ହାର୍ଟ୍ ଆଟାକ କ’ଣ ? ଯାହା ନେଇଛି ସିଦ୍ଧାର୍ଥ ଶୁକ୍ଲାଙ୍କ ଜୀବନ ?

ଟିଭି ଦୁନିଆର ପ୍ରସିଦ୍ଧ ଅଭିନେତା ଓ ରିୟଲିଟି ସୋ’ ବିଗ୍ ବସ୍ ସିଜନ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କର ମାତ୍ର ୪୦ ବର୍ଷ ବୟସରେ ହାର୍ଟ୍ ଆଟାକ କାରଣରୁ ଦେହାନ୍ତ ହୋଇ ଯାଇଛି । ଏହି ଖବର ନିଶ୍ଚିତ ଭାବେ ଦୁଃଖଦାୟକ କାରଣ ସିଦ୍ଧାର୍ଥ ଏମିତି ଗୋଟିଏ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଯେଉଁଠାରୁ ଯାତ୍ରା ଆରମ୍ଭ ହୁଏ । ସିଦ୍ଧାର୍ଥ ଦୈନିକ ବ୍ୟୟାମ କରୁଥିଲେ । ସେ ଥିଲେ ଗ୍ଲାମର ଦୁନିଆର ସବୁଠାରୁ କିଛି ଫିଟ୍ ଅଭିନେତାଙ୍କ ମଧ୍ୟରୁ ଜଣେ । ତଥାପି ତାଙ୍କୁ ହାର୍ଟ୍ ଆଟାକ ହେବା ଅନେକଙ୍କୁ ଚକିତ୍ କରିଛି । ତେବେ ଏହି ହାର୍ଟ ଆଟାକ୍ କ’ଣ ? କେମିତି ହୁଏ ? କ’ଣ ଏହାର ଲକ୍ଷଣ ?

ହୃଦୟ ମଣିଷ ସରକାରର ଏକ ମହତ୍ୱପୂର୍ଣ୍ଣ ମାଂସପେଶୀ । ଯାହା ଏକ ପମ୍ପ ଭଳି କାମ କରିଥାଏ । ଆମ ହୃଦୟର ଆକାର ହାତ ମୁଠା ଭଳି ହୋଇଥାଏ । ଏହା ଛାତିର ବାମ ପଟେ ଦୁଇ ଫୁସଫୁସ ମଧ୍ୟରେ ଥାଏ । ଏହା ଲଗାତର ଭାବେ ସଂକୁଚିତ ଓ ପ୍ରସାରିତ ହୋଇଥାଏ । ସଂକୁଚିତ ଓ ପ୍ରସାରିତ ହେବା ଦ୍ୱାରା ଆମ ଶରିରର ରକ୍ତବାହିକାକୁ କ୍ରମାଗତ ଭାବେ ରକ୍ତ ମିଳିଥାଏ ।

କେତେ ସମୟ ପାଇଁ ଏହା ସଠିକ ଭାବେ କାମ କରିଥାଏ ?

ହୃଦୟ ଏକ ମାଂସପେଶୀ ହୋଇଥାଏ । ତେଣୁ ଏହା ମଧ୍ୟ କାମ କରିବା ପାଇଁ ରକ୍ତ ଆବଶ୍ୟକ କରିଥାଏ । ରକ୍ତ ଧମନୀ ଯାହା ହୃଦୟକୁ ରକ୍ତ ଦେଇଥାନ୍ତି ସେମାନଙ୍କୁ କରୋନାରୀ ଧମନୀ କୁହନ୍ତି । ଏହି ଧମନୀ ହୃଦୟ ପାଇଁ ବହୁତ ଜରୁରୀ ହୋଇଥାଏ । ଏହି ଧମନୀ ହୃଦୟକୁ ରକ୍ତ ଦେବା ପର୍ଯ୍ୟନ୍ତ ହୃଦୟ ଠିକରେ କାମ କରିଥାଏ । ରକ୍ତ ମିଳିବା ବନ୍ଦ ହୋଇଗଲେ ହୃଦୟ ମଧ୍ୟ କାମ କରିବା ବନ୍ଦ କରିଦିଏ । ଯାହାର ଅର୍ଥ ହେଉଛି ମୃତ୍ୟୁ ।

ହାର୍ଟ୍ ଆଟାକ୍ କେମିତି ଆସେ ?

ହାର୍ଟ ଆଟାକ ଅର୍ଥ ହେଉଛି ରକ୍ତ ଅଭାବ କାରଣରୁ କୌଣସି ଅଂଶ ନଷ୍ଟ ହୋଇଯିବା । ଏହାର ଅନେକ କାରଣ ରହିଥାଏ । ଯଦି ହୃଦୟକୁ ରକ୍ତ ଯୋଗାଉ ଥିବା ଧମନୀ ମଧ୍ୟରେ ବ୍ଲକେଜ୍ ସୃଷ୍ଟି ହୁଏ ତେବେ ହୃଦୟକୁ ରକ୍ତ ପ୍ରବାହିତ ହୋଇ ପାରେନା । ଫଳରେ ହୃଦୟରେ ଯନ୍ତ୍ରଣା ହୋଇଥାଏ । ଏହାକୁ ଏଞ୍ଜାଇନା ଫେକ୍ଟୋରିସ କୁହାଯାଏ । ଅନେକ ସମୟରେ ଅମ୍ଲଜାନ ନମିଳିବା ଯୋଗୁ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ ।

ହୃଦଘାତର ଲକ୍ଷଣ କ’ଣ ?

ହୃଦଘାତ ସମୟେର କିଛି ବିଶେଷ ଲକ୍ଷଣ ଦେଖିବାକୁ ମିଳିଥାଏ । ଯେମିତିକି..

  • ପ୍ରଥମେ ହୃଦୟରେ ଭିଷଣ ଯନ୍ତ୍ରଣା
  • ବାମ ହାତରେ ଅସହନୀୟ ଯନ୍ତ୍ରଣା
  • ବାମ ହାତ ଶିଥଳ ହୋଇଯିବା
  • ନିଶ୍ୱାସ ନେବାରେ ସମସ୍ୟା
  • ଯୋରରେ ନାଡ଼ି ଚାଲିବା
  • ହୃଦଘାତର ଶିକାରଙ୍କ ଶରିର ଓ ମନ ଅସ୍ଥିର ହୁଏ
  • ନିଶ୍ୱାସ ରୁନ୍ଧି ହେଲା ଭଳି ଲାଗେ

ଅଧିକ ଧୂମପାନ ଓ ଫ୍ୟାଟି ଖାଦ୍ୟ ହୃଦଘାତର ବଡ଼ କାରଣ

ଅଧିକ ଫ୍ୟାଟି ଖାଦ୍ୟ ଓ ଧୂମପାନ ଦ୍ୱାରା ହୃଦଘାତର ଆଶଙ୍କା ବଢିଯାଇଥାଏ । ଏହା ସହିତ ଅନେକ ସମୟରେ ଆନୁବଂଶିକ କାରଣରୁ ମଧ୍ୟ ହୃଦୟ ରୋଗ ହୋଇଥାଏ ।

କେବେ କରାଇବେ ଚେକ୍ ଅପ୍ ?

୩୫ ବର୍ଷରୁ ଅଧିକ ବ୍ୟକ୍ତି ଯିଏ ହାଇ କୋଲେଷ୍ଟ୍ରୋଲ, ବିପି ଓ ଡାଇବେଟିକ୍ସ କିମ୍ବା ମେଦବହୁଳତା ଶିକାର ହୋଇଥିବେ ସେମାନଙ୍କ ପକ୍ଷରେ ନିୟମିତ ହୃଦୟ ଯାଂଚ ଜରୁରୀ ହୋଇଥାଏ । ଏହା ସହିତ ଯଦି ଆପଣଙ୍କ ପରିବାରରେ ମଧ୍ୟ ଏହି ରୋଗ ଥାଏ ତେବେ ଆପଣଙ୍କୁ ସତର୍କତା ସ୍ୱରୁପ ନିୟମିତ ଚେକ୍ ଅପ୍ କରାଇବାକୁ ପଡିବ ।

ଛାତିରେ ସବୁ ପ୍ରକାର ଯନ୍ତ୍ରଣା କ’ଣ ହାର୍ଟ୍ ଆଟାକର ଲକ୍ଷଣ ?

ଛାତିରେ ସବୁ ପ୍ରକାରର ଯନ୍ତ୍ରଣା ହାର୍ଟ ଆଟାକର ସଙ୍କେତ ନୁହେଁ । ଯଦି ଆପଣଙ୍କ ଛାତିର ମଧ୍ୟ ଭାଗରେ କିମ୍ବା ଆପଣଙ୍କ ବାହୁ, ଅଣ୍ଟାର ଉପରି ଭାଗରେ, ଥୋଡି, ବେକ ଓ ପେଟର ଉପର ଭାଗରେ ନୂଆ ପ୍ରକାରର ଯନ୍ତ୍ରଣା ୫ ମିନିଟର ଅଧିକ ସମୟ ଧରି ଲାଗି ରହେ, ତେବେ ତୁରନ୍ତ ଡାକ୍ତରଙ୍କୁ ସମ୍ପର୍କ କରନ୍ତୁ । ଏହା ମେଦବହୁଳତା ହୋଇପାରେ । କିନ୍ତୁ ଯଦି ଛାତି ଯନ୍ତ୍ରଣା କ୍ଷଣିକ ହୋଇଥାଏ ବା ଛୁଞ୍ଚି ଲାଗିଲା ଭଳି ଅନୁଭବ ହୋଇଥାଏ, ତେବେ ଏହାର କାରଣ ଆଉ କିଛି ହୋଇପାରେ ।

angina pectorisblockage in the arteryblood circulationblood pumpingBPCoronary arterydiabetesdoctor consultationheartheart attackheart attack causesheart attack symptomsheart is between Two lungsheart pumphigh cholesterollack of oxygenobesityreality show bigg boss season 13 winnersidharth shuklasidharth shukla dies of heart attacksidharth shukla was 40 years oldsidharth was a fitness freaksize of a heartsmoking and fat foodstelevision actorwhat is heart attackଅଧିକ ଫ୍ୟାଟି ଖାଦ୍ୟ ଓ ଧୂମପାନ ଦ୍ୱାରାଅମ୍ଲଜାନ ନମିଳିବା ଯୋଗୁକରୋନାରୀ ଧମନୀଡାଇବେଟିକ୍ସଡାକ୍ତରଙ୍କୁ ସମ୍ପର୍କଦୁଇ ଫୁସଫୁସଧମନୀ ମଧ୍ୟରେ ବ୍ଲକେଜ୍ ସୃଷ୍ଟିପ୍ରସିଦ୍ଧ ଅଭିନେତାବିପିମେଦବହୁଳତାରିୟଲିଟି ସୋ’ ବିଗ୍ ବସ୍ ସିଜନ ୧୩ ବିଜେତାସିଦ୍ଧାର୍ଥ ଦୈନିକ ବ୍ୟୟାମ କରୁଥିଲେସିଦ୍ଧାର୍ଥ ଶୁକ୍ଲାହାଇ କୋଲେଷ୍ଟ୍ରୋଲହାର୍ଟ୍ ଆଟାକ କ’ଣହୃଦୟ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami