ତୃତୀୟ ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ଆସନରେ ହେବ ମତଦାନ

ଭୁୁବନେଶ୍ୱର : ଆସନ୍ତା ୨୫ ତାରିଖରେ ଓଡ଼ିଶାରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ ହେବ । ୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱରରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବ । ଆଜି ଶେଷଦିନରେ ଘମାଘୋଟ ପ୍ରଚାର ଚଳାଇଛନ୍ତି ସବୁଦଳ । ଆସନ୍ତା ଶନିବାର ଏହି ୬ ଲୋକସଭା ଆସନ ସହ ୪୨ ବିଧାନସଭା ଆସନରେ ବି ଭୋଟ ଗ୍ରହଣ ହେବ । ଏହି ପର୍ଯ୍ୟାୟରେ ହେଉଥିବା ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା ଉପରେ ସମସ୍ତଙ୍କର ନଜର ରହିଛି ।

ସବୁଠୁ ଚର୍ଚ୍ଚିତ ଆସନ ପାଲଟିଛି ଭୁବନେଶ୍ୱର

ସମ୍ବଲପୁରରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଲଢୁଥିବାବେଳେ ତାଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ଏହାଛଡ଼ା ଏଠାରେ କଂଗ୍ରେସ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । ସେହିପରି ପୁରୀରେ ଏଥର ବିଜେପିର ସମ୍ବିତ ପାତ୍ର ଓ ବିଜେଡିର ଅରୂପ ପଟ୍ଟନାୟକଙ୍କ ମଧ୍ୟରେ ବଡ଼ ଲଢେଇ ହେବ । ଏବେ ସବୁଠୁ ଚର୍ଚ୍ଚିତ ଆସନ ପାଲଟିଛି ଭୁବନେଶ୍ୱର । ଏଠାରେ ବିଜେପି ଅପରାଜିତା ଷଡ଼ଙ୍ଗୀଙ୍କୁ ରିପିଟ କରିଥିବାବେଳେ ବିଜେଡି ମନ୍ମଥ ରାଉତରାୟଙ୍କୁ ମଇଦାନକୁ ଓହ୍ଲାଇଛି । କଂଗ୍ରେସ ତରଫରୁ ୟାସିର ନୱାଜ୍ ଲଢେଇ କରୁଛନ୍ତି ।

କଟକ ଆସନ ଉପରେ ସମସ୍ତଙ୍କ ନଜର

ସେହିପରି କଟକ ଆସନ ଉପରେ ବି ରହିଛି ସମସ୍ତଙ୍କ ନଜର । ଏଠାରେ ଭର୍ତ୍ତୃହରି ମହତାବଙ୍କୁ ବିଜେପି ଟିକେଟ ଦେଇଥିବାବେଳେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସଂତୃପ୍ତ ମିଶ୍ର । ଏହି ଲୋକସଭା ବ୍ୟତୀତ ଢେଙ୍କାନାଳ ଓ କେନ୍ଦୁଝରରେ ବି ସଭିଙ୍କର ନଜର ରହିଛି । ଅନ୍ୟପଟେ ତୃତୀୟ ପର୍ଯ୍ୟାୟରେ ଅନେକ ହାଇପ୍ରୋଫାଇଲ ବିଧାନସଭା ଆସନରେ ବି ଭୋଟିଂ ହେଉଛି । କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ତେଲକୋଇ, ଘଷିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା, ତାଳଚେର, ଅନୁଗୁଳ, ଛେଣ୍ଡିପଦା, ଆଠମଲ୍ଲିକ, ବଡ଼ମ୍ବା, ବାଙ୍କି, ଆଠଗଡ଼, ବାରବାଟୀ କଟକ, ଚୌଦ୍ୱାର, କଟକ, କଟକ ସଦର, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ନୟାଗଡ଼ରେ ଭୋଟ୍ ଗ୍ରହଣ ହେବ ।

popular seats votingthird phase election
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami