କ’ଣ 20-20-20 ନିୟମ, ଯାହା ସ୍ମାର୍ଟ୍ ଫୋନ୍ ଓ ଲାପଟପ୍ ବ୍ୟବହାରକାରୀଙ୍କ ଆଖିକୁ ଦେବ ସୁରକ୍ଷା

କରୋନା ସଂକ୍ରମଣ କାଲରେ ମୋବାଇଲ ଓ ଲାପଟପ୍ ବ୍ୟବହାର ଆଗ ଅପେକ୍ଷା ଅଧିକ ବଢିଛି । ଗୋଟିଏ ପଟେ ୱାର୍କ୍ ଫ୍ରମ୍ ହୋମ୍ ଚାଲିଛି ତ’ ଅନ୍ୟପଟେ ପିଲା ଷ୍ଟଡି ଫ୍ରମ୍ ହୋମ୍ କରୁଛନ୍ତି । ଉଭୟ କାମ ପାଇଁ ମୋବାଇଲ ଓ ଲାପଟପ୍ ବ୍ୟବହାର ହେଉଛି । ଫଳରେ ଅନେକଙ୍କୁ ଅଧିକ ସମୟ ଧରି ଫୋନ୍ ଓ ଲାପଟପରେ କାମ କରିବାକୁ ପଡୁଛି । ଏହି କାରଣରୁ ଡିଜିଟାଲ ଷ୍ଟ୍ରେନ୍ ମାମଲା ମଧ୍ୟ ବଢିବାରେ ଲାଗିଛି ।

ଏମିତିରେ ଆପଣଙ୍କୁ ନିଜ ଆଖିର ଯତ୍ନ ଅଧିକ ନେବାକୁ ପଡିବ । ଆଖି ସମସ୍ୟାକୁ ନଜର ଅନ୍ଦାଜ କରିବା ଆପଣଙ୍କ ପାଇଁ ବିପଜ୍ଜନକ ହୋଇପାରେ । ଯଦି ଆପଣ ମଧ୍ୟ ଅଧିକ ସମୟ ଧରି ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ୨୦-୨୦-୨୦ ରୁଲକୁ ମାନି ଚଳିବାକୁ ପଡିବ । ଯାହାର ପରାମର୍ଶ ଡାକ୍ତର ଦିଅନ୍ତି । ତେବେ ଆସନ୍ତୁ ଜାଣିବା ୨୦-୨୦-୨୦ ରୁଲ କଣ ଓ ଏହାକୁ କେମିତି ଅନୂସରଣ କରିବାକୁ ପଡେ ।

ବିଶେଷଜ୍ଞଙ୍କ ମତ

ଚକ୍ଷୁ ବିଶେଷଜ୍ଞଙ୍କ ମତ ହେଉଛି ଯେ, ଅଧିକ ସମୟ ଧରି ମୋବାଇଲ ଓ ଲାପଟପ୍ ସ୍କିନ ଦେଖିଲେ ଆକି ଉପରେ ଅତ୍ୟଧିକ ପ୍ରଭାବ ପଡିଥାଏ । ଯେଉଁମାନେ ଦିନକୁ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ସ୍କ୍ରିନକୁ ଦେଖନ୍ତି ସେମାନଙ୍କୁ ଡିଜିଟାଲ ଷ୍ଟ୍ରେନର ବିପଦ ଅଧିକ ଥାଏ । କିନ୍ତୁ ସାଂଘାତିକ କଥା ହେଉଛି ଭାରତରେ ଏହି ସମୟ ହାରାହାରି ୭ ଘଣ୍ଟା । ଏହି କାରଣରୁ ଆଖିକୁ ଅଧିକ ବିପଦ ଥାଏ । ଏମିତିରେ ଆଖିକୁ ଆରାମ ଦେବାକୁ କିଛି ପଦକ୍ଷେପ ନେବାକୁ ପଡିବ ।

20-20-20 ରୁଲ କ’ଣ ?

ବିଶେଷଜ୍ଞଙ୍କ ମତ ହେଉଛି ଯେ, ଯେତେବେଳେ ବି ଆପଣ ଲମ୍ବା ସମୟ ପାଇଁ ସ୍କ୍ରିନ ସାମ୍ନାରେ ବସୁଛନ୍ତି ସେତେବେଳେ ମଝିରେ ମଝିରେ ବ୍ରେକ୍ ନିଅନ୍ତୁ । ପ୍ରତି ୨୦ ମିନଟରେ ଥରେ ଆଖିକୁ ଆରାମ ଦିଅନ୍ତୁ । ଲଗାତର ୨୦ ମିନଟ୍ ପର୍ଯ୍ୟନ୍ତ ସ୍କ୍ରିନକୁ ଦେଖିବା ପରେ ୨୦ ସେକେଣ୍ଡ୍ ପାଇଁ ବ୍ରେକ୍ ନିଅନ୍ତୁ । ଏହି ସମୟରେ ୨୦ ଫୁଟ ଦୂରକୁ ଦେଖନ୍ତୁ । ଏହାପରେ ପୁଣି ସ୍କ୍ରିନକୁ ଦେଖନ୍ତୁ । ଏହା ସହିତ ମଝିରେ ମଝିରେ ଆଖିର ପଲକ ପକାନ୍ତୁ । ଏମିତି କରିଲେ ଆଖିକୁ ବହୁତ ଫାଇଦା ମିଳିଥାଏ ।

ପିଲାଙ୍କ ଧ୍ୟାନ ରଖନ୍ତୁ

ପିଲା ଯଦି ଅଧିକ ସମୟ ମୋବାଇଲ ସ୍କ୍ରିନକୁ ଦେଖୁଛନ୍ତି ତେବେ ବିଶେଷ ଧ୍ୟାନ ରଖନ୍ତୁ । କାରଣ ଛୋଟ ପିଲା ମୋବାଇଲ କିମ୍ବା ଲାପଟପରେ କୌଣସି ଭିଡିଓ ଦେଖିବା ବେଳେ ଆଖିର ପଲକ ପକାଇ ନଥାନ୍ତି । ତେଣୁ ପିଲାଙ୍କୁ ମଝିରେ ମଝିରେ ବିଶ୍ରାମ ଦିଅନ୍ତୁ । ସେମାନଙ୍କୁ ଠିକ୍ ଭାବେ ବସି ଅନଲାଇନ୍ କ୍ଲାସ କରିବାକୁ କୁହନ୍ତୁ ।

୨୦ ଫୁଟ ଦୂରକୁ ଦେଖନ୍ତୁ୨୦ ମିନଟ୍ ପର୍ଯ୍ୟନ୍ତ ସ୍କ୍ରିନକୁ ଦେଖିବା ପରେ ୨୦ ସେକେଣ୍ଡ୍ ପାଇଁ ବ୍ରେକ୍20-20-20 rule20-20-20 ନିୟମ୨୦-୨୦-୨୦ ରୁଲ20-second break from looking at a screen every 20 minutesblurred visiondigital eye strainDr. Jeff Anshelldry eyeseye straineye wateringeyes expertsfocuses on an object 20 feet awayheadacheslaptop usersOphthalmologistPrevent eye strainsmartphone usersstudy from homework from homeସ୍ମାର୍ଟ୍ ଫୋନ୍ ଓ ଲାପଟପ୍ ବ୍ୟବହାରକାରୀ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami