ଚୀନ୍ ସହ ଯୁଦ୍ଧ ହେଲେ ଆମେରିକା ହାରିବ,ଆମେରିକାର ଅସ୍ତ୍ର ଭଣ୍ଡାର ଖାଲି

ଆମେରିକା ବିଶ୍ୱର ଏକ ନମ୍ବର ମହାଶକ୍ତିସୋଭିଏସ ସଂଘର ବିଘଟନ ପରଠାରୁ ଆମେରିକାର ବିଶ୍ୱ ଉପରେ ଚାଲୁଥିଲା ଦାଦାଗିରି। ସୋଭିଏତ ସଂଘ ବିଲୟର ପ୍ରାୟ 3 ଦଶକ ପରେ ଗୋଟିଏ ଘଟଣା କିନ୍ତୁ ଆମେରିକାର ଶକ୍ତି ଓ ସାମର୍ଥ୍ୟକୁ ଚ୍ୟାଲେଂଜ୍ କରିଛି। ଏହା ହେଉଛି ୟୁକ୍ରେନ ଯୁଦ୍ଧ। ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ପରେ ଆମେରିକା ଓ ମିତ୍ର ରାଷ୍ଟ୍ର ଏକାଠି ହୋଇଥିଲେଋଷକୁ ସାବାଡ଼ କରିବାକୁ ଏହି ସବୁ ଦେଶ ମିଳିତ ଭାବେ ୟୁକ୍ରେନ୍ ପଛରେ ଛିଡ଼ା ହୋଇଛନ୍ତି। କିନ୍ତୁ ଏବେ ଆମେରିକାର ୟୁକ୍ରେନ୍ ପ୍ରେମ ତାକୁ ମହଙ୍ଗା ପଡ଼ିବାକୁ ଯାଉଛି। ଏକ ରିପୋର୍ଟ ଅନୁସାରେ ଆମେରିକା ନିଜେ ସିଧାସଳଖ ଯୁଦ୍ଧରେ ସାମିଲ ନହୋଇ ମଧ୍ୟ ଏହାର ଅସ୍ତ୍ରଭଣ୍ଡାର ଖାଲି ହୋଇଯାଇଛି। କାରଣ ହେଉଛି ୟୁକ୍ରେନକୁ ହୃଦୟଖୋଲା ଅସ୍ତ୍ର ଯୋଗାଣ। ଆଉ ପରିସ୍ଥିତି ଏମିତି ଯେ, ବିଶେଷଜ୍ଞ କହୁଛନ୍ତି-ଯଦି ଏବେ ଚୀନ୍ ଓ ଆମେରିକା ମଧ୍ୟରେ ଯୁଦ୍ଧ ହୁଏ,ତେବେ ହୁଏତ ଆମେରିକା ପରାସ୍ତ ହେବ। କାରଣ ଏହାର କ୍ଷେପଣାସ୍ତ୍ର ଭଣ୍ଡାର ଅଧା ଖାଲି ହୋଇଯାଇଛି। କେବଳ କ୍ଷେପଣାସ୍ତ୍ର ନୁହେଁ ଗୋଳାବାରୁଦ ମଧ୍ୟ ଆମେରିକା ପାଖରେ କମ ଅଛି। ତେବେ ଏମିତି କେମିତି ହେଲା ଆସନ୍ତୁ ଜାଣିବା

ୟୁକ୍ରେନ ପାଇଁ ଗୋଦାମ ଖାଲି

ୟୁକ୍ରେନ୍ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ୟୁକ୍ରେନକୁ ଆମେରିକା 33 ବିଲିୟନ ଡଲାର ଅର୍ଥାତ 2 ଲକ୍ଷ 72 କୋଟି ଟଙ୍କାର ଯୁଦ୍ଧାସ୍ତ୍ର ଯୋଗାଇ ଦେଇଛି। ଏହା ମଧ୍ୟରେ ଅଧିକ ସଂଖ୍ୟା ହେଉଛି ଷ୍ଟ୍ରିଙ୍ଗର ଓ ଜାଭାଲିନ୍ ତଥା ଏସଏମ୍-6 ଭଳି କ୍ଷେପଣାସ୍ତ୍ର। ଏହା ସହିତ ଆମେରିକା ଆର୍ଟିଲାରି ମଧ୍ୟ ଆମେରିକା ଯୋଗାଇ ଦେଇଛି। ଷ୍ଟ୍ରିଙ୍ଗର ଓ ଜାଭେଲିନ୍ ମିଶାଇଲର ବ୍ୟବହାର ସହଜ ହୋଇଥିବାରୁ ଏହାକୁ ସବୁ ସେନା ନିଜ ପାଖରେ ଚାହାନ୍ତି। ଏହାକୁ ଜଣେ ସୈନିକ ଆରାମରେ ବ୍ୟବହାର କରିପାରିବେ। ଏହାକୁ କାନ୍ଧରେ ରଖି ଟାର୍ଗେଟ୍ ଉପରକୁ ନିକ୍ଷେପ କରାଯାଇପାରେ। ଏହାକୁ ମଧ୍ୟ କୌଣସି ଗାଡିରେ ଫିଟ୍ କରି ବ୍ୟବହାର କରାଯାଇପାରେ। ଏସଏମ୍-6କୁ ଲଙ୍ଗ୍ ରେଂଜ୍ ଆଣ୍ଟି ସିପ୍ ମିଶାଇଲ ବୋଲି କୁହାଯାଏ। ଏହାର ଲକ୍ଷ୍ୟଭେଦ ସୀମା 370 କିମି। ଏହାକୁ ମୁଖ୍ୟତଃ ଶତ୍ରୁ ଜାହାଜକୁ ଧ୍ୱଂସ କରିବାକୁ ବ୍ୟବହାର କରାଯାଏ। ଆମେରିକା ଯେତିକି ସଂଖ୍ୟାରେ ଏହି ସବୁ ମିଶାଇଲ ୟୁକ୍ରେନକୁ ଦେଇଛି ତାର ପରିଣାମ ହେଉଛି ଯେ, ଏହାର ଗୋଦାମ ଖାଲି।

ଯୁଦ୍ଧ ହେଲେ ଏକ ସପ୍ତାହ ଭିତରେ ସରିଯିବ ଏସଏମ୍-6 ଷ୍ଚକ୍

ଷ୍ଟ୍ରିଙ୍ଗର,ଜାଭେଲିନ୍ ବା ଏସଏଣ୍-6 ମିଶାଇଲର ସବୁଠାରୁ ଜରୁରୀ ଅଙ୍ଗ ହେଉଛି ଏହାର ରକେଟ୍ ମୋଟର। ଏହାକୁ ତିଆରି କରୁଥିବା କମ୍ପାନୀଙ୍କ ସଂଖ୍ୟା ମାତ୍ର ଦୁଇରେଥିୟାନ୍ ଓ ଏୟାରଜେଟ୍ ରକେଟ୍ ଡାଇନ୍ଏୟାରଜେଟର ସପ୍ଲାଇ ଲାଇନରେ କିଛି ଦିନ ତଳେ ନିଆଁ ଲାଗିଯାଇଥିଲା। ତେଣୁ ଏହା ଉତ୍ପାଦନ ବନ୍ଦ ଅଛି। ଏବେ କେବଳ ରେଥିୟାନ ହିଁ ଏହି ମିଶାଇଲ ସବୁ ତିଆରି କରୁଛିରେଥିୟାନର ସିଇଓ ଗ୍ରେଗୋରୀ ହେଜଙ୍କ ଅନୁସାରେ ରକେଟ୍ ଲଂଚର ପ୍ରଡକ୍ସନ ତାଙ୍କ ପାଇଁ ଅସୁବିଧାଜନକ। କାରଣ ଡିମାଣ୍ଡ୍ ବହୁତ ଅଧିକ ଓ ଉତ୍ପାଦନ କ୍ଷମତା କମ। ତାଙ୍କ ଅନୁସାରେ ଏବେ ଯେଉଁଭଳି ପ୍ରଡକ୍ସନ ଚାଲିଛି ସେହି ହିସାବରେ ଷ୍ଚ୍ରିଙ୍ଗର ମିଶାଇଲ ଷ୍ଟକ୍ ପୁରା କରିବାକୁ 13 ବର୍ଷ ଲାଗିବ। ଜାଭେଲିନ୍ ଷ୍ଟକ୍ ପୁରା କରିବାକୁ 5 ବର୍ଷ ଲାଗିବ। ଯାହାର ସିଧା ଅର୍ଥ ହେଉଛି ଆଜି ଯଦି ଆମେରିକା ଓ ଚୀନ ମଧ୍ୟରେ ଯୁଦ୍ଧ ଲାଗିବ ତେବେ ଆମେରିକା ପାଇଁ ଏହି ସବୁ ମିଶାଇଲର ଅଭାବ ବଡ଼ ସମସ୍ୟା ହେବ। ଆଉ ଆଶଙ୍କା ଏହା ମଧ୍ୟ କରାଯାଉଛି ଯେ, ଆମେରିକାକୁ ଯୁଦ୍ଧ ହାରିବାକୁ ପଡ଼ିପାରେ।

america vs china military poweramerica vs china military power 2023united states weaponsunited states weapons productionus army weapons 2023us v china military strengthus vs china comparisonus vs china latest newsus vs china military power 2023us vs china powerus vs china power comparisonus weapons 2023
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami