋକଙ୍କୁ ନେଇ ବିଦ୍ରୋହ କରିଥିଲେ । ସେ ଜମାତ-ଏ-ଇସଲାମିର କମାଣ୍ଡର ଥିଲେ । ୫୭ ବର୍ଷୀୟ ନୁର୨୦୦୪ରୁ ୨୦୧୮ ପର୍ଯ୍ୟନ୍ତ ବଲଖ ପ୍ରଦେଶର ରାଜ୍ୟପାଳ ଥିଲେ । ଏବେ ସେ ତାଜିକସ୍ତାନକୁ ପଳାୟନ କରିଥିବା କୁହାଯାଉଛି ।

ଅମରୁଲ୍ଲା ସାଲେହ: ଅମରୁଲ୍ଲା ସାଲେହ ଆଫଗାନିସ୍ତାନର ଉପରାଷ୍ଟ୍ରପତି ଥିଲେ । ରାଷ୍ଟ୍ରପତି ଗନି ଦେଶ ଛାଡିଥିବା ବେଳେ ସେ ଦେଶ ଛାଡିବାକୁ ମନା କରିଦେଇଥିଲେ । ଏବେ ସେ ପଂଜଶିର ଘାଟିରେ ଥିବା କୁହାଯାଉଛି । ପଂଜଶିର ଏକମାତ୍ର ରାଜ୍ୟ ଯାହାକୁ ତାଲିବାନ ଏପର୍ଯ୍ୟନ୍ତ ନିଜ ନିୟନ୍ତ୍ରଣକୁ ନେଇ ପାରିନାହିଁ ।

ସଲିମା ମଜାରୀ: ସଲିମା ବଲଖ ପ୍ରଦେଶର ଚାରକିଣ୍ଟ ଜିଲ୍ଲାର ଗଭର୍ଣ୍ଣର ଅଛନ୍ତି । ଏହି ମହିଳା ଗଭର୍ଣ୍ଣର ଏବେ ତାଲିବାନ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ।କୁହାଯାଉଛି ଯେ, ସଲିମା କାବୁଲର ପତନ ପରେ ଇରାନ ଚାଲିଯାଇଥିବା କୁହାଯାଉଛି

20 years democratic power୨୦ବର୍ଷ ଧରି ଗଣତାନ୍ତ୍ରିକ ସରକାର ଶାସନabdul rashid dostumafghanistanafghansitan vice presidentafghansitan warlordsamrullah salehatta mohammad noorcharkint districtIranIsmail khanjamaat e islami commandermazar i sharifpanjshir valleypresident ghanisalima mazarisoviet union attacked afghanistan in 1979tajikistantalibantaliban captured afghanistanUS forces in afghanistanUSA helped afghanistanuzbekistanwomen governors in Afghanistanଅତ୍ତା ମହମ୍ମଦ ନୁରଅବଦୁର ରଶିଦ ଦୋସ୍ତମଅମରୁଲ୍ଲା ସାଲେହଆଫଗାନିସ୍ତାନଆଫଗାନିସ୍ତାନର ଉପରାଷ୍ଟ୍ରପତିଆଫଗାନିସ୍ତାନର ସେହି ୱାର ଲର୍ଡ୍ସଆମେରିକା ସାହାଯ୍ୟଇରାନଇସମାଇଲ ଖାନ୍ଉଜବେକିସ୍ତାନଚାରକିଣ୍ଟ ଜିଲ୍ଲାର ଗଭର୍ଣ୍ଣରଜମାତ-ଏ-ଇସଲାମିର କମାଣ୍ଡରତାଜିକସ୍ତାନକୁ ପଳାୟନତାଲିବାନପଂଜଶିର ଘାଟିବଳପୂର୍ବକ କ୍ଷମତା ଦଖଲମଜାର-ଏ-ସରିଫରାଷ୍ଟ୍ରପତି ଗନିସଲିମା ମଜାରୀସୋଭିଏତ ସଂଘ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami