ଦେବାଳିଆ ଘୋଷଣା ହେବା ପରେ କ’ଣ ହୋଇଥଏ ? କେମତି ଶୁଝା ଯାଇଥାଏ ବକେୟା ଲୋନ୍ ?

ନିକଟରେ ବ୍ରିଟେନର ଏକ ଅଦାଲତ ପଳାତକ ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିଛି । ଅଦାଲତଙ୍କ ଏହି ଆଦେଶ ପରେ ଏସବିଆଇ ସମେତ ଅନେକ ଭାରତୀୟ ବ୍ୟାଙ୍କଙ୍କ ପାଇଁ ମାଲ୍ୟାଙ୍କ ସମ୍ପତ୍ତି ନିଲାମ କରି ନିଜ କରଜ ଆଦାୟ କରିବା ରାସ୍ତା ସଫା ହୋଇଛି । ତେବେ ଏହି ଦେବାଳିଆ ହେବା କ’ଣ ? କେମିତି ଜଣଙ୍କୁ ଦେବାଳିଆ ବୋଲି ଘୋଷଣା କରାଯାଇଥାଏ ?କେମିତି ବ୍ୟାଙ୍କ ଅନ୍ୟ କରଜଦାତା ସେହି ବ୍ୟକ୍ତିଙ୍କଠାରୁ ନିଜ ବକେୟା ଆଦାୟ କରିଥାନ୍ତି ? ଜାଣନ୍ତୁ ଦେବାଳିଆ ହେବାକୁ ନେଇ ଦେଶର ଆଇନରେ କେଉଁ ବ୍ୟବସ୍ଥା ରହିଛି ।

ଦେବାଳିଆ ହେବାର ଅର୍ଥ କ’ଣ ?

ଜଣେ ବ୍ୟକ୍ତିଙ୍କୁ ଯେତେବେଳେ ଅଦାଲତ ଦେବାଳିଆ ବୋଲି ଘୋଷଣା କରନ୍ତି ସେତେବେଳେ ସେ ଆଇନଗତ ଭାବେ ଦେବାଳିଆ ହୁଅନ୍ତି । ବିଜୟ ମାଲ୍ୟାଙ୍କ ମାମଲାରେ ଯାହା ହୋଇଛି । ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଅନ୍ୟ କାହାରି ଲୋନ୍ ରହିଛି ଓ ସେ ଖରାପ ଆର୍ଥିକ ସ୍ଥିତି କାରଣରୁ ଲୋନ୍ ଶୁଝିବା ପାଇଁ ଅକ୍ଷମ ତେବେ ସେ ନିଜକୁ ଦେବାଳିଆ ଘୋଷଣା କରିବାକୁ ଅଦାଲତରେ ଆବେଦନ କରିପାରିବେ । ବିଜୟ ମାଲ୍ୟା ନିଜକୁ ଦେବାଳିଆ ଘୋଷଣା କରିବାକୁ ଅଦାଲତରେ ଆବେଦନ କରିଥିଲେ ।

ନିଜକୁ ଦେବାଳିଆ ଘୋଷଣା କରିବା

ଦେବାଳିଆ ହେବା ଏକ ଆର୍ଥିକ ସ୍ଥିତି । ଯେତେବେଳ କୌଣସି ବ୍ୟକ୍ତି କିମ୍ବା କମ୍ପାନୀ ନିଜ ଉଧାର ଓ କରଜ ଶୁଝିବାରେ ଅସମର୍ଥ ହୁଏ ସେତେବେଳେ ସେ ନିଜକୁ ଦେବାଳିଆ ଘୋଷଣା କରିପାରିବେ । ଦେଶର ଆଇନ ଅନୁସାରେ ଯଦି କୌଣସି ବ୍ୟକ୍ତି ୫ଶହ ଟଙ୍କା ମଧ୍ୟ ଶୁଝି ପାରୁ ନାହାନ୍ତି ତେବେ ଆପଣ ତାଙ୍କୁ ଦେବାଳିଆ ଘୋଷିତ କରିବାକୁ ଅଦାଲତରେ ମାମଲା ରୁଜ୍ଜ କରିପାରିବେ । ତେବେ ଏହାର ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ହୋଇଥାଏ ।

ଦେବାଳିଆ ଘୋଷିତ ହେବା ପରେ କ’ଣ ହେବ ?

ଦେବାଳିଆ ଘୋଷିତ ଜଣେ ବ୍ୟକ୍ତିଙ୍କର ଯଦି କୌଣସି ସମ୍ପତ୍ତି ଥାଏ ତେବେ ଅଦାଲତଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀ ତାକୁ ବିକ୍ରି କରି ପାରିବେ । ଏହାପରେ ବିକ୍ରି ଉପଲବ୍ଧ ଅର୍ଥକୁ କରଜଦାତାଙ୍କ ମଧ୍ୟରେ ସମାନ ଅଂଶରେ ବଣ୍ଟାଯାଇଥାଏ । ବଡ କଥା ହେଉଛି ଦେବାଳିଆ ଘୋଷିତ ହେବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ବ୍ୟାଙ୍କ କିମ୍ବା କରଜ ଦେଇଥିବା ବ୍ୟକ୍ତି ବିଶେଷାଙ୍କ ବାକି ଟଙ୍କା ଶୁଝିବାକୁ ବାଧ୍ୟ କରିପାରିବେ ନାହିଁ ।

ଯଦି ସମ୍ପତ୍ତି ନିଲାମ ହେବା ପରେ ଟଙ୍କା ବଳେ ?

ଯଦି ଦେବାଳିଆ ଘୋଷିତ ବ୍ୟକ୍ତିଙ୍କ ସମ୍ପତ୍ତି ନିଲାମ ପରେ ତାଙ୍କର ସମସ୍ତ ଋଣ ଶୁଝିବା ପରେ ମଧ୍ୟ ଯଦି ଟଙ୍କା ବଳେ ତେବେ ବାକି ଥିବା ଆୟକର ସେହି ଟଙ୍କାରେ ପୈଠ ହୋଇଥାଏ । ଏହା ପରେ ମଧ୍ୟ ଯଦି ଟଙ୍କା ବଳେ ତେବେ ତାହା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବଣ୍ଟା ଯାଇଥାଏ । ଦେଶରେ ଦେବାଳିଆ ମାମଲାର ତଦାରଖ ପାଇଁ ଅକ୍ଟୋବର ୧, ୨୦୧୬ରେ ଦେବାଳିଆ ବୋର୍ଡର ସ୍ଥାପନା ହୋଇଥିଲା ।

bad debtsbankruptbankruptcybritains courtdeclare bankruptcydeclared bankruptfiling for bankruptcy in courtfinancial crisishow a person is declared bankruptInsolvency and Bankruptcy Board of Indialoansmallya property auctionrepayment of debtsSBIstate bank of IndiaUK High CourtVijay Mallya declared bankruptwhat is bankruptcyଅଦାଲତରେ ଆବେଦନଏସବିଆଇଖରାପ ଆର୍ଥିକ ସ୍ଥିତିଦେବାଳିଆଦେବାଳିଆ ଘୋଷଣାଦେବାଳିଆ ବୋର୍ଡଦେବାଳିଆ ହେବା କ’ଣ ?ଦେଶରେ ଦେବାଳିଆ ମାମଲାର ତଦାରଖ ପାଇଁ ଅକ୍ଟୋବର ୧ବିଜୟ ମାଲ୍ୟାବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣାବ୍ରିଟେନର ଏକ ଅଦାଲତମାଲ୍ୟାଙ୍କ ସମ୍ପତ୍ତି ନିଲାମଲୋନ୍ ରହିଛି
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami