VPF କ’ଣ ? କେମିତି ଜଣେ ଚାକିରିଆ ଏଥିରେ ନିବେଶ କରି ଅଧିକ ଲାଭ ପାଇପାରିବେ ?

VPF ଆପଣଙ୍କୁ ନିଜ EPFରେ ଅତିରିକ୍ତ ଯୋଗଦାନ କରିବା ସହ ଆକର୍ଷକ ରିଟର୍ଣ୍ଣର ସୁଯୋଗ ଦେଇଥାଏ । ଆସନ୍ତୁ ଜାଣିବା VPF କେମିତି କାମ କରିଥାଏ ଓ EPF ଆକାଉଣ୍ଟରେ କେମିତି ଆପଣ ସ୍ୱେଛାକୃତ ଯୋଗଦାନ କରିପାରିବେ କୋଭିଡ୍ ଭଳି ମହାମାରୀ ଆମକୁ ମାନବୀୟ ସଂପର୍କ ଓ ସଂଚୟର ମହତ୍ୱକୁ ବୁଝାଇ ଦେଇଛି । କୋଭିଡ୍ ମହାମାରୀର ପ୍ରଥମ ଲହରି ବେଳେ ଅନେକଙ୍କୁ ନିଜ ରୋଜଗାର ହରାଇଥିଲେ । ଅନେକଙ୍କୁ ଚାକିରି ହରାଇବାକୁ ପଡିନଥିଲେ ମଧ୍ୟ ଦରମା ହ୍ରାସର ଶିକାର ହେବାକୁ ପଡିଥିଲା । ଫଳରେ ସେମାନଙ୍କ ସଂଚୟ ଉପରେ ଏହାର ପ୍ରଭାବ ପଡ଼ିଥିଲା । ଏଭଳି ସଂକଟର ମୁକାବିଲା ପାଇଁ କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଯାହା ସଂକଟର ଏହି ସମୟରେ ଲିକ୍ୱିଡିଟି ସୁନିଶ୍ଚିତ ହୋଇପାରିବ । ବର୍ତ୍ତମାନ ପରିସ୍ଥିତିରେ ଆପଣଙ୍କ ପକ୍ଷରେ ସବୁଠୁ ବଡ କାମ ହେଉଛି ଭବିଷ୍ୟତର ଆର୍ଥିକ ସଂକଟ ପାଇଁ ନିଜକୁ ପ୍ରସ୍ତୁତ କରିବା । ଏଥିପାଇଁ ଆପଣଙ୍କୁ ନିଜ ସଂଚୟ ବଢାଇବାକୁ ପଡିବ ।

ଆର୍ଥିକ ବିଶେଷଜ୍ଞଙ୍କ ଅନୁସାରେ ଏଭଳି ପରିସ୍ଥିତିରେ ଜଣେ ବେତନଭୋଗୀ ଭିପିଏଫ୍ ବା ଭଲ୍ୟୁଣ୍ଟାରି ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଜରିଆରେ ନିଜ ସଂଚୟ ବଢାଇ ପାରିବେ । ଭିପିଏଫ୍ ଆପଣଙ୍କୁ ନିଜ ଇପିଏଫରେ ଅଧିକ ଯୋଗଦାନ କରିବା ଓ ଓ ତା’ଉପରେ ଆକର୍ଷକ ରିଟର୍ଣ୍ଣ ପାଇବାର ସୁଯୋଗ ଦେଇଥାଏ । ଆସନ୍ତୁ ଜାଣିବା ଭିପିଏଫ କେମିତି କାମ କରିଥାଏ

EPF କଣ?

ଇପିଏଫ୍ ବା ଏମ୍ପ୍ଲଇ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ସରକାର ସମର୍ଥିତ ନିବେଶ ଓ ଟ୍ୟାକ୍ସ ସେଭିଂ ସ୍କିମ । ଏହାକୁ ଇପିଏଫଓ(ଏମ୍ପ୍ଲୟୀ ଫ୍ରୋଭିଡେଣ୍ଟ ଫଣ୍ଡ୍ ଅର୍ଗାନାଇଜେସନ) ପରିଚାଳନା କରିଥାଏ । ନିୟମ ଅନୁସାରେ ଆପଣ ଓ ଆପଣଙ୍କ ନିଯୁକ୍ତିଦାତା ଆପଣଙ୍କ ଇପିଏଫ ଆକାଉଣ୍ଟରେ ପ୍ରତିମାସରେ ଆପଣଙ୍କ ବେସିକ୍ ସାଲାରି ଓ ଡିଏ(ମହଙ୍ଗା ଭତ୍ତା)ର ୧୨-୧୨ ପ୍ରତିଶତ ଯୋଗଦାନ କରିଥାନ୍ତି । ବେତନଭୋଗୀଙ୍କୁ ଅବସରକାଳିନ ସୁରକ୍ଷା ପ୍ରଦାନ କରିବା ହେଉଛି ଇପିଏଫର ମୁଳଲକ୍ଷ୍ୟ୨୦ରୁ ଅଧିକ କର୍ମଚାରୀ ଥିବା ପ୍ରତ୍ୟକ କଂପାନିଙ୍କ ପାଇଁ ଇପିଏଫ୍ ଜରୁରୀ ହୋଇଥାଏ

VPF କଣ?

ଇପିଏଫରେ ୧୨ ପ୍ରତିଶତ ଯୋଗଦାନ ପରେ ଜଣେ କର୍ମଚାରୀ ସ୍ୱେଛାକୃତ ଭାବେ ଅଧିକ ଟଙ୍କା ଡିପୋଜିଟ୍ କରିପାରିବେ । ଏହା ଜଣେ କର୍ମଚାରୀଙ୍କ ଇଛା ଉପରେ ନିର୍ଭର କରିଥାଏ । ତେଣୁ ଏହାକୁ ଭିପିଏଫ କୁହାଯାଇଥାଏ

ଆପଣ କେତେ ଯୋଗଦାନ କରିପାରିବେ ?

ଆପଣ ନିଜ VPF ଆକାଉଣ୍ଟରେ ନିଜ ମୁଳ ବେତନ ଓ ମହଙ୍ଗା ଭତାର ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଅଲଗା ଭାବେ ଯୋଗଦାନ କରିପାରିବେ । ଭିପିଏଫରେ ରଖାଯାଉଥିବା ଟଙ୍କାକୁ ଅଲଗା ଭାବେ ମ୍ୟାନେଜ୍ କରାଯାଇଥାଏ । କିନ୍ତୁ ଏହା ଉପରେ ଇପିଏଫ୍ ଭଳି ଲାଭ ମିଳିଥାଏ । ।

ସୁଧହାର କେତେ ?

VPF ର ସୁଧହାର , EPF ସହ ସମାନ । VPF ଓ EPF ର ବର୍ତ୍ତମାନ ସୁଧହାର ହେଉଛି ୮.୫ ପ୍ରତିଶତ । ଏହା ବଜାରରେ ବର୍ତ୍ତମାନ ଉପଲବ୍ଧ ଥିବା ଏହିଭଳି ନିବେଶ ମାଧ୍ୟମ ଉପରେ ମିଳୁଥିବା ରିଟର୍ଣ୍ଣଠାରୁ ଅଧିକଭିପିଏଫ୍ ତୁଳନାରେ ପିପିଏଫ ଉପରେ ଏବେ କେବଳ ୭.୧ ପ୍ରତିଶତ ରିଟର୍ଣ୍ଣ ମିଳୁଛି । ଅଧିକ ରିସ୍କ ନେବାକୁ ଚାହୁଁନଥିବା ଜଣେ ନିବେଶକଙ୍କ ପାଇଁ ପିପିଏଫ୍ ଭଲ ନିବେଶ ମାଧ୍ୟମ କିନ୍ତୁ ଭିପିଏଫରେ ନିବେଶ କଲେ ଆପଣଙ୍କୁ ପିପିଏଫଠାରୁ ଅଧିକ ୧.୪ ପ୍ରତିଶତ ରିଟର୍ଣ୍ଣ ପାଇବେ

ଟ୍ୟାକ୍ସ ଓ ଉଠାଣ

ଆପଣ ନିଜ VPFରେ କରିଥିବା ଯୋଗଦାନ ଉପରେ ଆୟକର ଆଇନର ଧାରା ୮୦ସି ଅନ୍ତର୍ଗତରେ ୧.୫ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ବେନିଫିଟ୍ କ୍ଲେମ୍ କରିପାରିବେ । ଏହା ଉପରେ ମିଳୁଥିବା ଆୟ ଟ୍ୟାକ୍ସ ଫ୍ରି ହୋଇଥାଏ । ଆପଣ ନିୟମିତ ଭାବେ ୫ ବର୍ଷ ପର୍ଯ୍ୟନ୍ତ ଭିପିଏଫରେ ଯୋଗଦାନ କରିବା ପରେ କିଛି ସର୍ତ୍ତ ସହ ଟଙ୍କା ଉଠାଇ ପାରିବେ । ଏଥିପାଇଁ ଆପଣଙ୍କୁ କୌଣସି କର ଦେବାକୁ ପଡିବ ନାହିଁ ।

କେମିତି କରିବେ ଯୋଗଦାନ ?

ଯଦି ଆପଣ ଗୋଟିଏ VPF ଆକାଉଣ୍ଟ ଖୋଲିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ କେବଳ ନିଜ ମାନବ ସମ୍ବଳ ବିଭାଗ କିମ୍ବା ବେତନ ବିଭାଗକୁ ସୂଚିତ କରିବାକୁ ପଡିବ ଭିପିଏଫ୍ ଆକାଉଣ୍ଟ୍ ଆକ୍ଟିଭେଟ୍ କରିବା ପାଇଁ ସେମାନେ ଆପଣଙ୍କୁ ଭିପିଏଫ୍ ପଂଜିକରଣ ଫର୍ମ ଦେବେଆକାଉଣ୍ଟ୍ ଖୋଲିବା ପରେ ଆପଣ ମାସିକ ଯେତିକି ଟଙ୍କା ଯୋଗଦାନ କରିବା ପାଇଁ ସମ୍ମତି ଦେଇଥିବେ ପ୍ରତି ମାସରେ ଆପଣଙ୍କ ଦରମାରୁ ସେତିକି ଟଙ୍କା କଟିବ । ତେବେ ଏହା ସ୍ୱେଛାମୁଳକ ଯୋଗଦାନ ହୋଇଥିବାରୁ ଏଥିରେ ଆପଣଙ୍କ ନିଯୁକ୍ତିଦାତ୍ତାଙ୍କର କୌଣସି ଯୋଗଦାନ ରହିବ ନାହିଁ । ଭିପିଏଫ ନିବେଶର ଆଉ ଗୋଟିଏ ଭଲ କଥା ହେଲା ଆପଣ ଏଥିରେ ନିଜ ଇଛା ଅନୁସାରେ ନିବେଶକୁ ବଢାଇ ପାରିବେ କିମ୍ବା କମାଇ ପାରିବେ ।

ମଝିରେ ମଧ୍ୟ ଟଙ୍କା ଉଠାଇ ପାରିବେ

VPF ଆକାଉଣ୍ଟରେ ଜମା କରାଯାଇଥିବା ଟଙ୍କାକୁ ଆପଣ ମଝିରେ ମଧ୍ୟ ଉଠାଇ ପାରିବେ । ତେବେ ବିଶେଷଜ୍ଞଙ୍କ କହିବା ହେଉଛି ଯେହେତୁ ଏହା ଅବସରକାଳୀନ ପାଣ୍ଠି ପାଇଁ ନିବେଶ ତେଣୁ ସେମିତି ଅତି ଆବଶ୍ୟକତା ନଥିଲେ ଏହି ଫଣ୍ଡରୁ ଟଙ୍କା ଉଠାଇବା ଠିକ ନୁହେଁ

benefit of vpfvoluntary provident fund (vpf)vpf interest rates 2022vpf new rules 2022vpf or ppf which is bettervpf tax benefitsvpf voluntary provident fundvpf voluntary provident fund 2022vpf voluntary provident fund benefitsvpf withdrawal ruleswhat is vpf contribution
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami